କୋରାପୁଟ

ସ୍ୱାମୀ ଅଗ୍ନିବେଶଙ୍କ ଉପରେ ହୋଇଥିବା ଆକ୍ରମଣର ଦୃଢ ନିନ୍ଦା କଲେ କୋରାପୁଟ ବିଧାୟକ

କୋରାପୁଟ ; ତା୧୯-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ସ୍ୱାମୀ ଅଗ୍ନିବେଶଙ୍କ ଉପରେ ହୋଇଥିବା ଆକ୍ରମଣକୁ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଆଜି କୋରାପୁଟସ୍ଥିତ ବାସଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢ ନିନ୍ଦା କରିଥିଲେ।ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ୮୦ ବର୍ଷିୟ ସ୍ୱାମୀ ଅଗ୍ନିବେଶ ଝାଡଖଣ୍ଡର ପାକୁରରେ ଆଦିମଜନଜାତି ସମାବେଶକୁ ସମ୍ବୋଧିତ କରିବାକୁ ଗତ ୧୭ ତାରିଖ ଦିନ ଗଲାବେଳେ ବିଜେପି ଯୁବ ମୋର୍ଚ୍ଚା କର୍ମିମାନେ କଳାପତାକା ଦେଖାଇବା ସହ ଅଶ୍ଲିଳ ଭାଷାରେ ଗାଳିଗୁଳଜ କରିବା ସହ ମାରପିଟ କରିଥିଲେ ତାହାକୁ ରାଜ୍ୟ କଂଗ୍ରେସର ଅନୂସୂଚିତ ଜାତି ସେଲର ଅଧ୍ୟକ୍ଷ ଭାବରେ ଦୃଢ ନିନ୍ଦା କରୁଛି ବୋଲି ପ୍ରକାଶ କରିଥିଲେ।ଏହା ବିଜେପି ଯୁବମୋର୍ଚ୍ଚାର ପ୍ରାୟୋଜିତ କାର୍ଯ୍ୟକ୍ରମ ଥିଲା ବୋଲି ସେ ଅଭିଯୋଗ କରିଥିଲେ।ଉଚ୍ଚତମ ନ୍ୟାୟଳୟର ଜଣେ କାର୍ଯ୍ୟରତ ଜଜଙ୍କ ଦ୍ୱାରା ତଦନ୍ତ କରାଇବା ସହ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ସେ ଦାବି କରିଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ନିମାଁଇ ସରକାର, ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ରୁପକ ତୁରୁକ ଓ କୋରାପୁଟ ଜିଲ୍ଲା କଂଗ୍ରେସ ଅନୂସୂଚିତ ଜାତିର ଅଧ୍ୟକ୍ଷ ରମେଶ ବାଖ୍ୟା ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top