ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ୬ଦଫା ଦାବିନେଇ ଶୋଭାଯାତ୍ରା ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ମାଲକାନଗିରି, ୬ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ଭାବେ ଦୀର୍ଘ ୧୨ବର୍ଷ ଧରି କାର୍ଯ୍ୟକରି ଆସୁଥିଲେବି ସେମାନଙ୍କ ଚାକିରିରେ ସ୍ଥାୟୀତ୍ୱ ନହେବ ଦ୍ୱାରା ସେମାନଙ୍କ ଭବିଷ୍ୟତ ଅନ୍ଧାର ମୟହୋଇ ଯାଇଥିବାରୁ ୬ଦଫା ଦାବି ଓ କାର୍ଯ୍ୟବନ୍ଦ ଡାକରା ନେଇ ଆଜି ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି। ଆଜି ଅପରାହ୍ନରେ ନଗରଭବନ ଠାରେ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଜିଲ୍ଲାସଭାପତି ବିକାଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କ ବିଭିନ୍ନ ସମସ୍ୟା ସହ ୬ଦଫା ଦାବି ସଂପର୍କରେ ସୂଚନାଦେଇ ଆସନ୍ତା ୧୦ତାରିଖରେ ଜିଲ୍ଲାରେ ସମସ୍ତ କର୍ମଚାରି କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶ ଯୋଗଦେବା ପାଇଁ ନିସ୍ପତି ନିଆଯାଇଛି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

ଦାବିଗୁଡିକ ମଧ୍ୟରେ ମୁଖ୍ୟତ ନନ୍ ମେଡିକାଲ ପବ୍ଲିକ ହେଲ୍ପ ମ୍ୟାନେଜେରିଆଲ କ୍ୟାଡର ସୃଷ୍ଟିକରି ଚାକିରୀ ନିୟମତି କରିବା, ସପ୍ତମ ବେତନ କମିଶନରଙ୍କ ସୁପାରିସ ଅନୁଯାଇ ସର୍ବନିମ୍ନ ଦରମା୧୮ହଜାରରୁ ଅଧିକ ସହିତ ସରକାରୀ କର୍ମଚାରୀଙ୍କ ଭଳି ଭତା, ଅନ୍ୟାନ ସୁଭିଧା ଯୋଗାଇଦେବା, ସମସ୍ତଙ୍କ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର (ଇପିଏଫ)ପ୍ରଦାନ କରିବା, କାର୍ଯ୍ୟଦକ୍ଷତା ପ୍ରୋତ୍ସାହନ ରାଶି ଉଚ୍ଛେଦ କରିବା, କର୍ମଚାରୀଙ୍କର ସ୍ୱାସ୍ଥ୍ୟବୀମା ପଲିସି କରିବା, ଘରଭଡା ଭତା ସହିତ ଲୟାଲିଟି ବୋନସ ପ୍ରଦାନକରିବା ରହିଛି। ଏହି ସମ୍ବାଦିକ ସମ୍ମିଳନୀରେ ନିଲେଶ ପଟନାୟକ, ଦିବ୍ୟରଞ୍ଜନ ଜାନି, ପ୍ରଦିପ୍ତ ଗୌଡ ପ୍ରମୁଖ ସଂଘର କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ ସାମ୍ବାଦିକ ସମ୍ମିଳନୀ ପରେ ନଗର ଭବନଠାରୁ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଶତାଧିକ କର୍ମଚାରୀମାନେ ଶାନ୍ତିପୁର୍ଣ୍ଣ ଶୋଭାଯାତ୍ରାରେ ସହର ପରିକ୍ରମା କରି ୬ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳ, ଏସପି ଓ ସିଡିଓମଓଙ୍କୁ ପ୍ରଦାନ କରିଥିଲେ।

 

 

 

Leave a Reply

Your email address will not be published. Required fields are marked *