ସ୍ୱାଧୀନତା ଦିବସ: ଅଗ୍ନିଶମ, ହୋମଗାର୍ଡ ଏବଂ ବେସାମରିକ ପ୍ରତିରକ୍ଷା ପଦକ ଘୋଷିତ

ନୂଆ ଦିଲ୍ଲୀ ୧୪-୮ (ଓଡ଼ିଆ ପୁଅ) ଚଳିତବର୍ଷ ସ୍ୱାଧୀନତା ଦିବସ ଅବସରରେ ୫୯ ଜଣଙ୍କୁ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯିବ। ଜଣେ ଅଫିସରଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ, ୩ ଜଣଙ୍କୁ ଅଗ୍ନିଶମ ସେବାପଦକ, ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ ୫ ଜଣଙ୍କୁ ଏବଂ ଉତମ ସେବା ପାଇର୍ ୫୦ ଜଣଙ୍କୁ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯିବ।

୫୫ଜଣଙ୍କୁ ହୋମଗାର୍ଡ ଏବଂ ବେସାମରିକ ପ୍ରତିରକ୍ଷା ସେବା ପଦକ ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରୁ ୫ ଜଣ ରାଷ୍ଟ୍ରପତିଙ୍କ ହୋମଗାର୍ଡ ଓ ବେସାମରିକ ପ୍ରତିରକ୍ଷା ସେବା ପଦକ ଏବଂ ୫୦ ଜଣଙ୍କୁ ଉତମ ସେବା ପାଇଁ ହୋମଗାର୍ଡ ଓ ବେସାମରିକ ପ୍ରତିରକ୍ଷା ସେବା ପଦକ ପ୍ରଦାନ କରାଯିବ।

ଓଡ଼ିଶାର ଲିଡିଙ୍ଗ ଫାୟାରମ୍ୟାନ୍ ଫନିନ୍ଦ୍ର ନାୟକଙ୍କୁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ ପ୍ରଦାନ କରାଯିବ। ଡେପୁଟି ଫାୟାର ଅଫିସର ଦେବେନ୍ଦ୍ର କୁମାର ସ୍ୱାଇଁ, ଷ୍ଟେସନ ଅଫିସର ପ୍ରତାପ କୁମାର ସିଂହ, ଷ୍ଟେସନ ଅଫିସର ଗୌରାଙ୍ଗ ଚରଣ ସିଂହ, ଷ୍ଟେସନ ଅଫିସର କ୍ଷୀରୋଦ କୁମାର ଶତପଥି, ଡ୍ରାଇଭର ହାବିଲଦାର ପୂର୍ଣ୍ଣଚନ୍ଦ୍ର ରାଉତଙ୍କୁ ଉତମ ସେବା ପାଇଁ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯିବ।

ସେହିପରି ଓଡ଼ିଶାର ହୋମଗାର୍ଡ ସୁବାଷ ଚନ୍ଦ୍ର ସାହୁ, ହୋମଗାର୍ଡ ସୁଶାନ୍ତ କୁମାର ସାହୁ, ପ୍ଲାଟୁନ କମାଣ୍ଡର ଦୋଳ ଗୋବିନ୍ଦ ମହାପାତ୍ର ଏବଂ ହୋମଗାର୍ଡ ପ୍ରଶାନ୍ତ କୁମାର ବେହେରାଙ୍କୁ ରାଷ୍ଟ୍ରପତି ହୋମଗାର୍ଡ ଓ ବେସାମରିକ ପ୍ରତିରକ୍ଷା ସେବା ପଦକ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *