ଓଡ଼ିଶା

ସ୍ୱାଧୀନତା ଦିବସ ସଂସ୍କାର ମୂଳକ ସେବା ପଦକ ଘୋଷିତ ଓଡ଼ିଶାରୁ ୪ ପାଇବେ ପଦକ

ନୂଆ ଦିଲ୍ଲୀ ୧୪-୮ (ଓଡ଼ିଆ ପୁଅ) ୨୦୧୮ ସ୍ୱାଧୀନତା ଦିବସ ଅବସରରେ ୩୬ ଜଣ ଜେଲ୍ ଅଧିକାରୀଙ୍କୁ ସଂସ୍କରମୂଳକ ସେବା ପଦକ ପ୍ରଦାନ ପାଇଁ ରାଷ୍ଟ୍ରପତି ଅନୁମୋଦନ ଦେଇଛନ୍ତି। ପାଂଚ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ସଂସ୍କାରମୂଳକ ସେବା ପଦକ ଏବଂ ୩୧ ଜଣଙ୍କୁ ଉତମସେବା ପାଇଁ ସଂସ୍କାରମୂଳକ ସେବା ପଦକ ପ୍ରଦାନ କରାଯିବ।

ଓଡ଼ିଶାର ଦୁଇ ଜଣ ରାଷ୍ଟ୍ରପତି ସଂସ୍କାରମୂଳକ ସେବା ପଦକ ପାଇଁ ମନୋନୀତ ହୋଇଛନ୍ତି।

ସମ୍ବଲପୁର ସର୍କଲ ଜେଲର ଜେଲର ସୌଭାଗ୍ୟ କୁମାର ବଳ ଏବଂ ବ୍ରହ୍ମପୁର ସର୍କଲ ଜେଲର ପ୍ରିଜନ ୱେଲଫେୟାର ଅଫିସର ବିଜୟ ଚନ୍ଦ୍ର ରଥ ରାଷ୍ଟ୍ରପତି ସଂସ୍କାରମୂଳକ ସେବା ପଦକ ପାଇଁ ମନୋନୀତ ହୋଇଛନ୍ତି।

ବରଗଡ଼ ସବ୍ଜେଲର ୱାର୍ଡର ଅନିରୁଦ୍ଧ ବଢ଼େଇ ଏବଂ ବ୍ରହ୍ମପୁର ସର୍କଲ ଜେଲର ଆସିଷ୍ଟାଂଟ ଜେଲର ହନୁ ସେଠୀ ଉତମ କାର୍ଯ୍ୟ ପାଇଁ ସଂସ୍କାରମୂଳକ ସେବା ପଦକ ପାଇବାକୁ ମନୋନୀତ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top