ଗଜପତି

ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ଦୋଳବନ୍ଧ ନିକଟରେ ସ୍ୱାମୀ ବିବେକାନନ୍ଦଙ୍କ ୧୫୬ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ଦୋଳବନ୍ଧ ଉନ୍ନୟନ କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଏହି ଉତ୍ସବର ଆୟୋଜନ ହୋଇଥିବା ବେଳେ ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ନଗରପରିକ୍ରମା କରି ସଭାସ୍ଥଳରେ ପହଞ୍ଚିଥିଲା। ଏଥିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୋଳବନ୍ଧ କମିଟିର ବିନୋଦ ଚନ୍ଦ୍ର ଜେନା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଦେବୀ ମଠ ମହନ୍ତ ରାମାନନ୍ଦଦାସ ମହାରାଜ ଯୋଗଦେଇଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ଆଧାରିତ ବିଭିନ୍ନ ଘଟଣାବଳି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ସେହିପରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଆଶାଲତା ପାଣିଗ୍ରାହି, ପ୍ରସାଦ ନାୟକ ପ୍ରମୁଖ ଯୋଗଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ବିିଚିତ୍ରାନନ୍ଦ ବେବର୍ତ୍ତା ଓ ଦେବେନ୍ଦ୍ର ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top