ଓଡ଼ିଶା

ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଆଇନଜୀବୀ ସଂଘର ଆଲୋଚନା

ନବରଙ୍ଗପୁର ୧୩-୯ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ) ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଜିଲ୍ଳା ଆଇନଜିବୀ ସଂଘ ପକ୍ଷରୁ ସିଡିଏମଅଙ୍କ ସହ ଆଲୋଚନା କରାଯାଇଛିି। ସିଡିଏମଅ ସରୋଜ ବେହେରାଙ୍କ ସହ ସଂଘର ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ସଂଘ ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ଉଥ୍ପାନ କରାଯିବାସହ ଏହାର ସମାଧାନ ପାଇଁ ବିଭିନ୍ନ ପରାମର୍ଶ ଦିଆଯାଇଥିଲା। ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ କରିବା, ବିନା ଅନୁମତିରେ ଦୀର୍ଘ ବର୍ଷ ଧରି କାର୍ଯ୍ୟକ୍ଷେତ୍ରରେ ଅନୁପସ୍ଥିତ ରହିଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା, ସହରରେ ଜରୂରୀ କାଳୀନ ଚିକିତ୍ସା ପାଇଁ ଏକ ଦିବା ରାତ୍ରୀ ଡିସ୍ପନସେରୀ ଖୋଲିବା, ନୂତନ ଆମ୍ବୁଲେନ୍ସ ବ୍ୟବସ୍ଥା କରିବା ସହ ପୂରାତନ ଆମ୍ବୁଲେନ୍ସୁ ରୋଗୀଙ୍କ ବ୍ୟବହାର ଉପଯୋଗୀ କରିବା, ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ବସୁଥିବା ମେଡିକାଲ ବୋର୍ଡରେ ନିୟମିତ ଭାବେ ବିଶେଷଜ୍ଞ ଡାକ୍ତରଙ୍କ ବ୍ୟବସ୍ଥ୍ୟା ସୁନିଶ୍ଚିତ କରିବା ପାଇଁ ଦାବି କରାଯାଇଥିଲା। ଅନୁରୂପ ଭାବେ ୧୦କୋଟି ଟଙ୍କା ବ୍ୟୟରେ ନିର୍ମିତ ମାତୃ ଓ ଶିଶୁଙ୍କ ପାଇଁ ଉଦ୍ଧିଷ୍ଟ ଏମ ପି ଏଚ ଗୃହକୁ କାର୍ଯ୍ୟକ୍ଷମ କରାଇବା, ରକ୍ତ ଭଣ୍ଡାରରେ ପର୍ଯ୍ୟପ୍ତ ରକ୍ତର ଅଭାବ ଦେଖାଯାଉଥିବାରୁ ଏଣିକି ମାଗଣା ବଦଳରେ ଅଦଳ ବଦଳ ପ୍ରକ୍ରୀୟାରେ ରକ୍ତ ଯୋଗାଇବା ପ୍ରମୁଖ ବିଷୟରେ ଆଲୋଚନା କରାଯାଇଥିଲା। ସିଡିଏମଓ ଶ୍ରୀ ନାୟକ ଓ ଏଡିଏମଓ ଶଭାରାଣୀ ମିଶ୍ର ସଂଘର ସମସ୍ତ ଅଭିଯୋଗ ଓ ପରାମର୍ଶ ଶୁଣିବାପରେ ଯଥାଶିଘ୍ର ତାଙ୍କ ସ୍ତରରେ ପୂରଣ ହେବାକୁ ଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସଂଘ ପକ୍ଷରୁ ଅନୁରୂପ ଦାବି ସମେତ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ ସ୍ଥାପନ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ନାରକ ପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପରିକ୍ଷୀତ ସେଠୀ ଏହି ସ୍ନାରକ ପତ୍ର ଗ୍ରହଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଓକିଲ ସଂଘ ସଭାପତି ନରସିଂହ ତ୍ରୀପାଠୀ, ସଂପାଦକ ରାମ ପ୍ରସାଦ ପାତ୍ର, ଉପ ସଭାପତି ହରି ନାରାୟଣ ବେହେରା, ଯୁଗ୍ନ ସଂପାଦକ ଦାମଦୋର ତ୍ରୀପାଠୀ, କୋଷାଧ୍ୟକ୍ଷ ସିମାଞ୍ଚଳ ପାତ୍ର, ବରିଷ୍ଠ ଆଇନଜିବୀ ଅରବିନ୍ଦ ପ୍ରସାଦ ପଟ୍ଟନାୟକ, ସୂର୍ଯ୍ୟ ତ୍ରିପାଠୀ, ଗଙ୍ଗା ସାମନ୍ତରାୟ, ସମେରଶ ଗନ୍ତାୟତ ପ୍ରମୁଖ ଆଇନଜିବୀମାନେ ସାମିଲ ହୋଇ ଆଲୋଚନାରେ ଭାଗ ନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top