ଜିଲ୍ଲା ପରିକ୍ରମା

ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

ସମ୍ବଲପୁର, ୪/୮ (ଓଡ଼ିଆ ପୁଅ)- ଚଳିତ ବିଶ୍ୱନାଥ ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱାଧୀନତା ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଜିଲ୍ଳାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନତା ଦିବସରେ ସକାଳେ ମହାନଗର ନିଗମ ଅଞ୍ଚଳରେ ଡାକବାଜି ଯନ୍ତ୍ରରେ ରାମଧୁନ୍ ପରିବେଷଣ କରାଯିବ ଏବଂ ମହାନଗର ନିଗମ ଅଞ୍ଚଳରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ସେହି ଦିନ ସକାଳ ୯.୧୫ରେ ନେଲସନ୍ ମାଣ୍ଡେଲା ସଂଲଗ୍ନ ରାଜରାସ୍ତାରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବେ। ଏହି ପ୍ୟାରେଡ଼ରେ ବିଭିନ୍ନ ସ୍କୁଲ କଲେଜର ୩୨ଟି ପ୍ଳାଟୁନ୍ ସହ ବରିଷ୍ଠ ନାଗରିକ ମଧ୍ୟ ମାର୍ଚ୍ଚପାଷ୍ଟ କରିବେ। ଏନେଇ ଆସନ୍ତା ୧୧, ୧୨ ଓ ୧୩ ତାରିଖ ସକାଳ ୭ ଟା ୩୦ମିନିଟରେ ନେଲସନ୍ ମଣ୍ଡେଲା ଛକ ରାସ୍ତାରେ ପ୍ୟାରେଡ଼ ଅଭ୍ୟାସ କରାଯିବ। ଷଷ୍ଠ ଶ୍ରେଣୀ ଠାରୁ +୩ ଏବଂ ତଦୂର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜିତ ହେବ। ଏହା ସହିତ ହାଇସ୍କୁଲ ପରୀକ୍ଷାରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀ, ଏସ୍ସିଏସ୍ଟି ଛାତ୍ରଛାତ୍ରୀ, ଶ୍ରେଷ୍ଠ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀଙ୍କୁ ପୁରସ୍କୃତ କରାଯିବ। ସେହି ଦିନ ଅପରାହ୍ନ ୩ଟା ବେଳେ ସ୍ଥାନୀୟ କମିଶନର କଲୋନୀ କ୍ରିକେଟ୍ ପଡ଼ିଆରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଜୟ କୁମାର ଜେନା, ମୁଖ୍ୟ ଚିକିତ୍ସାଧିକାରୀ କେ. ଗୁପ୍ତା, ଆଇଏଏସ୍ ଶିକ୍ଷାନବିଶ ଆଶିଷ ପାଟିଲ, ଅତିରିକ୍ତ ଏସ୍ପି ଅମରେନ୍ଦ୍ର ରଣା, ସଦର ଉପଜିଲ୍ଳାପାଳ ପ୍ରଦୀପ କୁମାର ସାହୁ, ଶିକ୍ଷକ, ଶିକ୍ଷୟତ୍ରୀ, ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top