ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ବୈାଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ ଅସନ ଓ ପ୍ରାଣାୟାମ ଶିବିର

ବୈାଦ୍ଧ ୧୨/୧ (ଓଡ଼ିଆ ପୁଅ/ଦେବାଶିଷ ପୁରୋହୀତ)  – ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ବୈାଦ୍ଧ ସହରର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଏକ ସ୍ୱତନ୍ତ୍ର ଯୋଗ ଶିବିର ଭାରତ ସ୍ୱାଭିମାନ ଟ୍ରଷ୍ଟ ଓ ପତଞ୍ଜଳି ଯୋଗ ସମିତି ପକ୍ଷରୁ ଅନୁଷ୍ଠିତ ହୋଇଥିଲା। ଏଥିରେ ହରିଦ୍ୱାର ଶାନ୍ତିକୁଞ୍ଜ ଯୋଗ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ବାହାଦୁର ସିଂ ଚୈାହାନ, ପ୍ରାନ୍ସୁ କୁମାର ମୈାର୍ଯ୍ୟ ଓ ରାଜିବ କୁମାର ଆସନ ଓ ପ୍ରାଣାୟାମ ଅଭ୍ୟାସ କରାଇବା ସହିତ ବର୍ତମାନ ଯୋଗ କିପରି ସମସ୍ତଙ୍କ ପାଇଁ ଜରୁରୀ ହୋଇ ପଡିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ୱାମୀ ବିବେକାନନ୍ଦ ପ୍ରତିଦିନ ଯୋଗାଭ୍ୟାସ ମାଧ୍ୟମରେ ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ମାଉସୀ ମା ମନ୍ଦିର ଠାରେ ଅନୁଷ୍ଠିତ ଶିବିରରେ ମଦଯୟ ଯୋଗାଭ୍ୟାସ କରାଯାଇଥିଲା। ମହିଳା ପତଞ୍ଜଳି ଯୋଗ ସମିତି ପକ୍ଷରୁ ଅନୁଷ୍ଠିତ ମହିଳା ଯୋଗ ଶିବିରରେ ଯୋଗଦେଇ ପ୍ରକାଶ କରିଥିଲେ ଯେ ମହିଳାମାନେ ଯୋଗାଭ୍ୟାସ କରିବା ଦ୍ୱାରା ପରିବାର, ସମାଜ ଓ ରାଷ୍ଟ୍ରକୁ ସଂସ୍କାରିତ କରିବାରେ ମୁଖ୍ୟ ସହାୟକ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାର, ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଭାଇଭଉଣୀମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଚିତ୍ରାନନ୍ଦ ସାହୁ, ବିଜୟ କୁମାର ସାହୁ, ନିର୍ମଳ ଭାଇ, ମହାଦେବ ସାହୁ, ମୋହନ କରଡିଆ, ଆଶୁତୋଷ ମହାପାତ୍ର ସହଯେଗରେ ଅନୁଷ୍ଠିତ ହୋଇଥରବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ମହିଳା ପ୍ରଭାରୀ ଅନିମା ପଟ୍ଟନାୟକ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *