ସ୍ୱାଧିନତା ଦିବସ ଉପଲକ୍ଷେ ସାଳନ୍ଦୀ ହସ୍ପିଟାଲ ଆନୂକୁଲ୍ୟରେ ଜିଲ୍ଲା ସୂଚନା ଓ ଲୋକ ସଂର୍ପକ ବିଭାଗ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ୭୨ତମ ସ୍ୱାଧିନତା ଦିବସ ଉପଲକ୍ଷେ ଭଦ୍ରକ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ସାଳନ୍ଦୀ ହସ୍ପିଟାଲ, ଭଦ୍ରକ ଆନୂକୁଲ୍ୟରେ ବିଦ୍ୟାଳୟସ୍ତରୀୟ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଦୁଇଟି ବିଭାଗରେ ଷଷ୍ଠ, ସପ୍ତମ – ‘କ’ ବିଭାଗରେ ୩୧ ଜଣ ଓ ଅଷ୍ଟମ, ନବମ ଓ ଦଶମ – ‘ଖ’ ବିଭାଗରେ ୩୯ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସଂଗୀତ ଗୁରୁ ରାମ ନାରାୟଣ ମହାନ୍ତି, ସୁରେନ୍ଦ୍ର ସାର, ସୁବାଷ ମଲ୍ଲିକ, ନିର୍ମଳ ରାଉତ ଏବଂ ଅମ୍ବିକା ବଲ୍ଲଭ ସ୍ୱାଇଁ ଆଦି ବିଚାରକ ଭାବେ ଯୋଗଦେଇଥିଲେ। ରୋଟାରୀୟାନ ସୀତାକାନ୍ତ ଦାସ ଓ ବସନ୍ତ କୁମାର ପାଣିଗ୍ରାହୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ତଥା ସଂସ୍କୃତି ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ସାଳନ୍ଦୀ ହସ୍ପିଟାଲର ଡା. ପ୍ରଭାସ କୁମାର ମହାନ୍ତିଙ୍କ ପ୍ରାରମ୍ଭିକ ସୂଚନା ପରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀଯୁକ୍ତ ଗୋଲଖ ଚନ୍ଦ୍ର ବେହେରା ଏହି ପ୍ରତିଯୋଗୀତା ଉଦ୍ଘାଟନ କରିଥିଲେ। ଏହି ପ୍ରତିଯୋଗୀତାରେ ‘କ’ ବିଭାଗରେ ଏସ୍.ବି.ଡ଼ି ଇଂଟର ନ୍ୟାସ୍ନାଲ ସ୍କୁଲର ସପ୍ତମ ଶ୍ରେଣୀର ପ୍ରୀତି ପ୍ରକାଶ ନାୟକ – ପ୍ରଥମ, ଦୂର୍ଗା ପ୍ରସାଦ ସରାଫ ବିଦ୍ୟାପୀଠର ଷଷ୍ଠ ଶ୍ରେଣୀ ଛାତ୍ରୀ ଲିତୁସ୍ମିତା ପ୍ରଧାନ – ଦ୍ୱିତୀୟ ଏବଂ ବି.ଏମ. ବାଗୁରାଇ ହାଇସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ସୁଭଦ୍ରା ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ‘ଖ’ ବିଭାଗରେ ଜିଲ୍ଲା ସ୍କୁଲ ଭଦ୍ରକରୁ ନବମ ଶ୍ରେଣୀ ଛାତ୍ରୀ ସୁଚିସ୍ମିତା ପାଣିଗ୍ରାହୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ଜାଭିୟର ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ପ୍ରୀତିରେଖା ପ୍ରିୟଦର୍ଶନୀ – ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ଭବାନିବିନ୍ଧା ୟୁ. ପି. ପ୍ରୋଜେକ୍ଟ ସ୍କୁଲର ନିରାକର ଦାସ – ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆସନ୍ତା ଅଗଷ୍ଟ ୧୫ ତାରିଖରେ ଭଦ୍ରକ କଲେଜ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ଉତ୍ସବରେ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯିବ। ପ୍ରକାଶ ଥାଉକି ସାଳନ୍ଦୀ ହସ୍ପିଟାଲର ପରିଚାଳନା ଓ ପ୍ରଯୋଜନାରେ ପ୍ରତିବର୍ଷ ଜାନୁୟାରୀ ୨୬ ଓ ଅଗଷ୍ଟ ୧୫ ତାରିଖ ଉପଲକ୍ଷେ ଦେଶାତ୍ମକବୋଧ ସଂଗୀତ ପ୍ରତିଯୋଗୀତା ଆୟୋଜନ କରାଯାଇଆସୁଅଛି। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଓ ସାଳନ୍ଦୀ ହସ୍ପିଟାଲ, ଭଦ୍ରକର କର୍ମଚାରୀମାନେ ଏହି ପ୍ରତିଯୋଗୀତା ପରିଚାଳନାରେ ସମସ୍ତ ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *