ଜିଲ୍ଲା ପରିକ୍ରମା

ସ୍ୱାମୀ ବିରୋଧରେ ଶାରିରୀକ ଅକ୍ଷମ ପତ୍ନୀଙ୍କର ଥାନାରେ ଅଭିଯୋଗ

ଖଇରା, ୧୮/୯/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ଥାନା କୁପାରୀ ଗ୍ରାମର ହଦଶାସନର ଅଶୋକ ପଣ୍ଡା ପିତା ଉଦୟନାଥ ପଣ୍ଡା ଗତ ୨୦୧୧ମସିହାରେ ପଶ୍ଚିମବଙ୍ଗ ରାଜ୍ୟର କଲିକତା ଭବାନିପୁର ଥାନା ଅଧିନସ୍ଥ ୫ବି ଅସ୍ତନ ରୋଡର କବିତାରାଣୀ ପଣ୍ଡାଙ୍କୁ ବିବାହ କରିଥିଲେ। ପାଣିଛତ୍ର ଗା୍ରମର ଅଜୟ ଶତପଥୀ ପିତା ବିଙ୍ଗ ଶତପଥୀ ଏହି ବିବାହରେ ମଧ୍ୟସ୍ଥତା କରିଥିଲୋ। ଘଟଣାରୁ ଯାହା ଜଣାଯାଏ ବିବାହର ୨୦ରୁ୨୧ ଦିନ ପରେ ଶ୍ରୀ ପଣ୍ଡା ନିଜର ବାସସ୍ଥାନ କୁପାରୀକୁ ପଳାଇଆସି ଆଉ ସେଠାକୁ ଫେରିନଥିଲେ। କବିତାରାଣୀ ଜଣେ ଶାରିରୀକ ଅକ୍ଷମ ବୋଲି ଜାଣି ମଧ୍ୟ ଶ୍ରୀ ପଣ୍ଡା ବିବାହ କରିଥିଲେ। ଇତି ମଧ୍ୟରେ ବିବାହର ପ୍ରାୟ ୭ବର୍ଷ ବିତିଯାଇଥିଲେ ମଧ୍ୟ ଶ୍ରୀ ପଣ୍ଡା ସେଠାକୁ ଗଲେନାହିଁ କି ଯୋଗାଯୋଗ ରଖିଲେ ନାହିଁ। ଶେଷରେ ବାଧ୍ୟ ହୋଇ କବିତାରାଣୀ ପଣ୍ଡା ସ୍ୱାମୀ ଅଶୋକ ପଣ୍ଡା ଓ ସଂପର୍କିୟ ତଥା ବିବାହର ମଧ୍ୟସ୍ଥି ଅଜୟ ଶତପଥୀଙ୍କ ନାମରେ ଖଇରା ଥାନାରେ ତା୧୭/୯/୨୦୧୮ରିଖରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଖଇରା ପୋଲିସ ୨୨୯/୧୮ମୂଳେ ଏକ କେସ ରୁଜୁକରି ଥାନାଅଧିକାରିଣୀ ଲୋପାମୁଦ୍ରା ନାୟକ ଏସଆଇ ଅଶ୍ୱିନ କୁମାର ବେହେରାଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ବେହେରାଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ ଚାଲୁ ରହିଥିବାରୁ ଆସାମି ଅଶୋକ ପଣ୍ଡା(ସ୍ୱାମୀ), ଅଜୟ ଶତପଥୀ (ମଧ୍ୟସ୍ଥି) ଓ ଅନ୍ୟମାନେ ଫେରାର ଥିବାରୁ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇପାରି ନାହିଁ ବୋଲି ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top