ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଶହୀଦ୍ ଭଗତ୍ ସେନା ପକ୍ଷରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରତିଯୋଗୀତା

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ସ୍ୱାମୀ ବିବେକାନନ୍ଦଙ୍କ ୧୫୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଭଦ୍ରକର ଶହୀଦ୍ ଭଗତ୍ସେନା ପକ୍ଷରୁ ଚରମ୍ପାସ୍ଥିତ ପଡ଼ିଆରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଶହୀଦ୍ ଭଗତ୍ସେନାର ମୁଖ୍ୟ ଆବାହକ ସୀତାଂଶୁ ଶେଖର ମହାପାତ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମ ହେଉଥିବା ବେଳେ ମୁଖ୍ୟ ଅତିଥି ଭାବେ ଭଦ୍ରକ ତହସିଲଦାର ପ୍ରଦୀପ କୁମାର ସାହୁ ଯୋଗଦେଇ ମନୁଷ୍ୟ ଶରୀରରୁ ନୁହେଁ ମସ୍ତିସ୍କରୁ ଦୁର୍ବଳ ହୋଇଥାଏ ଏବଂ ଏହାର ଉପକାରିତା ଓ ଏହି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଯିବା ନେଇ ସେନାର ଏହି ପ୍ରୟାସ ନିଶ୍ଚିତ ପ୍ରଶଂସନୀୟ ବୋଲି ବକ୍ତବ୍ୟ ରଖିଥିଲେ। ସେହିପରି ସମାଜସେବୀ କିଶୋର କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭଦ୍ରକର ୬ଗୋଟି ଦିବ୍ୟାଙ୍ଗ ଶିକ୍ଷାଅନୁଷ୍ଠାନ ଯଥା ଚରମ୍ପା ଅଭିନ୍ନସୁନ୍ଦର ସ୍ୱତନ୍ତ୍ର ଅନ୍ଧମୁକ ବଧିର ବିଦ୍ୟାଳୟ, ଚରମ୍ପା ମହାବୀର ସ୍ୱତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ, ଗେଲପୁର ସାଇସ୍ୱରୁପ ମାନସିକ ଅନଗ୍ରସର ବିଦ୍ୟାଳୟ, ଗଣିଜାଙ୍ଗ ରଙ୍କନିଧି ସ୍ୱତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ, ଚରମ୍ପା ଦିବ୍ୟାଙ୍ଗ ବିଦ୍ୟାଳୟ ଓ ଚରମ୍ପା ଅନ୍ଧମୁକ ବଧିର ବାଳିକା ବୀଣାପାଣି ହେଲେନ୍ କେଲର୍ ବିଦ୍ୟାଳୟର ମୋଟ ୨୨୯ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏଥିନେଇ ଦୌଡ଼, ଡ଼୍ରମ୍ ବିଟ, ସ୍କିପିଂ, ବେଙ୍ଗଡ଼ିଆଁ, ସର୍ଟଫୁଟ, ବେଲୁନ ଫୁଟା ଇତ୍ୟାଦି ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅତିଥି ଏବଂ ଆବାହକ ଶ୍ରୀ ମହାପାତ୍ର କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ପୁରଷ୍କୃତ କରିଥିଲେ। ଦ୍ୱାରା ଭଗତ୍ସେନାର ଉପଦେଷ୍ଟା ଅତିସ ବେହେରା, ବିଚାରକ ସୀତାକାନ୍ତ ଦାସ ଓ ସୁଦର୍ଶନ ରାଉତ ଦାଇତ୍ୱ ତୁଲାଇଥିଲେ। ଶହୀଦ୍ ଭଗତ୍ ସେନାର କାର୍ଯ୍ୟକାରୀ ସଭ୍ୟ ହିମାଂଶୁ ମହାପାତ୍ର, ପଦ୍ମନାଭ ପଣ୍ଡା, ହେମନ୍ତ ମହାପାତ୍ର, ଶୁକ ଧଳ, ରାଜେଶ ଗୋସ୍ୱାମୀ, କହ୍ନେଇ ଦାସ, ଜିତେନ୍ଦ୍ର ପଢିଆରୀ, ବାପି ମହାନ୍ତି, ନୀଳ ଦାସ ପ୍ରମୁଖ ସମ୍ପୁର୍ଣ୍ଣ ପରିଚାଳନା ଦାଇତ୍ୱ ତୁଲାଇଥିବା ବେଳେ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅବସରପ୍ରାପ୍ତ ସୈନିକ ସମସ୍ତ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *