ସ୍ୱାମୀର ଅମାନବୀୟ କାଣ୍ଡ: ସ୍ତ୍ରୀ ଓ ଶିଶୁ କନ୍ୟାକୁ ଜିଅନ୍ତା ଜାଳି ହତ୍ୟା କଲା

ନବରଙ୍ଗପୁର ୧୮-୧ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ଜିଲ୍ଲାର କୋଡିଙ୍ଗା ଥାନା ଅର୍ନ୍ତଗତ ଚିରିମା ଗ୍ରାମରେ ଘଟିଯାଇଛି ଏକ ଅମାନବୀୟ ନୃଶଂସ କାଣ୍ଡ। ନିଜ ସ୍ତ୍ରୀ ଓ ୬ ମାସର ଶିଶୁ କନ୍ୟାକୁ ଜିଅନ୍ତା ଜାଳି ହତ୍ୟା କରିଛି ସ୍ୱାମୀ। ଘଟଣା ଅନୁଯାୟୀ ଗୁରୁବାର ସକାଳେ ଚିରିମା ଗ୍ରାମର ଟଙ୍କଧର ଭତ୍ରା କୋଡିଙ୍ଗା ଥାନାରେ ନିଜ ସ୍ତ୍ରୀ ଓ ଶିଶୁ କନ୍ୟାକୁ ହତ୍ୟା କରିଥିବା ବୟାନ ଦେଇ ଆତ୍ମ ସମର୍ପଣ କରିଥିଲା। ଅପରପକ୍ଷେ, ଚିରିମା ଗ୍ରାମରେ ଟଙ୍କଧର ଭତ୍ରାଙ୍କ ଘରୁ ଧୁଆଁ ବାହାରୁଥିବା ଗ୍ରାମବାସୀ ଦେଖିଥିଲେ। ଘଟଣା ସ୍ଥଳରେ ଗ୍ରାମବାସୀମାନେ ପହଞ୍ଚି ଟଙ୍କଧର ଭତ୍ରାଙ୍କ ପତ୍ନୀ ଲୀଳା ଭତ୍ରା ଓ ତାଙ୍କ ୬ ମାସର ଶିଶୁ କନ୍ୟା ଜିଅନ୍ତା ପୋଡିଯାଉଥିବା ଦେଖିବାକୁ ପାଇଥିଲେ। ଦୁଇ ମର ଶରୀର ଉପରେ ଗ୍ରାମବାସୀମାନେ ପାଣି ପକାଇ ଲିଭାଇଥିଲେ ମଧ୍ୟ ସେତେବେଳକୁ ମାଆ ଓ ଝୀଅ ମୃତ୍ୟୁ ବରଣ କରିଥିଲେ। ତେବେ ମୃତ ଲୀଳାଙ୍କ ନାକ ପଟୁ ରକ୍ତ ଶ୍ରାବ ହେଉଥିବା ସ୍ପଷ୍ଟ ଦେଖାଯାଉଥିଲା ବେଳେ ମୃତ ଶରୀର ନିକଟରେ କିରୋସିନୀ ଗନ୍ଧ ବାରିହେଉଥିଲା। ଗ୍ରାମବାସୀମାନଙ୍କ କହିବାନୁଯାୟୀ, ଟଙ୍କଧର ଭତ୍ରାଙ୍କ ଲୀଳା ଥିଲେ ପଞ୍ଚମ ପତ୍ନୀ। ଏହି ଘଟଣା ପୂର୍ବରୁ ଉଭୟଙ୍କ ମଧ୍ୟରେ କଳହ ଲାଗିରହିବା ସହ ଏହା ଥାନାକୁ ପହଞ୍ଚିଥିଲା। ଏପରି ସ୍ଥଳେ ଲୀଳାଙ୍କ ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *