ସ୍ୱାଧୀନତା ସଂଗ୍ରାମୀ ଗୟାଧର ବାରିକଙ୍କ ସ୍ମୃତି ସମାରୋହ

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସ୍ୱାଧୀନତା ସଂଗ୍ରାମୀ ସର୍ବୋଦୟ ସଂଗଠକ ଗୟାଧର ବାରିକ ସ୍ମୃତି ସଂସଦ, ଭଦ୍ରକ ଆନୁକୁଲ୍ୟରେ ସ୍ଥାନୀୟ ବାଲ୍ଗୋପାଲ ମନ୍ଦିର ସଭାଗୃହରେ ‘ଉତ୍କଳ ଜ୍ୟୋତି’ ଗୟାଧରଙ୍କ ଅଷ୍ଟମ ଶ୍ରାଦ୍ଧ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଇତିହାସବିତ୍ ଡଃ ଭାଗବତ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବକୁ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଅର୍ଥନୀତିଜ୍ଞ ଡ. ସନାତନ ମହାନ୍ତି ଓ ସେହି ମହାନ ସଂଗ୍ରାମୀଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମୁଖ୍ର ଅତିଥି ଓ ସମ୍ବର୍ଦ୍ଧିତ ପ୍ରତିଭା ଗାନ୍ଧିବାଦୀ, ପରିବେଶବିତ୍, ଅର୍ଥତତ୍ତ୍ୱବିତ୍, ପୂର୍ବତନ ସୂଚନା କମିଶନର ପ୍ରଫେସର ରାଧା ମୋହନ ଯେଗାଦାନ କରି କହିଥିଲେ ‘ଆଜିର ସମାଜରେ ଘଟୁଥିବା ଅନ୍ୟାୟ, ଅତ୍ୟାଚାର, ସାମାଜିକ ଅସମାନତା ଦୂର କରିବା ପାଇଁ ସମସ୍ତ ଭେଦାଭେଦ ଭୁଲି ନୀର୍ଭିକ ଭାବରେ ଅମଡାପଥର ଯାତ୍ରୀ ହୋଇ କୁସଂସ୍କାର ବିରୋଧରେ ଲଢିବାକୁ ହେବ। ଜଗତୀକରଣର ଜୀର୍ଣ୍ଣ ଜାଲିକ ଜୀବନରୁ ସମାଜକୁ ମୁକ୍ତ କରି ପ୍ରଦୂଷଣ ରହିତ ସୁନ୍ଦର ପୃଥିବୀ ନିର୍ମାଣ କରିବାର ବ୍ରତ ଆମ ମାନଙ୍କୁ ହିଁ ଗ୍ରହଣ କରି ଅଗ୍ରସର ହେବାକୁ ହେବ।’ଉୁକ୍ତ ସ୍ମୃତି ସମାରୋହରେ ପ୍ରପେସର ରାଧାମୋହାନଙ୍କୁ ଡ. ସନାତନ ମହାନ୍ତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଅବସରପ୍ରାପ୍ତ ଦର୍ଶନଶାସ୍ତ୍ରବିତ୍, ସମାଜସେବୀ ଓ ବାଗ୍ମୀ ପ୍ରଫେସର ପ୍ରଫୁଲ୍ଳ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବରେ ଭାବ ବିହ୍ୱଳ କଣ୍ଠରେ ଆଜିର ସମାଜ ପାଇଁ ଦିଗ୍ଦର୍ଶନ ଦେବାକୁ ହେଲେ, ଉଦାର ମନ ନେଇ ଆଚରଣ ଓ ଉଚ୍ଚାରଣ ଏକ ରଖି ସମାଜର ମଙ୍ଗଳପାଇଁ ନିଜକୁ କର୍ତ୍ତବ୍ୟ ପରାୟଣ ହେବାକୁ ଆହ୍ୱାନ ଦେଇଥିଲେ। ଡ. ବ୍ରଜ ମୋହନ ମିଶ୍ର ବିଶିଷ୍ଟବକ୍ତାଙ୍କୁ ସମାରୋହରେ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଉତ୍ସବରେ ସ୍ୱର୍ଗତ ପ୍ରଫୁଲ୍ଲ କୁମାର ଦାସ, ସ୍ୱର୍ଗତ ପ୍ରଭାକର ମଲ୍ଲିକ, ସ୍ୱର୍ଗତ ଇଂ ଦାମୋଦର ପଣ୍ଡା ଓ ସ୍ୱର୍ଗତ ଜେନାମଣି ଲକ୍ଷ୍ମୀକାନ୍ତଙ୍କ ବିୟୋଗ ଉଦେ୍ଦା୍ୟରେ ୨ ମିନିଟ ନୀରବ ପ୍ରାର୍ଥନ କରାଯାଇଥିଲା। ବିଶିଷ୍ଟ ବକ୍ତା ଭାବରେ ବରିଷ୍ଠ ସାହିତ୍ୟିକ ଓ ସମାଜସେବୀ ପ୍ରଫେସର ଡ. ବ୍ରଜମୋହନ ମିଶ୍ରଏଇ ସମାଜର ମହାନ ଦିଗ୍ଦର୍ଶକ ମାନଙ୍କ ବାଣୀ ଓ ଆଶୀର୍ବାଦ ଦ୍ୱାରା ଆମ ଯୁବ ସମାଜର ଅଶେଷ ମଙ୍ଗଳ ସାଧାନ ହେବ ହିଁ ହେବ ବୋଲି ଆଶା ପୋଷର କରିଥିଲେ। ସମ୍ମାନିତ ଅତିଥି ଭାବରେ ଉକ୍ତ ଉତ୍ସବରେ ପୌରପାଳ ମାନସ କୁମାର ମହାନ୍ତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସ୍ୱଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ ଓ ଐତିହାସିକ ଗାନ୍ଧି ଓଡିଶା ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ନିଜ ନିଜର ସ୍ମୃତି ବିଜଡିତ ବକ୍ତବ୍ୟ ରଖିଥିଲେ। ସ୍ୱାଗତ ଭାଷଣ ଓ ମଞ୍ଚକୁ ଅତିଥିମାନଙ୍କୁ ନିମନ୍ତ୍ରଣ କରିଥିଲେ କବି ଶାନ୍ତିଲତା ନାଗ। ବେଦପାଠ କରିଥିଲେ ମଧୁସୂଦନ ତ୍ରିପାଠୀ, ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଗାନ୍ଧି ଓଡିଶା ବାଳାଶ୍ରମର ଶିଳ୍ପୀଗଣ। ଅତିଥି ପରିଚୟ ପ୍ରଦାନ କରିଥିଲେ ବରିଷ୍ଠ ଶିକ୍ଷାବିତ୍ ଗୟାଧର ପଣ୍ଡା, ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ଉପେନ୍ଦ୍ର କୁମାର ବାରିକ୍। ମାନପତ୍ର ପାଠ କରିଥିଲେ ଶକୁନ୍ତଳା ନାୟକ ଓ ଗୌତମ ମହାରଣା। ପୌରପାଳିକାର ଶ୍ରେଷ୍ଠ ସଫେଇ କର୍ମଚାରୀ ଅଭିମନ୍ୟୁ ସାହୁ, ଗାନ୍ଧି ଓଡିଶା ବଳାଶ୍ରମର ଗତବର୍ଷର ମାଧ୍ୟମିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଶ୍ୟାମ ସୋରେନ ଓ ଭଦ୍ରକ ଜିଳ୍ଲାର ଉଦୀୟମାନ ଯୁବ କ୍ରିକେଟ ଖେଳାଳି ସୂର୍ଯ୍ୟ ମହାପାତ୍ରଙ୍କୁ ‘ଦେବେନ୍ଦ୍ର ସ୍ମୃତି କ୍ରିକେଟ ପ୍ରତିଭା ସମ୍ମାନ’ ପ୍ରଦାନ ସ୍ୱରୂପ ପ୍ରତିଭାଧାରୀମାନଙ୍କୁ ଅର୍ଥରାଶି, ମାନପତ୍ର, ସାର୍ଟିଫିକେଟ ଓ ଟ୍ରଫି ଦେଇ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଓ ଅନ୍ୟ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ପବିତ୍ର ରାମ ନବମୀ ଅବସରରେ ଦୂର ଦୂରାନ୍ତରୁ ଓ ବିଭିନ୍ନ ଅନୁଷ୍ଠାନରୁ ପ୍ରତିନିଧିମାନଙ୍କ ଗହଣରେ ପାଳିତ ହେଉଥିବା ସ୍ମୃତିସଭା ସାଫଲ୍ୟ ମଣ୍ଡିତ ହୋଇଥିଲା। ସ୍ମୃତି ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ୟବାଦୀ ସମାଜସେବୀ ବୈଲୋଚନ ଜେନା।

Leave a Reply

Your email address will not be published. Required fields are marked *