କେନ୍ଦ୍ରାପଡା ୧୨/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )– ରାଷ୍ଟିୟ ଯୁବ ଦିବସ ଅବସରରେ ସ୍ୱାମୀ ବିବେକାନନ୍ଦ ସେବା ସଂସ୍ଥା ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳନ ହୋଇ ଯାଇଛି। ଏ ନେଇ ଗତ ଶୁକ୍ରବାର କେନ୍ଦ୍ରାପଡା ସହର ଅଯୋଧ୍ୟାନଗରସ୍ଥିତ ପୈାରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷ ସ୍ୱପ୍ନାଂଶୁ ଦାସ ଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲିପ କୂମାର ନାୟକ, ମୁଖ୍ୟ ବକ୍ତାଭାବେ ସାମ୍ବାଦିକ ସଚ୍ଚିଦାନନ୍ଦ ବେହେରା ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁୁ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ। ଏହି ସଭାରେ ସମାଜସେବୀ ସମୀର ଚାନ୍ଦ, ଯୋଗ ଗୁରୁ ସଞୟ ମଥାନ, ବିଦ୍ୟାଳୟର ଶିକ୍ଷକ ଅରୁଣ କୁମାର ବେହେରା, ବଟକୃଷ୍ଣ ବେହେରା ପ୍ରମୁଖ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ୱାମୀଜୀଙ୍କ ଫଟୋ ଚିତ୍ରରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା। ଏହି ଉସ୍ôବରେ ସାହେବ ସାହିଲ ରାଉତ ଅତିଥି ପରିଚୟ, ଶିବାନୀ ଶଙ୍କର ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପରିଶେଷରେ ସେବାସଂସ୍ଥା ସଭାପତି ପୃଥିରାଜ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉସ୍ôବକୁ ରାଜେଶ କୁମାର ବେହେରା, ସୈାମ୍ୟକାନ୍ତ ଦାସ, ସନ୍ଦିପନି ଆଯ୍ୟକୁମାର, ଦେବାଶିଷ ମହାପାତ୍ର, ଅମିତ ସ୍ୱାଇଁ, ଭବାନୀ ଶଙ୍କର ଦାସ, ସଞୟ କୁମାର ବେହେରା ଓ ରଂଜନ ପରିଡା ପ୍ରମୁଖ ପରିଚାଳନା କରିଥିଲେ।