ଓଡ଼ିଶା

ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଦାବିପତ୍ର

ନବରଙ୍ଗପୁର ୧୧-୬ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ): ନବରଙ୍ଗପୁର ଜିଲ୍ଲା ବି.ଜେ.ପି ପକ୍ଷରୁ ମଙ୍ଗଳବାର ଦିନ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ୧୦ ଦଫା ଦାବି ପତ୍ର ସିଡିଏମଓ ଙ୍କୁ ପ୍ରଦାନ କରାଯାଇଛି। ଦଳର ଏକ ପ୍ରତିନିଧି ଦଳ ନବରଙ୍ଗପୁର ସିଡିଏମଓ ସରୋଜ କୁମାର ନାୟକଙ୍କୁ ଭେଟି ଏହି ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିରେ ମୁଖ୍ୟତଃ ସଦର ଚିକିତ୍ସାଳୟରେ ଡାକ୍ତର ପଦବୀ ପୂରଣ, ଡାକ୍ତରଖାନା ପରିସରରେ ସ୍ୱତନ୍ତ୍ର କେବିନ ବ୍ୟବସ୍ଥା କରିବା, ଶଯ୍ୟା ସଂଖ୍ୟା ବୃଦ୍ଧି, ସହର ମଧ୍ୟରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲିବା, ବିଭିନ୍ନ ଯନ୍ତ୍ର ଉପକରଣ ଗୁଡିକର ପରିଚାଳନା ପାଇଁ ଟେକନିସିଆନ ନିଯୁକ୍ତି କରିବା ଆଦି ଦାବି ରହିଛି। ଆସନ୍ତା ୨୦ ଦିନ ମଧ୍ୟରେ ଏହି ଦାବି ପୂରଣ କରାନଗଲେ ଦଳ ପକ୍ଷରୁ ଧାରଣା ଦିଆଯିବ ବୋଲି ଜିଲ୍ଲା ସଭାପତି ଗୋବିନ୍ଦ ଜୈନ ସୂଚନା ଦେଇଛନ୍ତି। ଏହି ଦାବି ପତ୍ର ପ୍ରଦାନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂପାଦକ ମୃତ୍ୟୁଞ୍ଜୟ ଦାସ, ଯୁବ ମୋର୍ଚ୍ଚା ସଭାପତି କାହ୍ନୁ ଦାଶ, ମିଡିଆ କୋର୍ଡିନେଟର ସଞ୍ଜିବ ନନ୍ଦ, ଗଙ୍ଗା ସାମନ୍ତରୟ, ମୃତ୍ୟୁଞ୍ଜୟ ମହାରଣା, ସୁବ୍ରତ ମିଶ୍ର, ଦିବାକର ପୂଜାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top