ଓଡ଼ିଶା

ସ୍ୱାମୀ ଓ ସ୍ତ୍ରୀଙ୍କ ମିଳିତରେ ସ୍କୁଲର ମଧ୍ୟାନ ଭୋଜନ ଘୋଟାଲା

ଖଇରା, ୧୮/୯(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗୋଲଳିହା ପଞ୍ଚାୟତ ଗୋଳିହା ଗ୍ରାମରେ ଅବସ୍ଥିତ ଗୋଳିହା ୟୁଜିୟପି ସ୍କୁଲରେ ମଧ୍ୟାନ ଭୋଜନକୁ ନେଇ ଅନିୟମିତତା ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ଗଣମାଧ୍ୟ ପ୍ରତିନିଧି ସ୍କୁଲରେ ପହଞ୍ଚିଥିଲେ। ପ୍ରଥମରୁ ସପ୍ତମ ଶ୍ରେଣୀରେ ସମୁଦାୟ ପିଲାସଂଖ୍ୟା ୧୦୯ଜଣ ଥିବାବେଳେ ମଧ୍ୟାନ ଭୋଜନ ତାଲିକାରେ ବିଇଓ କାର୍ଯ୍ୟଲୟକୁ ୧୫୬ଜଣ ବୋଲି ଜଣାଇଅଛନ୍ତି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷକ ଗୟାଧର ଖଟୁଆଙ୍କୁ ପଚାରିବାରୁ ବସ୍ତାରେ ଚାଉଳ କମ ଆସୁଥିବାରୁ ଆମ୍ଭକୁ ଏପରିକରିବାକୁ ପଡୁଛି। ପ୍ରକାଶ ଥାଉକି ଶ୍ରୀ ଖଟୁଆ ତ୍ରିଲୋଚନପୁର ସ୍କୁଲରେ ପ୍ରଧାନ ଶିକ୍ଷକ ଥିବାବେଳେ ଗୋଳିହା ୟୁଜିୟପି ସ୍କୁଲରେ ଭାରପ୍ରାପ୍ତ ଶିକ୍ଷକ ଅଛନ୍ତି। ଶ୍ରୀ ଖଟୁଆ ଗୋଳିହା ସ୍କୁଲରେ ଅର୍ଥବିଭାଗ ଦାୟିତ୍ୱରେ ଥିବାବେଳେ ତାଙ୍କର ସ୍ତ୍ରୀ ସହକାରୀ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣମୟୀ ନାୟକ(ଖଟୁଆ)ଉକ୍ତ ସ୍କୁଲରେ ପ୍ରଶାସନ କ୍ଷେତ୍ରରେ ଅଛନ୍ତି ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୟାଧର ଖଟୁଆ ପ୍ରକାଶ କରିଛନ୍ତି। ଗୟାଧର ଖଟୁଆ ତ୍ରିଲୋଚନପୁର ସ୍କୁଲରେ କାର୍ଯ୍ୟକରନ୍ତି କିନ୍ତୁ ଗୋଳିହା ସ୍କୁଲରେ ମଧ୍ୟାନ ଭୋଜନ ଖାଆନ୍ତି ବୋଲି ତାଙ୍କର ସ୍ତ୍ରୀ ସହକାରୀ ଶିକ୍ଷୟିତ୍ରୀ ଗଣମାଧ୍ୟମ ପ୍ରତିନିଧି ଆଗରେ ପ୍ରକାଶ କରିଥିଲେ। ଉକ୍ତ ସ୍କୁଲରେ ୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବାବେଳେ ଦିନକୁ ଯଦି ୪୭ଜଣଙ୍କର ମଧ୍ୟାନ ଭୋଜନ ଅଧିକାପଡେ ତାହେଲେ ମାସକୁ କେତେ ବର୍ଷକୁ କେତେ ଘୋଟାଲା ହେଉଛି ଏହା ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠି ସ୍ୱାମୀ ଓ ସ୍ତ୍ରୀଙ୍କ ମିଳିତରେ ଚାଲିଛି ଘୋଟାଲା। ଏବାବଦରେ ବିଇଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା। ଏବିଇଓ ଗୋଲକ ବିହାରି ପାଢୀଙ୍କୁ ପଚାରିବାରୁ ଅଭିଯୋଗ ପାଇଲି ଆସନ୍ତା କାଲିଠାରୁ ମୁଁ ରହୁନାହିଁ ଆଗାମୀ ସୋମବାର ପରେ ଏବାବଦରେ ତଦନ୍ତ କରିବି ବୋଲି କହିଥିଲେ। (ପ୍ରତିକାତ୍ମକ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top