ଅପରାଧ

ସ୍ୱାମୀର କୋଦାଳ ଚୋଟରେ ସ୍ତ୍ରୀର ପ୍ରାଣଗଲା କୋଦାଳ ସହ ସ୍ୱାମୀ ଥାନାରେ ଆତ୍ମ ସମର୍ପଣ

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ପ୍ରାତଃରେ ଏହି ଜିଲାର ବାସୁଦେବପୁର ଥାନା ଅଧୀନସ୍ଥ ଜଗନ୍ନାଥପୁର ଖପରପଦା ଗ୍ରାମରେ ଯେଉଁ ଅଭାବନୀୟ ଘଟଣା ଘଟିଛି, ତାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଏହି ଗ୍ରାମର ପ୍ରଫୁଲ୍ଲ ବାରିକ (୪୦) ପ୍ରାୟ ୧୫ ବର୍ଷ ତଳେ ନିଜ ଗ୍ରାମର ଜୟନ୍ତି ବାରିକ (୩୨) ଙ୍କୁ ହିନ୍ଦୁ ଶାସ୍ତ୍ର ମତେ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ବିବାହର କିଛିଦିନ ଭଲରେ କଟିଥିବାବେଳେ ପରବର୍ତ୍ତୀ ସମୟରେ ବିଭିନ୍ନ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ମାଡଗୋଳ ହୋଇଥିଲା। ତେବେ ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁସାରେ ପ୍ରଫୁଲ୍ଲର ଗତକାଲି ରାତିରେ ପତ୍ନୀ ଜୟନ୍ତୀ ସହ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଉକ୍ତ କାରଣରୁ ଆଜି ସକାଳେ ପୁନର୍ବାର ତାହା କମିବା ପରିବର୍ତ୍ତେ ବଢିବାକୁ ଲାଗିଲା। ଫଳରେ ଆଜି ସକାଳେ ସ୍ୱାମୀ ପ୍ରଫୁଲ୍ଲ ଘରେ ଥିବା ଏକ କୋଦାଳ ଦ୍ୱାରା ବସିଥିବା ପତ୍ନୀ ଜୟନ୍ତୀଙ୍କ ମୁଣ୍ଡକୁ ଚୋଟ ମାରିଥିଲେ। ଫଳରେ ଘଟଣାସ୍ଥଳରେ ଜୟନ୍ତୀର ମୃତ୍ୟୁ ଘଟିଥିଲା। ଜୟନ୍ତୀକୁ ହତ୍ୟା କରିବା ପରେ ସ୍ୱାମୀ ପ୍ରଫୁଲ୍ଲ କୋଦାଳ ଧରି ଥାନାରେ ଆତ୍ମ ସମର୍ପଣ କରି ପତ୍ନୀଙ୍କୁ ହତ୍ୟା କରିଥିବାର ସ୍ୱୀକାର କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଏକ ନରହତ୍ୟା ମାମଲା ରୁଜୁ କରିବା ସହ ଶବକୁ ଭଦ୍ରକ ମେଡିକାଲରେ ବ୍ୟବଚ୍ଛେଦ କରାଯାଇ ତାର ପରିବାରକୁ ହସ୍ତାନ୍ତର କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top