ସ୍ୱାମୀ ନିଜ ସ୍ତ୍ରୀ କୁ ହତ୍ୟା କରିଥିବା ଭାଇଙ୍କ ଅଭିଯୋଗ- ଖଡିଆଳ ପୋଲିସ ତଦନ୍ତ ଆରମ୍ଭ

ଖଡିଆଳ/ନୂଆପଡା-୧୭.୧୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ସ୍ୱାମୀ ନିଜ ସ୍ତ୍ରୀ ଜୀବନ ସୁରକ୍ଷା ନେଇ ବିବାହ ବନ୍ଧନରେ ବାନ୍ଧି ହେଉଥିବା ବେଳେ ଆଜି ନୂଆପଡା ଜିଲ୍ଲାର ଖଡିଆଳ ଏନଏସିରେ ସ୍ୱାମୀ ଜୀବନ ରକ୍ଷା ବଦଳରେ ଜୀବନ ନେଇଥିବା ଖଡିଆଳ ଥାନାରେ ଅଭିଯୋଗ ହୋଇଅଛି । ସ୍ୱାମୀର ଏହି ଜଘନ୍ୟ ଅପରାଧକୁ ପର୍ଦାଫାସ କରିବାକୁ ମୃତ ମହିଳାଙ୍କ ଭାଇ ଶେଖ ଇବ୍ରାହିମ ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନୂଆପଡା ଜିଲା ଖଡିଆଳ ଏନ.ଏ.ସି ସ୍ଥିତ ଆର୍ଷିବାଦ କପଡା ଦୋକାନ ଓ ଆର୍ଷିବାଦ କମ୍ପୁଟର ର ମାଲିକ ମହମ୍ମଦ ଏହେସାନ ମଲ୍ଲିକ ଙ୍କ ବିରୁଦ୍ଧ ରେ ଖଡିଆଳ ଥାନାରେ ହତ୍ୟା ଅଭିଯୋଗ ହୋଇଛି । ମହମ୍ମଦ ଏହେସାନ ମଲ୍ଲିକ ସ୍ତ୍ରୀ ମୁନୀ ବିବି ନିଜ ପିଲାଛୁଆ ସହ ଖଡିଆଳ ସହର ୱାର୍ଡ ନମ୍ବର ୨ ରେ ବାସ କରୁଥିଲେ । ହଠାତ ଗତକାଲି ମୁନୀ ବିବି ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ୱାମୀ ନିଜ ସ୍ତ୍ରୀ ର ମୃତୁ୍ୟ ଖବର ଶ୍ୱଶୁର ଘରକୁ ନ ଜଣାଇ ଶବ ସଂସ୍କାର କରିବା ପାଇଁ ଉଦ୍ୟମ କରୁଥିଲେ । କୈାଣସି ସୂତ୍ରରୁ ମୃତ ମହିଳାଙ୍କ ଭାଇ ଶେଖ ଇବ୍ରାହିମ ଜଣିବାକୁ ପାଇଥିଲେ । ଭଉଣୀ ର ହଠାତ ମୃତ୍ୟୁ ଏବଂ ଭଉଣୀ ଜ୍ୱାଇଁ ଠାରୁ ଖବର ନପାଇ ଭଉଣୀ କୁ ହତ୍ୟା କରିଥିବା ସନେ୍ଦହ କରିଥିଲେ । ଏନେଇ ଖଡିଆଳ ଥାନା ଆଇ ଆଇ ସି ଙ୍କୁ ଫୋନ ଯୋଗେ ସୂଚନା ଦେଇ ସବ ସଂସ୍କାର କୁ ଅଟକ ରଖିବା ପାଇଁ ଅନୁôରୋଧ କରିଥିଲେ । ମୃତ ମହିଲା ଙ୍କ ଭାଇ ଠାରୁ ଖବର ପାଇ ଖଡିଆଳ ପୋଲିସ ଶବ କୁ ଜବତ କରି ଅଧିକ ତଦନ୍ତ ଚଲାଇଛନ୍ତି ହତ୍ୟା ଅଭିଯୋଗ ପାଇବା ପରେ ଖଡିଆଳ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି । ଏ ନେଇ ଖଡିଆଳ ଥାନାରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଅଛି । ଖଡିଆଳା ଥାନା କେଶ ନଂମ୍ବର ୨୭୭/ତାରିଖ ୧୬ ନଭେମ୍ବର ୨୦୧୭ ଦିନ ଭାରତୀୟ ଦଣ୍ଡ ସଂହିତା ଧାରା୪୯୮(କ) ୩୦୬ ରୁଜୁ ହୋଇଅଛି । ହତ୍ୟା କରିଥିବା କାରଣ ସମ୍ପର୍କରେ ମୃତ ମହିଳାଙ୍କ ଭାଇ ଗୁରୁତ୍ୱର ଅଭିଯୋଗ ଆଣିଛନ୍ତି । ଆର୍ଷିବାଦ କମ୍ପୁଟର ର ମାଲିକ ମହମ୍ମଦ ଏହେସାନ ମଲ୍ଲିକ ଅନ୍ୟ ମହିଳା ସହ ଅନୈତିକ ସମ୍ପର୍କ ଗଢି ଉଠିଥିବା ବେଳେ ଏହି କାରଣ ନେଇ ନିଜ ସ୍ତ୍ରୀକୁ ଅକଥନୀୟ ନିର୍ଯ୍ୟାତନା ସହ ପାସବିକ ଅତ୍ୟାଚାର କରି ଆସୁଥିଲା । ଯାହା ଫଳରେ ଆଜି ଭଉଣୀକୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଉପଯୁକ୍ତ ଦଣ୍ଡ ଦେବା ନେଇ ଖଡିଆଳ ଥାନାରେ ଗୁହାରୀ କରିଛି ଭାଇ । ସେହିଭଲି ଘଟଣା ସମ୍ପର୍କରେ ଅଭିଯୁକ୍ତ ମହମ୍ମଦ ଏହେସାନ ମଲ୍ଲିକକୁ ପଚାରିବାରୁ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି । ଅପରପକ୍ଷେ ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଖଡିଆଳ ଥାନା ପୋଲିସ ଇନିସପେକ୍ଟର ପୁଷ୍ପାଞ୍ଜଳୀ ପ୍ରଧାନ ପ୍ରକାଶ କରିଛନ୍ତି । ନୂଆପଡା ଜିଲ୍ଲା ଖଡିଆଳ ୱାନ ନଂମ୍ବର ୨ରେ ନିଜ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଘଟଣା ନୂଆପଡା ଜିଲ୍ଲାରେ ଚାଞ୍ଚଳ୍ୟ ସୃଷ୍ଟି କରିଛି । ଉଚିତ ତଦନ୍ତ କରି ଦୋଷି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଳରେ ଦାବୀ ହେଉଅଛି ।

Leave a Reply

Your email address will not be published. Required fields are marked *