ସ୍ୱାମୀର ପନିକି ଚୋଟରେ ସ୍ତ୍ରୀ ଗୁରୁତର

କୋରାପୁଟ;ତା୧୦-୦୭-୧୭(ଓଡିଆପୁଅ/ରଂଜନ କୁମାର ଦାସ)ମଦ୍ୟପ ସ୍ୱାମୀର ପନିକି ଚୋଟରେ ବନ ଭାରତୀ କଲୋନୀର ଜଣେ ମହିଳା ଗୁରୁତର ଆହତ ହୋଇ ପ୍ରଥମେ ଜିଲା ମୁଖ୍ୟ ଚିକିସôାଳୟରେ ଭର୍ତି ହେବା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବିଶାଖାପାଟଣା ସ୍ଥାନ୍ତର କରା ଯାଇଛି । ସୂଚନା ଅନୁଯାୟୀ,କୋରାପୁଟ ଟାଉନ ଥାନା ଅନ୍ତର୍ଗତ ବନ ଭାରତୀ କଲୋନୀରେ ରହୁଥିବା ସୋମନାଥ ବେହେରା ମଦ ପିଇବାକୁ ପତ୍ନୀ ତମାଳ ବେହେରା(୪୦)କୁ ପଇସା ମାଗିବା ଘଟଣାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିଲେ ଉତ୍ୟକ୍ତ ହୋଇ ସୋମନାଥ ଏକ ପନିକିରେ ସ୍ତ୍ରୀ ତମାଳର ମୁଣ୍ଡ,ବେକ, ଛାତି,ଅଂଟାରେ ହାଣି ପକାଇଥିଲା । ତମାଳ ଚିକ୍ତାର କରିବା ପରେ ପଡୋଶୀମାନେ ଘଟଣା ସ୍ଥଳରେ ପହଂଚି ଗୁରୁତର ଅବସ୍ଥାରେ ତମାଳକୁ ଜିଲା ମୁଖ୍ୟ ହସ୍ପିଟାଲକୁ ନେଇଥିଲେ । ଅଭିଯୁକ୍ତ ସ୍ୱାମୀ ସୋମନାଥ ବ୍ୟବହାର କରିଥିବା ପନିକି ସହ ଟାଉନ ଥାନାରେ ପହଂଚି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବାବେଲେ ପୁଲିସ ତାକୁ ଅଟକ ରଖିଛି । ଗୁରୁତର ଆହତ ତମାଳଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନ୍ତର କରା ଯାଇଛି ।

Leave a Reply

Your email address will not be published. Required fields are marked *