ସ୍ୱାମପାଟଣା କଲେଜ ଚମ୍ପିଆନ -ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦୌଡକୁଦ ପ୍ରତିଯୋଗିତା

ପାଟଣା,ତା୨୦/୧୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା କଲେଜ ପଞ୍ଚମ ଥର ପାଇଁ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟ ତରଫରୁ ଅନୁଷ୍ଠିତ ଦୌଡକୁଦ ପ୍ରତିଯୋଗିତାରେ ଚମ୍ପିଆନ୍ ହୋଇଛି । କଲେଜର ମୋଟ ୯ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୧୬ଟି ପଦକ ହାସଲ କରିଛନ୍ତି । ଏଥିରେ ୮ଟି ପ୍ରଥମ, ୫ଟି ଦ୍ୱିତୀୟ ଓ ୩ଟି ତୃତୀୟ ସ୍ଥାନର ପଦକ ରହିଛି । ଛାତ୍ରୀ ସସ୍ମୀତା ମହାନ୍ତ ବାଳିକା ବିଭାଗରେ ୩ଟି ପ୍ରଥମ ଓ ଗୋଟିଏରେ ୨ୟ ସ୍ଥାନ ଦଖଲ କରି ଚମ୍ପିଆନ୍ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପଲତା ନାଏକ, ଅର୍ଚ୍ଚନା ମହାନ୍ତ, ରେବତୀ ମହାନ୍ତ,ମାମିନା ମହାନ୍ତ ଏବଂ ବାଳକ ବିଭାଗରେ କ୍ଷୀରୋଦ ପାତ୍ର, ଦିବ୍ୟଜ୍ୟୋତି ମହାନ୍ତ, ବିଜୟ କୁମାର ମୁଣ୍ଡା ଏବଂ ଭାଗବତ ମହାନ୍ତ ପ୍ରତିଯୋଗିତାରେ ପୁରସ୍କୃତ ଓ ପଦକପ୍ରାପ୍ତ ହୋଇଛନ୍ତି । କଲେଜର ଏହି ସଫଳତା ପାଇଁ ଅଧ୍ୟକ୍ଷ ଶଙ୍କର୍ଷଣ ସାହୁଙ୍କ ଅଧ୍ୟକ୍ଷତାରେ କୃତୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । କ୍ରୀଡା ଉପସଭାପତି ଅଧ୍ୟାପକ ଅଶ୍ୱିନୀ କୁମାର ସାହୁ, ଅଧ୍ୟାପକ ବୀରେନ୍ଦ୍ର କୁମାର ସାହୁ ଏବଂ ହଳଧର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ । କ୍ରୀଡା ଶିକ୍ଷକ ତଥା ପ୍ରଶିକ୍ଷକ ଧର୍ମେନ୍ଦ୍ର ସାହୁଙ୍କ ସହ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *