ଓଡ଼ିଶା

ସ୍ୱାମୀ ବିଛଣାରେ: ନିଦାଘ ଗ୍ରୀଷ୍ମ ପ୍ରବାହରେ ପଲିଥିନ ତଳେ ବିତୁଛି ବୃଦ୍ଧ ଦମ୍ପତିଙ୍କ ପରିବାର: ସରକାରଙ୍କ ଯୋଜନା ବାଟବଣା

ତୁରୁମୁଙ୍ଗା ୧୬ ମଇ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲା ସାହରପଡା ବ୍ଲକ ମଲାରପଦା ପଞ୍ଚାୟତ ବାଲିପଶି ଗ୍ରାମର ୨ ନମ୍ବର ୱାର୍ଡର ରବୀନ୍ଦ୍ର ବେହେରା ଏବଂ ତାଙ୍କ ପତ୍ନୀ ଋକ୍ମଣୀ ବେହେରାଙ୍କ ପରିବାର ଗରିବ, ଦାରିଦ୍ର୍ୟ କଷାଘାତରେ ଜର୍ଜରିତ। ଘର ଖଣ୍ଡିଏ ନ ଥିବାରୁ ଦୁଇ ବର୍ଷ ହେବ ପଲିଥିନ ମାରି ରହୁଛନ୍ତି ଏହି ବୃଦ୍ଧ ଦମ୍ପତି। ସରକାରଙ୍କର ଯୋଜନା କହିଲେ କେବେଳ ଖାଦ୍ୟ ସୁରକ୍ଷା ଆଇନରେ ୨୦ କେଜି ଚାଉଳ ଛଡା ଆଉ କିଛି ନାହିଁ। ତାଙ୍କ ପାଖରେ ବାରମ୍ବାର ଘର ଖଣ୍ଡେ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଧାଇଁ ଧାଇଁ ଅଣାୟତ ହେଉଛନ୍ତି ସ୍ତ୍ରୀ। ହେଲେ ବ୍ଲକ ପ୍ରଶାସନର ଦୃଷ୍ଟି ଏ ବୃଦ୍ଧ ଦମ୍ପତିଙ୍କ ଉପରେ ପଡୁନି। ବୟସର ଅପରାହ୍ନରେ ଦମ୍ପତିଙ୍କୁ ବାର୍ଦ୍ଧକ୍ୟ ଛୁଇଁ ଥିଲେ ମଧ୍ୟ ସରକାରଙ୍କର ବାର୍ଦ୍ଧକ୍ୟ ଭତା ମଧ୍ୟ ଏମାନଙ୍କ ପାଖରେ ଅପହଞ୍ଚ। ଏଥି ସହିତ ସ୍ୱାମୀଙ୍କର ଗୋଡ ହାତ ଚଳୁ ନଥିବାରୁ ବିଛଣାରେ ପଡିରହି ସମସ୍ତ କାର୍ଯ୍ୟ ଖାଇବାଠାରୁ ଆରମ୍ଭ କରି ମଳ ତ୍ୟାଗ ପର୍ଯ୍ୟନ୍ତ ସେଇ ବିଛଣାରେ ହିଁ ସମ୍ପର୍ଣ୍ଣ ହେଉଛି। ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ଯୋଜନା ଥିଲେ ହେଁ ବ୍ଲକ ପ୍ରଶାସନର ବଡ ବଡ ବାବୁଙ୍କ ଖାମଖିଆଲି ମନ ଭାଵ ଯୋଗୁଁ ଏ ଦମ୍ପତିଙ୍କ ପାଖରେ ପହଁଚି ପାରିନି। ସରକାରୀ ଯୋଜନା ଘଟଣା ସମ୍ପର୍କରେ ଅବଗତ କରାଇବାକୁ ଆମ ପ୍ରତିନିଧି ସାହାରପଡା ବ୍ଲକ କାର୍ଯ୍ୟାଲୟରେ ପହଁଚି ମତାମତ ନେବାକୁ ଚେଷ୍ଟା କରିଥିଲେ କିନ୍ତୁ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଛୁଟିରେ ଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁଶୁମ ଲତା ସାହୁଙ୍କୁ ଯୋଗାଯୋଗ କରିବାରୁ କୁଣ୍ଠାବୋଧ କରିଥିଲେ ବୃଦ୍ଧ ଦମ୍ପତିଙ୍କ ନୂତନ ଗୃହ ପାଇଁ ସମସ୍ତ କାର୍ଯ୍ୟ ଚାଲିଥିବା ଫୋନ ଯୋଗେ ସୂଚନା ଦେଇଛନ୍ତି। ହେଲେ ସାଧାରଣରେ ପ୍ରଶ୍ନ ଉଠିଛି ଯେ ଆଗରୁ ବ୍ଲକ ପ୍ରଶାସନ କାହିଁକି ଚୁପ ବସିଥିଲା। ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top