ସ୍ୱାସ୍ଥ୍ୟସେବା ଶିବିର

ପୁରୀ ୭/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)  ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୬୯ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆୟୁଶ ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ ପତାକା ଉତ୍ତୋଳନ କରିବାସହ ରିବନ କାଟି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ। ଶିବିରରେ ଯନ୍ତ୍ରଣାଜନୀତ ରୋଗର ବିଶେଷ ଭାବେ ଚିକିତ୍ସା କରାଯାଇଥିଲା। ଶିବିରରେ ଅସ୍ଥି ସାନ୍ଧ୍ରତା ପରୀକ୍ଷଣ ସହ ମଧୁମେହ, ଅସ୍ଥିକ୍ଷୟ, ଅର୍ଶ, ଭଗନ୍ଧର, ପଞ୍ଚକର୍ମ, ସ୍ତ୍ରୀ ରୋଗ ଆଦିର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶଲ୍ୟ ବିଶେଷଜ୍ଞ ଡାକ୍ତର ହୃଦୟ ରଂଜନ ମହାନ୍ତି, ପଞ୍ଚକର୍ମ ବିଶେଷଜ୍ଞ ଡାକ୍ତର ଦେବ ପ୍ରକାଶ ଦାଶ, କାୟ ବିଶେଷଜ୍ଞ ଡାକ୍ତର ସଂଗ୍ରାମ ପ୍ରଧାନ, ଡାକ୍ତର ଅରୁଣ କୁମାର ଦାସ, ସାଲକ୍ୟ ବିଶେଷଜ୍ଞ ଡାକ୍ତର ନିଗମ ନାୟକ, ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଅରୁଣା ମହାନ୍ତି ପ୍ରମୁଖ ରୋଗୀମାନଙ୍କର ଚିକତ୍ସା କରିଥିଲେ।

Leave a Reply

Your email address will not be published. Required fields are marked *