ସ୍ୱାଭିମାନ ଅଚଂଳର ମହିଳା ମାଓବାଦୀ ଙ୍କ ଆତ୍ମସମର୍ପଣ,ଆନ୍ଦ୍ର କ୍ୟାର୍ଡରଙ୍କ ନିର୍ଯ୍ୟାତନା ସହି ନପାରି ସଂଗଠନ ଛାଡିଲେ

ମାଲକାନଗିରି,୧୬ା୮ (ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲାପୋଲିସ କାର୍ଯ୍ୟାଳୟ ଠାରେ ଏସପି ଜଗମୋହନମୀନା ଓ ବିଏସଏଫ ଡିଆଇଜି ବିରେନ୍ଦ୍ରସିଂ ଙ୍କ ନିକଟରେ ଏକଲକ୍ଷ ପୁରସ୍କାର ଧାରୀ ମହିଳା ମାଓବାଦୀ ନୟାନା ଖିଲ(୧୯) ଆତ୍ମସମର୍ପଣ କରିଛନ୍ତି । ଆନ୍ଦ୍ର ଓଡିଶା ବୋର୍ଡ ଜୋନାଲକମିଟି  ମାଲକାନଗିରି ମାଓବାଦୀ ଡିଭିଜନ ସ୍ୱାଭିମାନ ଅଚଂଳ ଗୁମ୍ମାଞ୍ଚଦଳମ ର ଏରିୟା କମିଟି ମେମ୍ବର ମହିଳା ମାଓବାଦୀ ନୟନା ଖିଲ ଗତ ୨୦୧୬ ମସିହା ରେ ମାଓବାଦୀ ଦଳମରେ ସାମିଲ ହୋଇ ୨୦୧୮ପର୍ଯ୍ୟନ୍ତ ମାଲକାନଗିରି ମାଓଡିଭିଜନ ଗୁମ୍ମାଦଳମ ରେ କାମ କରିଆସୁଥିଲେ । ଗତ୨୦୧୬ମସିହାରେ ସନ୍ୟାସିଗୁଡା ଗାଁକୁ ମାଓବାଦୀ ମାନେ ଆସି ଏକ ପ୍ରଜାକୋର୍ଟ କରିଥିଲେ । ଚିତ୍ରକୋଣ୍ଡା  ଥାନାସ୍ଥ  ସନ୍ୟାସିଗୁଡା ମାଓପ୍ରବଣ ଗାଁର ଗରିବ ଚାଷୀ ଦେବା ଖିଲଙ୍କ ଝିଅ ନୟାନାଖିଲ ଗାଁ ବିଦ୍ୟାଳୟରେ ୫ମ ଶ୍ରେଣୀପ ର୍ଯ୍ୟନ୍ତ ପାଠପଡିଥିବାରୁ  ସେ ମାଓବାଦୀଙ୍କ ପ୍ରଲୋଭନରେ ପଡି ସେମାନଙ୍କ ସଙ୍ଗଠନରେ ସାମିଲ ହୋଇଗଲା । ବନ୍ଧୁକ ଚାଳନା, ଲ୍ୟାଣ୍ଡମାଇନ ଫିଟକରିବା ଇତ୍ୟାଦି ମାଓବାଦୀଙ୍କ ରଣ କୈାଶଳ ତାଲିମ ପାଇଗଲାପରେ ସେ ଆନ୍ଦ୍ର ଓଡିଶା ବୋର୍ଡ ଜୋନାଲ କମିଟି ମାଲକାନଗିରି ମାଓବାଦୀ ଡିଭିଜନ ଗୁମ୍ମା ଦଳମର ଏରିଆ କମିଟି ମେମ୍ବର ଭାବେ ନିଯୁକ୍ତି ପାଇ ଅନେକ ମାଓହିଂସାକାଣ୍ଡରେ ସେ ସାମିଲଥିବାର ଜଣାପଡିଛି । ସେ ୨୦୧୬ରେ ରାମାଗୁଡା ଜଙ୍ଗଲରେ ପୁଲିସ ଅପରକୁ ଆକ୍ରମଣ, ମୁଦୁଲିପଡା ବଣ୍ଡା ଘାଟିରେ ଗାଡିପୋଡି,୨୦୧୭ରେ ଟିକରପଡା ଜଙ୍ଗଲରେ ପୁଲବିସ ଉପରକୁ ଗୁଳିଚଳାଇବା,୨୦୧୮ରେ ସ୍ୱାଭିମାନ ଅଚଂଳ ପାନପଦର ରେ ପୁଲିସ ମାଓବାଦୀ ଗୁଳିବନିମୟରେ ସାମିଲ ଥିଲା ଥିବା ସହ ମାଇନ ବିସ୍ପୋରଣ ସହିତ ଅନେକ ମାଓହିଂସାରେ ଜଡିତ ଥିବାର ପୁଲିସ କହିଛି । ତା ମୁଣ୍ଡ ଉପରେ ରାଜ୍ୟସରକାରଙ୍କ ପକ୍ଷରୁ ଏକ ଲକ୍ଷଟଙ୍କାର ପୁରସ୍କାର ରାଶି ଘୋଷଣା କରା ଯାଇଥିଲା । ଏବେ ସ୍ୱାଭିମାନଅଚଂଳ ରେ ଗୁରୁପ୍ରୀୟା ସେତୁ ନିର୍ମାଣ ହେବା ଓ ଜନତାପାଇ ଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା ହେବା ଦ୍ୱାରା ସେଅଚଂଳର ବିକାଶ ଘଟିବା ଆରମ୍ଭ କରିଦେଇଛି ।ଗ୍ରାମବାସି ମାନେ ମାଓବାଦୀଙ୍କୁ ଆଉ ସହ ଯୋଗ କରୁନଥିବାରୁ ଅନେକ ମାଓ ନେତା ସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କଲେଣି । ଏହା ବ୍ୟତିତ ଆନ୍ଦ୍ରକ୍ୟାର୍ଡର ମାଓବାଦୀଙ୍କ ଓଡିଶାର ମାଓବାଦୀଙ୍କୁ ଗୁରୁତ୍ୱ ନଦେଇ ଖଟାଉଛନ୍ତି । ଓଡିଶା ର ନିରିହ ଆଦିବାସୀ ଙ୍କୁ ହତ୍ୟାକରୁଛନ୍ତି । ସେହି ଦିନ ଠାରୁ ନୟାନା ମନରେ ବିଦ୍ରୋହ ଜାତ ହେଲା, ସେ କେମିତ ସଙ୍ଗଠନ ଛାଡିବ ସେଥିପାଇଁ ବାଟ ଖୋଜୁଥିଲା । ଠିକ ସେହି ସମୟରେ ବିଏସଏଫ ଜବାନ ମାନେ ତାଙ୍କ ଗ୍ରାମରେ ଏକ ଜନସଚେତନତା ସଭାକରିଥିଲେ ସେମାନଙ୍କ କଥାରେ ପ୍ରଭାବିତ ହୋଇ ସେ ଜଣେ ସାଧାରଣ ନାଗରିକ ଭାବେ ଗାଁରେ ରହି ଚଳିବାକୁ ଚାହିଁଲା, ତାଙ୍କ ଗାଁର ଅନେକ ମାଓବାଦୀ ସଙ୍ଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବାର ଜଣିପାରି ସେମଧ୍ୟ ବିଏସଏଫ ଅଧିକାରୀ ମାନଙ୍କ ସହିତ ଯୋଗା ଯୋଗ କରି ଆଜି ମାଲକାନଗିରି ଏସପି ଅଫିସକୁ ଆସି ଏସପି ଶ୍ରୀ ମୀନା ଓ ବିଏସଏଫ ଡିଆଇଜି ଶ୍ରୀ ବି.ଆର.ସିଂ ଙ୍କ ନିକଟରେ ଆତ୍ମସମର୍ପଣକରିଛନ୍ତି । ଏହି ଆତ୍ମ ସମର୍ପଣ ସମୟରେ ଏସପି ଙ୍କ ସହିତ ବିଏସଏଫ କମାଣ୍ଡେଟଂ ଭିକ୍ରାନ୍ତ ଅନ୍ୟାନ ପୁଲିସ ଅଧିକାରୀ ମାନେଉପସ୍ଥିତ ଥିଲେ ।

ମାଓଲିଡର ମାନେ ବାରମ୍ବାର ତାକୁ ଖରାପ କଥା କହିବାସିହତ ନିର୍ଯ୍ୟାତନା ଦେଉଥିଲେ ,ଏବେ ମାଓ ସଂଗଠନର ନିତି ବଦଳି ହତ୍ୟା,ଲୁଟ ଅପହରଣ ଭଳି ହିସାଂକାଣ୍ଡ ଚାଲିଥିବାରୁ ସେ ପୁଲିସର ଆତ୍ମସମର୍ପଣ ନିତିରେ ସାମିଲ ହୋଇ ସଂଗଠନ ଛାଡିଦଲେ ବୋଲି କହିଛନ୍ତି । ତାଙ୍କ ଗାଁଟି ମାଓପ୍ରବଣ ଅଚଂଳରେ ହୋଇଥିବାରୁ ମାଓବାଦୀଙ୍କ ମିଥ୍ୟା ପ୍ରଲୋଭନରେ ପ୍ରଭାବିତ ହୋଇ ଓ ଡରରେ ସେମାନଙ୍କ ସଂଗଠନରେ ମିଶିଥିଲେ ,ବହୁବର୍ଷ ଆଗରୁ ନକ୍ସଲ ଓ ମାଓବାଦୀମାନଙ୍କ ଗରିବ ନିସ୍ପେସିତ ଦଳିତ ଲୋକମାନଙ୍କ ସେବା ଓ ସାହୁକାରଙ୍କ ଶୋଷଣରୁ ମୁକ୍ତ କରିବା ଯେଉଁ ସତ୍ ଚିନ୍ତାଧାରା ଥିଲା ତାହା ଆଜି ଆଉନାହିଁ,କଥା କଥା କେ ହାଣକାଟ ଲୁଟତରାଜ ଚାଲିଛି,ଓଡିଶା କ୍ୟାର୍ଡର ଆନ୍ଦ୍ର କ୍ୟାର୍ଡର ମଧ୍ୟରେ ପାତରଅନ୍ତ ନିତି,ତଳୁଆ କ୍ୟାର୍ଡର ମଲିସିଆ ସଦସ୍ୟ ଓ ମହିଳା ମାଓବାଦୀ ଙ୍କ ଉପରେ ଅତ୍ୟାଚାର କରିଥାନ୍ତି,ଚାନ୍ଦା ଆଦାୟ,ଆକ୍ରମଣ କିମ୍ବା ଅପରେସନରେ ତଳୁଆ କର୍ମି ମାନଙ୍କୁ ଆଗକୁ ରଖି ବଡ ବଡ କ୍ୟାର୍ଡର ମାଓବାଦୀ ମାନେ ପଛରେ ରହି ଫାଇଦା ନେଉଥିବା ବେଳେ ପ୍ରଥମେ ଛୋଟକ୍ୟାର୍ଡର ମିଲିସିଆ ସଦସ୍ୟ ମାନେହିଁ ବଳିପଡିଥାନ୍ତି ଏହିସବୁ କାରଣ ଓ କ୍ୟାର୍ଡର ମାଓବାଦୀ ମାନଙ୍କ ନିର୍ଯ୍ୟାତନା ସହି ନପାରି ମାଓବାଦୀ ସଂଗଠନ ଛାଡି ପୋଲିସ ନିକଟରେ ଆତ୍ମ ସମର୍ପଣ କରି ସାଧାରଣ ମଣିଷପରି ଜୀବନ ଯାପନ କରିବି ବୋଲି ଆତ୍ମସମର୍ପଣ କରିଥିବା ମାଓବାଦୀ ନୟନା ଖିଲ ପୁଲିସ ନିକଟରେ ପ୍ରକାଶ କରିଛନ୍ତି । ଆଜି ଜିଲ୍ଲାପୋଲିସ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନିରେ ମାଲକାନଗିରି ଏସପି ଜଗମୋହନ ମୀନା  ଆତ୍ମସମର୍ପଣ କରିଥିବା ମାଓବାଦୀ ନୟନା ଙ୍କୁ ପ୍ରଦର୍ଶିତ କରି ତାର କାର୍ଯ୍ୟ ବଳି ସଂପର୍କ ରେ ସୁଚନା ଦେଇଥିଲେ,ରାଜ୍ୟସରକାର ଙ୍କ ମାଓବାଦୀ ଆତ୍ମସମର୍ପଣ ପଲିସ୍  ଅନୁସାରେ ଏହି ମାଓବାଦୀଙ୍କୁ ସରକାରି ନିୟମ ଅନୁଯାଇ ସମସ୍ଥପ୍ରକାର ସୁବିଧା ସୁଯୋଗ ଯୋଗାଇଦିଆଯିବ ବୋଲି ଏସପି ଶ୍ରୀ ମୀନା ପ୍ରକାଶ କରିଛନ୍ତି ।

 

Leave a Reply

Your email address will not be published. Required fields are marked *