ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନ ସ୍ୱାୟତ ଶାସନ ସଂସ୍ଥାଗୁଡିକୁ ଯୁକ୍ତିସଂଗତ କରିବା ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦିତ

ନୂଆଦିଲ୍ଲୀ ୮-୨ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନ ସ୍ୱାୟତ ଶାସନ ସଂସ୍ଥାଗୁଡିକୁ ଯୁକ୍ତିଂସଗତ କରିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ସଂସ୍ଥାଗୁଡିକରେ ଜାତୀୟ ଆରୋଗ୍ୟ ପାଣ୍ଠି (ଆରଏଏନ) ଏବଂ ଜନସଂଖ୍ୟା ସ୍ଥିରତା ପାଣ୍ଠି (ଜେଏସକେ) ସାମିଲ ରହିଛି। ଏହାର କାର୍ଯ୍ୟପ୍ରଣାଳୀ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଅଧୀନରେ ରଖାଯିବାର ମଧ୍ୟ ପ୍ରସ୍ତାବ ରହିଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନ ସ୍ୱାୟତ ଶାସନ ସଂସ୍ଥାଗୁଡିକୁ ଯୁକ୍ତିସଂଗତ କରିବାରେ ଆନ୍ତଃମନ୍ତ୍ରଣାଳୟ ପରାମର୍ଶ ଏବଂ ଏହି ସଂସ୍ଥାଗୁଡିକର ପ୍ରଚଳିତ ଉପନିୟମର ସମୀକ୍ଷା ସାମିଲ ରହିଛି।

ଜାତୀୟ ଆରୋଗ୍ୟ ପାଣ୍ଠିର ଗଠନ ଏକ ପଞ୍ଜିକୃତ ସୋସାଇଟି ରୂପରେ କରାଯାଇଥିଲା, ଯଦ୍ୱାରା କେନ୍ଦ୍ର ସରକାରୀ ଡାକ୍ତରଖାନା ଚିକିତ୍ସା କରାଉଥିବା ଗରିବ ରୋଗୀମାନଙ୍କୁ ଆର୍ଥିକ ଚିକିତ୍ସା ସହାୟତା ଦିଆଯାଇପାରିବ। ଅଗ୍ରୀମ ଅର୍ଥରାଶି ଏହି ହସ୍ପିଟାଲକୁ ଚିକିତ୍ସା ନିରୀକ୍ଷକମାନଙ୍କୁ ଦିଆଯିବ, ଏମାନେ ପ୍ରକ୍ୟେତ ମାମଲାକୁ ଦେଖି ସହାୟତା ପ୍ରଦାନ କରିବେ। ଯେହେତୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଡାକ୍ତରଖାନାଗୁଡିକୁ ଅର୍ଥରାଶି ପ୍ରଦାନ କରୁଛି ସେଥିପାଇଁ ବିଭାଗ ଦ୍ୱାରା ଡାକ୍ତରଖାନାଗୁଡିକୁ ସିଧାସଳଖ ଅନୁଦାନ ଦିଆଯାଇପାରିବ। ସେହିପରି ଆରଏଏନ କାର୍ଯ୍ୟପ୍ରଣାଳୀକୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନକୁ ଅଣାଯିବ। ଆରଏଏନ, ସୋସାଇଟି ପରିଚାଳନା ସମିତି ସୋସାଇଟି ପଞ୍ଜିକରଣ ଅଧିନିୟମ, ୧୮୬୦ର ବ୍ୟବସ୍ଥା ଅନ୍ତର୍ଗତ ସ୍ୱାୟତଶାସନ ସଂସ୍ଥାଗୁଡିକୁ ରଦ୍ଦ କରିବା ଲାଗି ବୈଠକ କରିବେ। ଏହାବ୍ୟତୀତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କର୍କଟ ରୋଗୀ ପାଣ୍ଠିକୁ ମଧ୍ୟ ବିଭାଗକୁ ସ୍ଥାନାନ୍ତରିତ କରିଦିଆଯିବ। ଏଥିପାଇଁ ଗୋଟିଏ ବର୍ଷର ସମୟ ଦିଆଯାଇଛି।

ଜନସଂଖ୍ୟା ସ୍ଥିରତା ପାଣ୍ଠି ୨୦୦୩ରେ ୧୦୦ କୋଟି ଟଙ୍କାର ପାଣ୍ଠି ସହିତ ପ୍ରତିଷ୍ଠା କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଜନସଂଖ୍ୟା ସ୍ଥିରୀକରଣ ରଣନୀତି ପ୍ରତି ସଚେତନତା ବୃଦ୍ଧି କରିବା ଥିଲା। ସିଏସକେ ଲକ୍ଷ୍ୟ ରଖାଯାଇଥିବ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଗତିବିଧିର ଆୟୋଜନ କରିଥାଏ। ମନ୍ତ୍ରଣାଳୟ ଦ୍ୱାରା ଜିଏସକେର କୌଣସି ଲଗାତାର ଅର୍ଥ ଯୋଗାଣ କରାଯାଏନାହିଁ। ଜନସଂଖ୍ୟା ସ୍ଥିରୀକରଣ ରଣନୀତିର ଘରୋଇ ଏବଂ କର୍ପୋରେଟ ଅର୍ଥଯୋଗାଣର ଆବଶ୍ୟକତା ରହିଛି, ଯାହା ଜିଏସକେ ଜରିଆରେ ସମ୍ଭବ। ଯଦିଓ ଜିଏସକେ ଜନସଂଖ୍ୟା ସ୍ଥିରୀକରଣ ରଣନୀତିରେ ଗୁରୁତ୍ୱପୂର୍ଣ୍ଣ ତୁଲାଇବ, କିନ୍ତୁ ଏକ ସ୍ୱାୟତ ଶାସନ ସଂସ୍ଥା ରୂପରେ ଏହାର ଅସ୍ତିତ୍ୱ ଆବଶ୍ୟକ ପଡିବ ନାହିଁ। ସେହିପରି ଏକ ସ୍ୱାୟତ ଶାସନ ସଂସ୍ଥା ରୂପରେ ଜିଏସକେକୁ ବନ୍ଦ କରି ଦିଆଯାଇପାରିବ କାରଣ ପାଣ୍ଠି ଆକାରରେ ଏହାର କାର୍ଯ୍ୟ ବିଭାଗ ଦ୍ୱାରା କରାଯିବା ସମ୍ଭବ। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *