ଓଡ଼ିଶା

ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ନିମନ୍ତେ ସମ୍ବଳ ସୁଦୃଢ଼ ଯୋଜନାକୁ କ୍ୟାବିନେଟ ଅନୁମୋଦନ

– ଅସଂରକ୍ଷିତ ଅଂଚଳରେ ୨୪ଟି ନୂଆ ମେଡିକାଲ କଲେଜ ଖୋଲାଯିବ
– ମେଡିକାଲ କଲେଜଗୁଡିକରେ ବଢ଼ିବ ୧୮, ୦୫୦ ସ୍ନାତକ ଏବଂ ସ୍ନାତକୋତର ସିଟ
– ୨୪୮ଟି ନର୍ସିଂ ଏବଂ ମିଡୱାଇଫେରୀ ସ୍କୁଲ ପ୍ରତିଷ୍ଠା କରାଯିବ

ନୂଆଦିଲ୍ଲୀ ୮-୨ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରଚଳିତ ଯୋଜନାକୁ ଜାରି ରଖିବା ଏବଂ ସ୍ୱାସ୍ଥ୍ୟ ଓ ଚିକିତ୍ସା ଯୋଜନା ଲାଗି ୨୦୧୯-୨୦ ସୁଦ୍ଧା ୧୪, ୯୩୦.୯୨ କୋଟି ଟଙ୍କା ଆନୁମାନିକ ବ୍ୟୟରେ ମାନବ ସମ୍ବଳର ଅତିରିକ୍ତ ପର୍ଯ୍ୟାୟ ଆରମ୍ଭ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ମଞ୍ଜୁରି ମିଳିଛି।

ପ୍ରମୁଖ ବିଶେଷତ୍ୱ:

କ) ନୂଆ ମେଡିକାଲ କଲେଜ

– ୨୦୧୯-୨୦ ସୁଦ୍ଧା ପର୍ଯ୍ୟାୟ ୧ ଅନ୍ତର୍ଗତ ପୂର୍ବରୁ ଅନୁମତି ପ୍ରାପ୍ତ ବର୍ତମାନର ଜିଲ୍ଲା/ରେଫରାଲ ହସ୍ପିଟାଲକୁ ମିଶାଇ ୫୮ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ଚଳିତ ଯୋଜନାରେ ଜାରି ରଖିବା।

– ୨୦୨୧-୨୨ ସୁଦ୍ଧା ପର୍ଯ୍ୟାୟ ୨ ଅନ୍ତର୍ଗତ ବର୍ତମାନର ଜିଲ୍ଲା/ରେଫରାଲ ହସ୍ପିଟାଲକୁ ମିଶାଇ ୨୪ଟି ନୂଆ ମେଡିକାଲ କଲେଜର ଚୟନ ଏବଂ ପ୍ରତିଷ୍ଠା।

– ପର୍ଯ୍ୟାୟ ୨ରେ ପ୍ରସ୍ତାବିତ ୨୪ଟି ନୂଆ ମେଡିକାଲ କଲେଜ ସ୍ଥାନର ଚୟନ, ଆହ୍ୱାନ ଭିତିରେ ଚିହ୍ନଟ, ଅସଂରକ୍ଷିତ କ୍ଷେତ୍ର ଅଧୀନରେ କରାଯିବ।

– ପର୍ଯ୍ୟାୟ ୧ କାଳରେ କେନ୍ଦ୍ରୀୟ ଭାଗ ଅନ୍ତର୍ଗତ ଜାରି ଯୋଜନା ଲାଗି ୫୫୮୭.୬୮ କୋଟି ଟଙ୍କାର ଅର୍ଥରାଶି ବ୍ୟୟ କରାଯିବାର ପ୍ରସ୍ତାବ ରହିଛି। ପର୍ଯ୍ୟାୟ ୨ରେ କେନ୍ଦ୍ର ଅଂଶଧନ ଆକାରରେ ୨୦୨୧-୨୨ ସୁଦ୍ଧା ୩୬୭୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଖ) ମେଡିକାଲ ସିଟରେ ବୃଦ୍ଧି :

ବର୍ତମାନ ରାଜ୍ୟ ସରକାର/କେନ୍ଦ୍ର ସରକାରଙ୍କ ମେଡିକାଲ କଲେଜଗୁଡିକର ଉନ୍ନତିକରଣ କରିବା ଲାଗି କେନ୍ଦ୍ର ପ୍ରୟୋଜିତ ଯୋଜନା ଜାରି ରଖାଯିବାର ଫଳସ୍ୱରୂପ:

– ୨୦୨୦-୨୧ ସୁଦ୍ଧା ସ୍ନାତକ (ୟୁଜି)ର ୧୦ ହଜାର ସିଟ୍ ବୃଦ୍ଧି ଏବଂ

– ୮୦୫୮ ସ୍ନାତକୋତର (ପିଜି) ସିଟ (୨୦୧୮-୧୯ ସୁଦ୍ଧା ପର୍ଯ୍ୟାୟ ୧ରେ ୪୦୫୮ ଏବଂ ୨୦୨୦-୨୧ ସୁଦ୍ଧା ପର୍ଯ୍ୟାୟ ୨ରେ ୪୦୦୦ ବୃଦ୍ଧି ଘଟିବ)

ଅଣ୍ଡର ଗ୍ରାଜୁଏଟ (ୟୁଜି) ସିଟ ବଢ଼ାଇବାରେ କେନ୍ଦ୍ର୍ରୀୟ ଅଂଶଧନର ଅର୍ଥରାଶି ୭୭୯୫ କୋଟି ଟଙ୍କା ଏବଂ ଏହି ଅର୍ଥରାଶି ୨୦୨୧-୨୨ ସୁଦ୍ଧା ଖର୍ଚ୍ଚ କରାଯାଇପାରିବ। ଏଥିମଧ୍ୟରୁ ୪୫୩୬ କୋଟି ଟଙ୍କାର ଅର୍ଥରାଶି ୨୦୧୯-୨୦ ସୁଦ୍ଧା ଖର୍ଚ୍ଚ କରାଯିବ।

ପର୍ଯ୍ୟାୟ ୨ ଅନ୍ତର୍ଗତ ପିଜି ସିଟିର ବୃଦ୍ଧି ଉପରେ କେନ୍ଦ୍ରୀୟ ଅଂଶଧନ ରୂପରେ ୩୦୨୪ କୋଟି ଟଙ୍କାର ଅର୍ଥରାଶି ୨୦୨୧-୨୨ ସୁଦ୍ଧା ଖର୍ଚ୍ଚ କରାଯିବ। ଏଥି ମଧ୍ୟରୁ ୧୭୦୦ କୋଟି ଟଙ୍କା ୨୦୧୯-୨୦ ସୁଦ୍ଧା ଖର୍ଚ୍ଚ କରାଯିବ। ୩୧୭ କୋଟି ଟଙ୍କାର ଅବଶିଷ୍ଠ କେନ୍ଦ୍ରୀୟ ଅଂଶଧନ ରାଶି ପିଜି ସିଟର ପ୍ରଥମ ପର୍ଯ୍ୟାୟ ଲାଗି ଖର୍ଚ୍ଚ କରାଯିବ।

ଗ) ନର୍ସିଂ ଯୋଜନା :

ନିମ୍ନଲିଖିତର ପ୍ରତିଷ୍ଠା ଲାଗି ଯୋଜନା ଜାରି ରଖିବା ଏବଂ ପୂରଣ କରିବା

– ୧୧୨ ଟି ସମ୍ପ୍ରସାରିତ ନର୍ସିଂ ଏବଂ ମିଡୱାଇଫରୀ (ଏଏନଏମ) ସ୍କୁଲ ଏବଂ

– ୨୦୧୯-୨୦ ସୁଦ୍ଧା ଦେଶର ଅସଂରକ୍ଷିତ ଜିଲ୍ଲାରେ ୧୩୬ ଟି ସାଧାରଣ ନର୍ସିଂ ଓ ମିଡୱାଇଫରୀ (ଜିଏନଏମ) ସ୍କୁଲ।

– ନର୍ସିଂ ଯୋଜନାରେ ୨୦୧୯-୨୦ ସୁଦ୍ଧା ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସେସବୁ ସ୍କୁଲ ପାଇଁ ଲାଗୁ ଏବଂ ପୂରଣ କରାଯିବ ଯେଉଁଠି କାର୍ଯ୍ୟାରମ୍ଭ ହୋଇସାରିଛି।

ପ୍ରଭାବ:

ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ଏବଂ ଏମବିବିଏସ ଏବଂ ପିଜି ସିଟ ବଢ଼ିବା ଦ୍ୱାରା

୧. ସ୍ୱାସ୍ଥ୍ୟ ପେଶାଦାରଙ୍କ ଉପଲବ୍ଧତା ବଢ଼ିବ
୨. ଦେଶରେ ମେଡିକାଲ କଲେଜର ବର୍ତମାନର ଭୌଗଳିକ ବତରଣ ନିୟନ୍ତ୍ରିତ ହେବ
୩. ଦେଶରେ ଶସ୍ତା ଚିକିତ୍ସାକୁ ପ୍ରୋତ୍ସାହନ ମିଳିବ
୪. ଜିଲ୍ଲା ଚିକିତ୍ସାଳୟଗୁଡିକର ବର୍ତମାନର ମୌଳିକ ଭିତିଭୂମିର ଉପଯୋଗ ହେବ ଏବଂ
୫. ସରକାରୀ କ୍ଷେତ୍ରରେ ଦୃତୀୟ ଶ୍ରେଣୀର ସ୍ୱାସ୍ଥ୍ୟ ସେବାରେ ସୁଧାର ଆସିବ।
୬. ଚିକିତ୍ସା ଶିକ୍ଷା, ଚିକିତ୍ସା ଗବେଷଣା ଏବଂ କ୍ଳିନକାଲ ଚିକିତ୍ସାର ଗୁଣବତାରେ ସୁଧାର ଆସିବ।

ଦେଶରେ ସ୍ଥାପନ ହେବ ୪୭୩ ଗ୍ରାମାଂଚଳ ସଂପଦ କେନ୍ଦ୍ର ଉପଗ୍ରହ ପ୍ରଯୁକ୍ତି ମାଧ୍ୟମରେ ଗ୍ରାମାଂଚଳ ବିକାଶ ପାଇଁ ଇସ୍ରୋର ପ୍ରସ୍ତୁତି

ଉପଗ୍ରହ ପ୍ରଯୁକ୍ତି ଦ୍ୱାରା କିପରି ଗ୍ରାମାଂଚଳର ବିକାଶ ଘଟାଯାଇପାରିବ ଏହାର ନମୁନା ପ୍ରଦର୍ଶନ ସକାଶେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦେଶର ବିଭିନ୍ନ ସ୍ଥାନରେ ୪୭୩ଟି ଗ୍ରାମାଂଚଳ ସଂପଦ କେନ୍ଦ୍ର (ଭିଆରସି )ସ୍ଥାପନ କରିବ। ପ୍ରଥମେ ଏହାକୁ ପାଇଲଟ୍ ସ୍କେଲରେ ସ୍ଥାପନ କରାଯିବ ଏବଂ ଏଥିପାଇଁ ନିର୍ଦ୍ଦିଷ୍ଟ ସ୍ୱେଚ୍ଛାସେବୀ ସଂଗଠନ (ଏନଜିଓ), ଟ୍ରଷ୍ଟ୍ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗମାନଙ୍କ ସହ ସହଭାଗୀତା କରାଯିବ। ଏଭଳି କେନ୍ଦ୍ର ସ୍ଥାପନ ସକାଶେ ପ୍ରାୟ ୧୮ କୋଟି ଟଙ୍କା ବ୍ୟୟ କରାଯିବ।

କେନ୍ଦ୍ର ଉତର ପୂର୍ବାଂଚଳ କ୍ଷେତ୍ର, ପିଏମଓ, କାର୍ମିକ, ଜନ ଅଭିଯୋଗ ଓ ପେନସନ୍ ତଥା ଆଣବିକ ଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ଡ଼କ୍ଟର ଜିତେନ୍ଦ୍ର ସିଂହ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତର ଦେଇ ଏହି ବିଷୟ ପ୍ରକାଶ କରିଛନ୍ତି। (ପ୍ରତିକାତ୍ମକ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top