ଓଡ଼ିଶା

ସ୍ୱାସ୍ଥ୍ୟ କ୍ଷେତ୍ରକୁ ବଳ: ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)କୁ ୧-୦୪-୧୭ ଠାରୁ ୩୧-୦୩-୨୦୨୦ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୦୧ ଏପ୍ରିଲ, ୨୦୧୭ ଠାରୁ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)କୁ ଜାରି ରଖାଯିବ। ଏଥିପାଇଁ କେନ୍ଦ୍ର ସରକାର ୮୫, ୨୧୭ କୋଟି ଟଙ୍କାର ବଜେଟ ସହାୟତା ଯୋଗାଇ ଦେବେ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି।

ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀର ଲାଗି ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ ୨୦୧୫ ନିମନ୍ତେ ୫ ବର୍ଷରେ ଜିଲ୍ଲା ଡାକ୍ତରଖାନା, ଉପଜିଲ୍ଲା ଡାକ୍ତରଖାନା ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୌଳିକ ଢାଂଚା ପ୍ରସ୍ତୁତ କରିବା ଲାଗି ସହାୟତା ବୃଦ୍ଧି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି। ଏଥିପାଇଁ ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଅର୍ଥରାଶି ଯୋଜନା ରୂପରେ ୬୨୫.୨୦ କୋଟି ଟଙ୍କାର ବଜେଟ ସହାୟତା ଦିଆଯିବ। ଏହା ୧ ଏପ୍ରିଲ ୨୦୧୭ ଠାରୁ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଚାଲୁ ରହିବ।

ପ୍ରମୁଖ ବିଶେଷତ୍ୱ :

୧. ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜ (ୟୁଏଚସି)ର ପ୍ରମୁଖ ବାହକ ହେବ।
୨. ଏହାର ଉଦ୍ଦେଶ୍ୟ/ଲକ୍ଷ୍ୟ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତି, ୨୦୧୭ ଏବଂ ନିରନ୍ତର ବିକାଶର ଉଦ୍ଦେଶ୍ୟ-୩ (ଏସଡିଜି-୩) ସହ ଜଡ଼ିତ।
୩. ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ନିରନ୍ତର ବିକାଶ ଉଦ୍ଦେଶ୍ୟ ହାସଲ କରିବାରେ ଦେଶର ସହାୟତା କରିଛି ଏବଂ ଏହା ୟୁଏଚସିର ଲକ୍ଷ୍ୟ ସହିତ ଏସଡିଜି-୩ର ଲକ୍ଷ୍ୟକୁ ହାସଲ କରିବାରେ ପ୍ରମୁଖ ବାହକ ହେବ।
୪. ଆୟୁଷ୍ମାନ ଭାରତ- ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଭିଳଷିତ ଜିଲ୍ଲା ସହିତ ଉଚ୍ଚ ପ୍ରାଥମିକତା ଜିଲ୍ଲାରେ ସାର୍ବଜନିନ ସ୍ୱାସ୍ଥ୍ୟ ପ୍ରଣାଳୀକୁ ଦୃଢ଼ତା ପ୍ରଦାନ କରିଚାଲିବ।
୫. ଚୟନ ଯୋଗ୍ୟରୁ ବିସ୍ତୃତ ପ୍ରାଥମିକ ସ୍ୱାସ୍ଥ୍ୟ ଯତ୍ନ ଆଡ଼କୁ ପରିବର୍ତ୍ତନ ଅଟେ। ଏଥିରେ ସ୍ୱାସ୍ଥ୍ୟ ଏବଂ ଉପଶମ କେନ୍ଦ୍ର (ଏଚଡବ୍ଲ୍ୟୁସି) ରୂପରେ ଏସଏଚସି/ପିଏଚସିର ଦୃଢ଼ତା ପ୍ରଦାନ କରି ସାଧାରଣ ପ୍ରସାରଣ ରୋଗ, ବୃଦ୍ଧାବସ୍ଥାରେ ସ୍ୱାସ୍ଥ୍ୟ ଯତ୍ନ, ପ୍ରଶମକ ଉପଚାର ଏବଂ ପୂର୍ବ ସ୍ଥିତିକୁ ନେଇଯିବା ସମ୍ପର୍କିତ ଯତ୍ନ ସେବା ସାମିଲ ରହିଛି।
୬. ଏଚଡବ୍ଲ୍ୟୁସି ଏନସିଡି ସ୍କ୍ରିନିଂ ଏବଂ ବ୍ୟବସ୍ଥା ସହିତ ନିବାରକ, ପ୍ରୋତ୍ସାହକ, ଉପଚାରତ୍ମକ ଏବଂ ପୂର୍ବସ୍ଥିତି ଆଣିବା ଯୋଗ୍ୟ ସେବା ପ୍ରଦାନ କରିବ, ଏବଂ ଏଗୁଡ଼ିକ ସିଏଚସି ଓ ଡିଏଚ ସହ ଦୁଇ ପକ୍ଷରୁ ରେଫରାଲ ଏବଂ ଯାଂଚ ପ୍ରଣାଳୀ ଜରିଆରେ ଯୋଡ଼ିହେବ ବୋଲି ଆଶା କରାଯାଉଛି, ଯାହାଦ୍ୱାରା ବିଖଣ୍ଡନକୁ ହ୍ରାସ କରାଯାଇପାରିବ ଏବଂ ସ୍ୱାସ୍ଥ୍ୟ ଯତ୍ନରେ ସୁଧାର ଜାରି ରଖାଯାଇପାରିବ। ସାଧାରଣ ଏନସିଡି ଲାଗି ମାଗଣା ସାର୍ବଜନିନ ସ୍କ୍ରିନିଂ ଲାଗି ୧୨ଟି ସେବାର ପ୍ୟାକେଜ ରହିଛି।
୭. ଉପ-କେନ୍ଦ୍ର ସ୍ତରରେ ମଧ୍ୟମ ସ୍ତରର ସ୍ୱାସ୍ଥ୍ୟ ପ୍ରଦାତାମାନଙ୍କୁ ନିୟୋଜିତ କରାଯିବ ଯେଉଁମାନେ ପ୍ରାଥମିକ ସ୍ୱାସ୍ଥ୍ୟ ଯତ୍ନ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କ୍ଷମତାରେ ତାଲିମପ୍ରାପ୍ତ ହୋଇଥିବେ।
୮. ଆୟୁଷକୁ ଯୋଡ଼ି ଉପଶମ ଉପରେ ଗୁରୁତ୍ୱ ଏବଂ ଗୁରୁତର ରୋଗର ନିରାକରଣ ତଥା ସ୍ୱାସ୍ଥ୍ୟ ଯତ୍ନକୁ ପ୍ରୋତ୍ସାହନ ଦେବା ଉପରେ ବିଶେଷ ଗୁରୁତ୍ୱ।
୯. ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଯେଉଁଥିରେ ପ୍ରମୁଖ ସଂକେତକ ସାମିଲ ରହିଛି ଏବଂ ଅନ୍ୟ କାର୍ଯ୍ୟ ସମ୍ପାଦନ ଲାଗି ପ୍ରୋତ୍ସାହନ ରହିଛି।
୧୦. ପ୍ରମୁଖ ପରିଣାମ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାରର ଉତମ କାର୍ଯ୍ୟ ସମ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ନିର୍ଦ୍ଧାରିତ ବୃଦ୍ଧି ପାଇଥିବା ଅର୍ଥରାଶି ଆଡ଼କୁ ପ୍ରବୃତ ଫଳାଫଳ।
୧୧. ସ୍ୱାସ୍ଥ୍ୟ ଏବଂ ଉପଶମ ପ୍ରତି ସମାନ ଦୃଷ୍ଟିକୋଣ ସୁନିଶ୍ଚିତ କରିବା ଲାଗି ସମସ୍ତ ଭର୍ଟିକାଲ ରୋଗ କାର୍ଯ୍ୟକ୍ରମର ଅନୁପ୍ରସ୍ଥ ଏକୀକରଣ।
୧୨. ନିଶ୍ଚିତ ଲକ୍ଷ୍ୟ ହାସଲ କରିବା ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରଣନୀତି ଏବଂ ହସ୍ତକ୍ଷେପ।
୧୩. ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ମାଗଣା ଔଷଧ ଏବଂ ନିଦାନ ସେବାର ପ୍ରୟାସ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଡାଏଲିସିସ କାର୍ଯ୍ୟକ୍ରମ-ଭିନ୍ନ ଲକ୍ଷ୍ୟ ରୂପରେ ସାମିଲ ଓଓପିଆଇରେ ହ୍ରାସ ଆଦି ଭଳି ପ୍ରୟାସକୁ ତ୍ୱରାନ୍ୱିତ କରିବା ସହିତ ଓଓପିଆଇ କମ କରିବା ଉପରେ ସ୍ୱତନ୍ତ୍ର ଦୃଷ୍ଟି।
୧୪. ସ୍ୱାସ୍ଥ୍ୟ ବିଷୟରେ ଆନ୍ତଃ କ୍ଷେତ୍ରୀ କେନ୍ଦ୍ରାଭିମୁଖ କାର୍ଯ୍ୟ ଲାଗି ଉପଲବ୍ଧ ମଂଚର ପ୍ରଭାବୀ ବ୍ୟବହାର।
୧୫. ଅଗ୍ରଣୀ କାର୍ଯ୍ୟକର୍ତାଙ୍କ ମଧ୍ୟ ସହଯୋଗ ଏବଂ ଉତ୍ସାହ ବୃଦ୍ଧି ଲାଗି ଦଳଗତ ଆଧାରରେ ପ୍ରୋତ୍ସାହନ।
୧୬. ସାର୍ବଜନିନ ସ୍ୱାସ୍ଥ୍ୟ ସୁବିଧା, କାୟାକଳ୍ପ, ଲକ୍ଷ୍ୟର ଗୁଣବତାପୂର୍ଣ୍ଣ ପ୍ରମାଣନ ଜରିଆରେ ଗୁଣବତା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ, ସାର୍ବଜନିନ ସ୍ୱାସ୍ଥ୍ୟ ସେବାର ଉପଯୋଗର ଏକ ନିଶ୍ଚିତ ଲକ୍ଷ୍ୟ ରହିଛି।
୧୭. ସମସ୍ତ ରାଜ୍ୟରେ ଟିକାକରଣ ସମ୍ପ୍ରସାରଣର ପ୍ରସ୍ତାବ।
୧୮. ଏହା ଆୟୁଷ୍ମାନ ଭାରତ ଅନ୍ତର୍ଗତ ପ୍ରସ୍ତାବିତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ରକ୍ଷା ମିଶନ ସହିତ ଯୋଡ଼ିହେବ।

ପ୍ରଭାବ :

ଏହାର ପରିଣାମ ଆସିବ/ସରଳ ହେବ

୧. ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଲାଗି ନିର୍ଦ୍ଧାରିତ ଲକ୍ଷ୍ୟକୁ ନିରନ୍ତର ଅବଧିରେ ହାସଲ କରିବା।

୨. ନବଜାତ ଶିଶୁ ମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର, ପାଂଚ ବର୍ଷ ପର୍ଯ୍ୟନ୍ତ ବୟସର ଶିଶୁଙ୍କ ମୃତ୍ୟୁ ହାର, ମାତୃତ୍ୱ ମୃତ୍ୟୁ ହାର ଏବଂ ମୋଟ ପ୍ରଜନନ ହାର ଭଳି ପ୍ରମୁଖ ସ୍ୱାସ୍ଥ୍ୟ ସଂକେତକରେ ସୁଧାର।

୩. ସଂକ୍ରାମକ ରୋଗ ବ୍ୟାପିବା ଘଟଣାରେ ହ୍ରାସ।

୪. ସ୍ୱାସ୍ଥ୍ୟ ଯତ୍ନ ବିଷୟରେ କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ପକେଟ ଖର୍ଚ୍ଚରେ ହ୍ରାସ।

୫. ନିୟମିତ ଟିକାକରଣ ସେବାର କଭରେଜ ଏବଂ ବ୍ୟବହାର ତଥା ଅଣସଂକ୍ରାମକ ରୋଗ ସହ ଜଡ଼ିତ ସେବାର ସ୍ଥିତିରେ ସୁଧାର।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top