ସ୍ୱାଧିନତା ସଂଗ୍ରାମୀ ପୁରୁଷୋତ୍ତମ ନାୟକଙ୍କ ତୃତୀୟ ବାର୍ଷିକ ଶ୍ରାଦେ୍ଧାତ୍ସବ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା ୧୨/୧୧(ଓଡିଆ ପୁଅ/ ଚିତ୍ତରଞ୍ଜନ ଦାସ )– ପୂର୍ବତନ ବିଧାୟକ ଜିଲ୍ଲା ସ୍ୱାଧିନତା ସଂଗ୍ରାମୀ ସମିତିର ପ୍ରାକ୍ତନ ସଭାପତି ପୁରୁଷୋତ୍ତମ ନାୟକଙ୍କ ତ୍ୃତୀୟ ବାର୍ଷିକ ଶ୍ରାଦେ୍ଧାତ୍ସବ ଉପଲକ୍ଷେ ଆଜି ସ୍ୱର୍ଗତ ନାୟକଙ୍କ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲା ସ୍ୱାଧିନତା ସଂଗ୍ରାମୀ ସମିତି ସଭାପତି ନକୁଳ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ତଥା ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୂର୍ଗତ ନାୟକଙ୍କ ସ୍ମ୍ମୃତିଚାରଣ କରି ସୂର୍ଗତ ନାୟକଙ୍କ ସ୍ମ୍ମୃତିରକ୍ଷା ପାଇଁ ସହରର ମୁଖ୍ୟରାସ୍ତା କଡରେ ଏକ ଆବକ୍ଷ ପ୍ରତିମୂର୍ତ୍ତୀ ସ୍ଥାପନ କରାଯିବା ସହିତ ଜିଲ୍ଲା ସ୍ୱାଧିନତା ସଂଗ୍ରାମୀ ସମିତିର ଅନ୍ୟାନ୍ୟ ଦାବି ଗୁଡିକ ପୁରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସାଂସଦ ବୈଷ୍ଟମ ଚରଣ ପରିଡା, ଅଧ୍ୟାପକ ଅଜୟ କୁମାର ରାଉତ, ଯାଜପୁର ଜିଲ୍ଲା ସ୍ୱାଧିନତା ସଂଗ୍ରାମୀ ସମିତିର ସଭାପତି ନିଳମଣୀ ସାମଲ, ଶିକ୍ଷାବିତ ଭଜକ୍ୃଷ୍ଣ ରାଉତ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସୂର୍ଗତ ନାୟକଙ୍କ ସ୍ମ୍ମୃତିଚାରଣ କରିଥିଲେ। ଜିଲ୍ଲା ସ୍ୱାଧିନତା ସଂଗ୍ରାମୀ ସମିତିର ସାଧାରଣ ସମ୍ପାଦକ ଗୋପାଳ କ୍ୃଷ୍ଣ ଜେନା ଅତିଥି ପରିଚୟ ପ୍ରଦାନ କରିବା ସହିତ ଜିଲ୍ଲା ସ୍ୱାଧିନତା ସଂଗ୍ରାମୀ ସମିତିର ତିନି ଦଫା ଦାବି ମୁଖ୍ୟ ଅତିଥିଙ୍କ ପାଖରେ ଉପସ୍ଥାପନ କରିଥିଲେ। ଏହି ଦାବି ଗୁଡିକ ମଧ୍ୟରେ ଜିଲ୍ଲା ସଂଗ୍ରାମୀ ଭବନ ନିର୍ମାଣ ପାଇଁ କେନ୍ଦ୍ରାଚଂଳ ରାଜସ୍ୱ କମିଶନରଙ୍କ ପାଖରେ ଜମି ପ୍ରଦାନ ପାଇଁ ଯାଇଥିବା ପ୍ରସ୍ତାବକୁ ଯଥାଶୀଘ୍ର ମଂଜୁରୀ ମିଳିବା ସହିତ ସେହି ଜମି ବାବଦ ପ୍ରମିୟମ ଛାଡ କରାଯିବା, ଗରାପୁର ଡାକବଙ୍ଗଳା ଛକକୁ ଗାନ୍ଧୀ ଛକରେ ନାମିତ କରାଯିବା, ପୁରୁଷୋତ୍ତମନାୟକଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତୀ ସହରର ମୁଖ୍ୟ ରାସ୍ତା ପାଶ୍ୱର୍ରେ ସ୍ଥାପନ କରାଯିବା ପ୍ରଭ୍ୃତି ଥିଲା। ଅଧ୍ୟାପକ ଅଜୟ କୁମାର ସାମଲ ସଭା ସଂଚାଳନ କରିଥିବା ବେଳେ ଆଦିକନ୍ଦ ରାଉଳ ସ୍ୱାଗତ ଭାଷଣ ଓ ଭାଗିରଥି ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧିନତା ସଂଗ୍ରାମୀ ବିମ୍ବାଧର ମୁଦୁଲି, ଭରତ ମଲ୍ଲିକ, ଝରି ପ୍ରଧାନ, ସଂଗ୍ରାମୀ ଉତ୍ତର ଦାୟାଦ ସଂଘର ସଭାପତି ବିଚିତ୍ରାନନ୍ଦ ନାୟକ, ଆଶୁତୋଷ ସ୍ୱାଇଁ, ବିଜୟ ତ୍ରୀପାଠି, ବିରୁପାକ୍ଷ ତ୍ରୀପାଠି, ଶାରଦାକାନ୍ତ ଦାସ, କୁମାର ମିଶ୍ର, ମୁକ୍ତାର ଖାଁ, ସରକାରୀ ଓକିଲ ସଞ୍ଜୟ ଜେନା, ସ୍ୱର୍ଗତ ନାୟକଙ୍କ ପୁତ୍ର ବୈକୁଣ୍ଠ ନାୟକ, ଜଜ ନିରଞ୍ଜନ ନାୟକଙ୍କ ସମେତ ଶତାଧିକ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ନାୟକଙ୍କ ସ୍ମ୍ମୃତିଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *