ସ୍ୱାମୀଜି ଚିକାଗୋ ଭାଷଣର ୧୨୫ତମ ବର୍ଷ ପୂର୍ତ୍ତି

ପୁରୀ:୧୨/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଚିକାଗୋ ବିଶ୍ୱ ଧର୍ମ ସଭାରେ ସ୍ୱାମୀ ବିବେକାନନ୍ଦଙ୍କ ଐତିହାସିକ ପ୍ରବଚନର ୧୨୫ ବର୍ଷ ପୂର୍ତ୍ତି ଅବସରରେ ରାମକୃଷ୍ଣ ମିଶନ ଆଶ୍ରମ ପକ୍ଷରୁ ମଙ୍ଗଳବାର ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ସହରର ବିଭିନ୍ନ ସ୍କୁଲ, କଲେଜର ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ପ୍ରମୁଖ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ମିଶନର ସମ୍ପାଦକ ସ୍ୱାମୀ ଆପ୍ତେଶ୍ୱର ଭା ନନ୍ଦିଜୀ ମହାରାଜ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସ୍ୱାମୀ ଯୋଗ ପୂର୍ଣ୍ଣା ନନ୍ଦ, ସ୍ୱାମୀ ଗୋପାଳତ୍ମା ନନ୍ଦ, ସ୍ୱାମୀ କ୍ରିଷ୍ଣାରୂପା ନନ୍ଦ, ଆଶ୍ରମର ଅଧ୍ୟକ୍ଷ ଦିବାକର ତ୍ରିପାଠୀ, ଧନଞ୍ଜୟ ଦାସ, ପରିତୋଷ ବାନାର୍ଜୀ, ପଦ୍ମଲୋଚନ ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱାମୀ ବିବେକାନନ୍ଦ ବାଣୀର ପ୍ରଚାର ତଥା ଐତିହାସିକ ପ୍ରବଚନ ସମ୍ପର୍କରେ ଲୋକଙ୍କୁ ପୁଣିଥରେ ମନେ ପକାଇ ଦେବା ଉଦ୍ଦେଶ୍ୟରେ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ବେଦ କର୍ମକାଣ୍ଡ କଲେଜ, ସୁରଜମଲ୍ଲ ସାହା କଲେଜ, ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟ, ଆର୍ୟୁବେଦ କଲେଜର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ମିଶନରୁ ଏହି ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ଅଧ୍ୟାପକ ସୁକାନ୍ତ ମହାନ୍ତି, ଜଗବନ୍ଧୁ ମିଶ୍ର, ସତ୍ୟନାରାୟଣ ମିଶ୍ରଙ୍କ ସମେତ ଆଶ୍ରମରୁ ସଦସ୍ୟମାନେ ଏହାକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *