ଜିଲ୍ଲା ପରିକ୍ରମା

ସ୍ୱାଧୀନ ଭାରତ ସ୍ୱାଧୀନ ଭାରତ ସଙ୍ଗୀତରେଝଙ୍କୁରିତ ଶହିଦ୍ ସ୍ମୃତି ଭବନ ଜାତୀୟ କବି ବାଞ୍ଛାନିଧିମହାନ୍ତିଙ୍କ ୧୨୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : କବି ବାଞ୍ଛାନିଧି ମହାନ୍ତି ଥିଲେ ଭାରତୀୟ ମୁକ୍ତି ଆନ୍ଦୋଳନର ଜଣେ ମୁକ୍ତି ଯୋଦ୍ଧା। କବିତା ଓ ସଙ୍ଗୀତ ରଚନାକରି ସୁପ୍ତ ଜାତିର ହୃଦୟରେ ସେ ଦେଶାତ୍ମବୋଧ ଓ ଜାତୀୟତାର ଶଙ୍ଖନାଦ କରିଥିଲେ। ଗୋପବନ୍ଧୁ ଦାସ, ମହାତ୍ମଗାନ୍ଧି ଓ ସୁବାସ ବୋଷଙ୍କ ବ୍ୟକ୍ତିତ୍ୱର ଆଦର୍ଶରେ ସେ ଉତ୍କଳିୟ ଚେତନାସହ ଜାତୀୟ ଚେତନାର ଏକ ମିଶ୍ରରାଗ, ତାଙ୍କ ସାହିତ୍ୟରେ ସୃଷ୍ଟି କରିପାରିଥିଲେ ବୋଲି ଭଦ୍ରକ ଶହୀଦ ସ୍ମୃତି ଭବନଠାରେ ଅନୁଷ୍ଠିତ ୧୨୧ତମ ଜୟନ୍ତି ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।ଓଡିଶା ସାହିତ୍ୟ ଏକାଡେମୀ ଓ ଭଦ୍ରକ ସ୍ମୃତି କମିଟି ମିଳିତ ସହଯୋଗରେ ଅନୁଷ୍ଠିତ ସଭାରେ କମିଟି ସଭାପତି ଡା. ଦୁର୍ଯେ୍ୟାଧନ ଦାସ ସଭାପତିତ୍ୱ କରିଥିଲେ। କବିଙ୍କ ପୁତ୍ର ଆଡଭୋକେଟ ଯତୀନ୍ଦ୍ର ମୋହନ ମହାନ୍ତି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବ ଉଦ୍ଘାଟନ କରି ରାଜ୍ୟସ୍ତରରେ ବାଞ୍ଛାନିଧି ମହାନ୍ତିଙ୍କୁ ବହୁଭାବରେ ଉପେକ୍ଷା କରାଯାଇଛି ବୋଲି ନିଜର କ୍ଷୋଭବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ପ୍ରଫେସର ଡା. ଶଶଧର ଦାସ କହିଥିଲେ ଯେ, ଭାରତ ଛାଡ ଆନ୍ଦୋଳନ ଓ ଲବଣ ଆନ୍ଦୋଳନର ପ୍ୃଷ୍ଠଭୂମିରୁ କବି ବାଞ୍ଛାନିଧିଙ୍କର ଆବିର୍ଭାବ ଘଟିଥିଲା ଏବଂ ତାଙ୍କ କାଳଜୟୀ ଜାତୀୟ ଚେତନା ଦ୍ୟୋତକ କବିତା ଓ ସଙ୍ଗୀତ ଥିଲା ଜାତୀୟ ମୁକ୍ତି ସଂଗ୍ରାମ ପାଇଁ ବୈପ୍ଳବିକ ଅଗ୍ନିବାଣୀ। ମୁଖ୍ୟ ଅତିଥି ଓଡିଶାର ଲବ୍ଧପ୍ରତିଷ୍ଠ ଗବେଷକ ବାଗ୍ମୀ ପ୍୍ରଫେସର ଡା. ନିତ୍ୟାନନ୍ଦ ଶତପଥୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଅଳ୍ପାୟୁ ବାଞ୍ଛାନିଧି ନିଜର ସ୍ୱଳ୍ପ ସାରସ୍ୱତ କୃତିପାଇଁ ଓଡିଶା ସାହିତ୍ୟରେ ଅମର ହୋଇ ରହିବେ। ଚଳିତବର୍ଷ ବାଞ୍ଛାନିଧି ସ୍ମୃତି ସମ୍ମାନପ୍ରାପ୍ତ କବି କୁଳମଣି ଜେନା ସମ୍ପ୍ରତିକ ସମାଜ ପାଇଁ ଆଉ ଏକ ଗଣ ଆନ୍ଦୋଳନ ଓ ଜନଜାଗରଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାଧ୍ୟାପଦ ଡା. ରାଧାରାଣୀ ମହାପାତ୍ର ଅତିଥିପ୍ରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଅଶୋକ ମହାନ୍ତି ବିବରଣୀ ପାଠ କରିଥିଲେ। ଏହି ଅବସରରେ ସହ-ସମ୍ପାଦକ କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ବାଞ୍ଛାନିଧି ମହାନ୍ତି ୱେବସାଇଟ http//banchhanidhimohanty.orgକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ଚଳିତବର୍ଷ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ ନାଟ୍ୟକର୍ମୀ ନରେନ୍ଦ୍ର ପରିଡା ଓ ସଙ୍ଗୀତଜ୍ଞ ସୁବାସ ଚନ୍ଦ୍ର ମଲ୍ଲିକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।ଭଦ୍ରକ ଜିଲ୍ଲାର ସାହିତ୍ୟ ଏକାଡେମୀ ପ୍ରତିନିଧି ଇଂ ଅଭୟ ସୂତାର ସ୍ୱାଗତ ଭାଷଣ ଜରୀଆରେ ଏକାଡେମୀ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ। ଭଦ୍ରକ ସଙ୍ଗୀତ ମହାବିଦ୍ୟାଳୟ ତରଫରୁ କବିଙ୍କ ରଚିତ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଉକ୍ତ ସଭାରେ କୃଷ୍ଣଚନ୍ଦ୍ର ମହାନ୍ତି ମଞ୍ଚ ପରିଚାଳନାରେ ସହାୟତା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top