” ସ୍ୱର ସମର୍ପଣ ” ଦ୍ୱାରା ଶ୍ରୀ ଜଗନ୍ନାଥ ସଂସ୍କୃତି ରେ ଗୁରୁ ପୂଜନ ଉତ୍ସବ

ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ଦିଲ୍ଲୀର ପ୍ରତିଷ୍ଠିତ ସଂସ୍କୃତିକ ସଂସ୍ଥା ” ସ୍ୱର ସମର୍ପଣ ” ଦ୍ୱାରା ଶ୍ରୀ ଜଗନ୍ନାଥ ସଂସ୍କୃତି ରେ ଗୁରୁ ପୂଜନ ଉତ୍ସବ ଗତକାଲି ଏଠାକାର ଶ୍ରୀ ଅରବିନ୍ଦ ସୋସାଇଟି ପ୍ରଖ୍ୟାଳୟ ଠାରେ ଖୁବ ଭକ୍ତିପୂତ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗୁରୁ ଶିଷ୍ୟ ପରମ୍ପରା ଅନୁଯାୟୀ ଲବ୍ଧ ପ୍ରତିସ୍ଥ ଗାୟକ ଆଚାର୍ଯ୍ୟ ଅଭିମନ୍ୟୁ ତାଙ୍କର ସମସ୍ତ ଶିଷ୍ୟ ମାନଙ୍କୁ ନେଇ ବିଧିବଦ୍ଧ ଭାବେ ପଣ୍ଡିତ ଓଁକାର ନାଥ ଠାକୁର, ଓସ୍ତାଦ ଅମୀର ଖାଁ ସାହେବ, ପଣ୍ଡିତ ଡା. ଦାମୋଦର ହୋତା, ପଦ୍ମଶ୍ରୀ ଡା.ସୁରିନ୍ଦର ସିଂ, ପଦ୍ମଶ୍ରୀ ପଦ୍ମା ସଚଦେଵ, ଡା. ଭଗବାନ ପ୍ରକାଶ ଙ୍କର ପୂଜା କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦୀପ ପ୍ରଜ୍ବଳନ ମୁଖ୍ୟ ଅତିଥି ଦିଲ୍ଲୀ ସରକାରଙ୍କ ପ୍ରମୁଖ ସଚିବ ଡା.ଜୟଦେବ ସଡ଼ଙ୍ଗୀ, ବିଶିଷ୍ଟ ଅତିଥି ଡା. ଆମ୍ବେଦକର ପ୍ରତିଷ୍ଠାନ ର ନିର୍ଦେଶକ ଡା.ଦେବେନ୍ଦ୍ର ପ୍ରସାଦ ମାଝୀ ଏବଂ ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ ଙ୍କ ଦ୍ଵାରା କରାଯାଇଥିଲା। ଗୁରୁ ଶିଷ୍ୟ ପରମ୍ପରା ଅନୁଯାୟୀ ପ୍ରଥମେ ନନ୍ଦନ ଦ୍ବିବେଦୀ ଙ୍କ ଦ୍ଵାରା ଗିଟାରରେ ବନ୍ଦେ ମାତରମ, ସ୍କଟଲାଣ୍ଡ ରୁ ୟଶ ବର୍ଦ୍ଧନ ତଥା କଲିକତା ରୁ ବୈଭବି ଦାଶ ଦ୍ୱାରା ରାଗ ଭୁପାଲି ଏବଂ ରାଗ ଦୁର୍ଗା, ଦିଲ୍ଲୀ ର ଅନୁରାଗ ତ୍ରିପାଠୀ ଦ୍ୱାରା ରାଗ ଦୁର୍ଗା ରେ ଝପତାଳ ଏବଂ ତୀନତାଳ ରେ ଦୁଇଟି ଛୋଟା ଖ୍ୟାଲ, ଅଥର୍ବ ସନ୍ତୋଷ ଗୁପ୍ତା ଦ୍ୱାରା ନୈତିକ ଗୀତ, ଆଚାର୍ଯ୍ୟ ଅଭିମନ୍ୟୁ ଏବଂ ମୁକେଶ କକ୍କର ଦ୍ୱାରା ରାଗ ମିଆଁ ମଲ୍ହାର, ମେଘ ମଲ୍ହାର, ଗୌଡ଼ ମଲ୍ହାର କଂଠ ସଙ୍ଗୀତ ଅତ୍ୟନ୍ତ ମଧୁରମୟ ଥିଲା। ଶେଷରେ ପଦ୍ମଶ୍ରୀ ପଣ୍ଡିତ ସୁରିନ୍ଦର ସିଂ ନିଜର ଗାୟନ ମାଧ୍ୟମରେ ଶ୍ରୋତାଙ୍କୁ ଆତ୍ମ ବିଭୋର କରିଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମ ର ସଂଚାଳନ ଆକାଶ ବାଣୀ ର ସୁନାମଧନ୍ୟ ଘୋଷିକା ପ୍ରତିମା ଶର୍ମା ଖୁବ ସୁନ୍ଦର ଓ ସୁଚାରୁ ଭାବେ କରିଥିଲେ।ଉତ୍ସବ ର ଆୟୋଜନ ଓ ପରିଚାଳନା ସ୍ବର ସମର୍ପଣ ର ପ୍ରତିଷ୍ଠାତା ଆଚାର୍ଯ୍ୟ ଅଭିମନ୍ୟୁ ସମାଜ ସେବୀ ରୀତା ପାତ୍ର ଏବଂ ରାଜଶ୍ରୀ ରାଉତ ରାୟ ପ୍ରମୁଖ କରିଥିଲେ।

Leave a Reply

Your email address will not be published. Required fields are marked *