ସ୍ୱାତୀ ଆନୂକୂଲ୍ୟରେ ସଘନ ଚାଷ ତାଲିମ୍ ଶିବିର

ଫୁଲବାଣୀ, ୧୮/୧୦(ଓଡ଼ିଆ ପୁଅ/ଅଶୋକ ମହାନ୍ତି), ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ଦ୍ୱାରା ବନ୍ଧଗଡ ଠାରେ ଦୁଇଦିନିଆ ସଘନ ଚାଷ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ୍ ଶିବିରକୁ ସ୍ୱାତୀର ସମ୍ପାଦକ ଇଂ. ହରିଶଙ୍କର ରାଉତ ଉଦ୍ ଘାଟନ କରିଥିବା ବେଳେ ଅଞ୍ଚଳରେ କ୍ଷୁଦ୍ରଶସ୍ୟ ମାଣ୍ଡିଆ ଜାତୀୟ ଫସଲ ଅଧିକ ଚାଷ କରିବା ସହ ଏହାର ଉପକାରିତା ଓ ବଜାର ବ୍ୟବସ୍ଥା ସମ୍ପର୍କରେ ବୁଝାଇଥିଲେ। ଜିଲ୍ଲା ସହକାରୀ କୃଷି ନିର୍ଦ୍ଦେଶକ ହେମନ୍ତ କୁମାର ଦାସ, ଜିଲ୍ଲା ସଘନ ଚାଷ ସଂଯୋଜକ ଚିତ୍ତରଞ୍ଜନ ପ୍ରଧାନ, ରାଇକିଆ ବ୍ଲକ୍ କୃଷି ଅଧିକାରୀ ଉପେନ୍ଦ୍ରନାଥ ପାଢୀ ତାଲିମ୍ ପ୍ରଦାନ କରିଥିବା ବେଳେ ଜିଲ୍ଲାର ଲୋପ ପାଇଯାଇଥିବା ମାଣ୍ଡିଆ ଜାତୀୟ ସଶ୍ୟର ପୁନଃ ପ୍ରଚଳନ ଦ୍ୱାରା ଖାଦ୍ୟ ସୁରକ୍ଷା, ପୁଷ୍ଟିହୀନତା, କୁପୋଷଣ ଜନିତ ସମସ୍ୟାକୁ କିପରି ଦୂର କରାଯାଇପାରିବ ସେ ବିଷୟରେ ତାଲିମ୍ ଦେଇଥିଲେ। ଏହି ତାଲିମ୍ ଶିବିରରେ ରାଇକିଆ ବ୍ଲକ୍ ର ଇନ୍ଦ୍ରଗଡ, କରଡା, ପେଟାପାଙ୍ଗା, ବଡବାରବା ପଞ୍ଚାୟତର ଚାଷୀମାନେ ଯୋଗଦେଇଥିଲେ। ଶିବିରକୁ ସ୍ୱାତୀର ଗିରିଶ ଚନ୍ଦ୍ର ସାମଲ, ଶିପୁରଞ୍ଜନ ସାହା ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *