ଜିଲ୍ଲା ପରିକ୍ରମା

ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଜାଗା ଚିହ୍ନଟ କେବେ?

ରାଉରକେଲା ୧-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଯଦିଓ ରାଉରକେଲା ସ୍ମାର୍ଟ ସିଟି ହୋଇ ସ୍ୱାସ୍ଥ୍ୟ ସେବାରେ କିଛିଟା ଆଖିଦୃଶିଆ ସୁଧାର ହୋଇ ପାରିଛି। ତଥାପି ଆଜି ବି ସ୍ୱାସ୍ଥ୍ୟସେବାର ଚିତ୍ର ଦକ୍ଷିଣ ରାଉରକେଲାରେ ଅସ୍ପଷ୍ଟ ହେଲା ଭଳି ମନେ ହେଉଛି। ଦକ୍ଷିଣ ରାଉରକେଲା ସାରନଗରୀରେ ସେଲ ପରିଚାଳିତ ଏକ ହସ୍ପିଟାଲ ରହିଥିବା ବେଳେ, ସେଥିରେ ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ନଥିବାରୁ ରୋଗୀ ମାନେ ସ୍ୱାସ୍ଥ୍ୟସେବା ଠିକ ଭାବରେ ପାଇ ପାରୁନଥିବା ଆଲୋଚନା ହେଉଛି। ସେହିପରି ଦକ୍ଷିଣ ରାଉରକେଲାର ବାଲିଯୋଡି ଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଇଏସଆଇ ଡିସପେନସରୀ ରହିଛି। ଏହି ଦୁଇଟି କେନ୍ଦ୍ରରେ ଛୋଟ ରୋଗ ଯେପରି ଜ୍ୱର, କାଶ, ଥଣ୍ଡା, ତରଳ ଝାଡାର ପ୍ରାଥମିକ ଚିକିତ୍ସା କରାଯାଉଥିଲେ ସୁଦ୍ଧା ଅନ୍ୟ ରୋଗ ତଥା ହସ୍ପିଟାଲରେ ଭର୍ତି ହେବାର କୌଣସି ସୁବିଧା ନଥିବାରୁ ରୋଗୀ ମାନଙ୍କୁ ହତାଶର ସମ୍ମୁଖୀନ ହେବାକୁ ପଡୁଛି। ସମୟ ସମୟରେ ଏହି ଦୁଇଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅଭାବ ମଧ୍ୟ ପରିଲିକ୍ଷିତ ହେବା ସହ ଜରୁରୀ ଔଷଧ ମିଳୁ ନଥିବା ବାରମ୍ବାର ରୋଗୀ ମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି। ସାରନଗରୀ, ଜଲଦା, ହାତୀବନ୍ଧା, ଧରମଡିହି, ନୟାଡେରା, ସୁଇଡିହି ଆଦିର ବାସିନ୍ଦା ଏହା ଉପରେ ନିର୍ଭର କରିଥାନ୍ତି। ରୋଗୀ ମାନେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଏଠାରୁ ପ୍ରାୟ ୧୫ କିମି ଦୂର ରାଉରକେଲା ସରକାରୀ ହସ୍ପିଟାଲକୁ ଅଯଥାରେ ଖର୍ଚ୍ଚାନ୍ତ ହୋଇ ଯିବାକୁ ପଡୁଛି। ଦକ୍ଷିଣ ରାଉରକେଲା ତଥା ସାରନଗରୀ ଭଳି ଜନବହୁଳ ଅଂଚଳରେ ଏଯାଏ ସରକାରଙ୍କ ପକ୍ଷରୁ ୫୦ ଶଯ୍ୟା ବିଶିଷ୍ଟ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ପିଏଚସି) ସ୍ଥାପନ ହୋଇ ପାରିନାହିଁ। ଯଦିଓ ଏହାପାଇଁ ୭୭ ଲକ୍ଷ ଅନୁଦାନ ମଂଜୁର ହୋଇଛି, ଅଂଚଳରେ ଜାଗା ଚିହ୍ନଟ ଅଭାବରୁ କାର୍ଯ୍ୟ ଏଯାଏ ନିର୍ମାଣ କାର୍ଯ୍ୟ ହୋଇ ପାରିନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top