ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରୁ ଜବରଦଖଲ ଉଚ୍ଛେଦ

ପୁରୀ,୧୨/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆର୍ନ୍ତଜାତିକ ଖ୍ୟାତିସମ୍ପନ୍ନ ପର୍ଯ୍ୟଟନ କ୍ଷେତ୍ରର ସ୍ୱର୍ଣ୍ଣାଭ ବେଳାଭୂମି ଏବେ ଜବରଦଖଲକାରୀଙ୍କ କବଳରେ ରହିଥିବା ଯୋଗୁଁ ବେଳାଭୂମି ତାର ସୌନ୍ଦର୍ଯ୍ୟ ହରାଇ ବସିଛି। ବେଳାଭୂମିରେ ଧିରେ ଧିରେ ଉଠା ଦୋକାନ ବଢ଼ିବାରେ ଲାଗିଛି। ଯାହା ବେଳାଭୂମିର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଥିବା ସହ ପର୍ଯ୍ୟଟକମାନେ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହେଛନ୍ତି। ବାରମ୍ବାର ଏହି ଦୋକାନଗୁଡିକୁ ଉଚ୍ଛେଦ କରାଯାଉଥିବା ବେଳେ ପୂର୍ବ ଭଳି ଦୋକାନୀମାନେ ବେଳାଭୂମିରେ ଦୋକାନ ମେଲାଇ ବସିଛନ୍ତି। ଆଜି ଏହି ସବୁ ଉଠା ଦୋକାନଗୁଡିକୁ ବେଳାଭୂମିରୁ ଉଚ୍ଛେଦ କରାଯାଇଛି। ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଏହି ଉଚ୍ଛେଦର ଅଭିଯାନ ଧରା ଯାଇଥିଲା। ଶହ ଶହ ଉଠା ଦୋକାନଗୁଡିକୁ ଜେସିପି ମାଧ୍ୟମରେ ପୌରସଂସ୍ଥା ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ଏନ୍ଫୋର୍ସମେଣ୍ଟ ଅଫିସର ଅଭିମନ୍ୟୁ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉଚ୍ଛେଦ ଅଭିଯାନ କରାଯାଇଥିବା ବେଳେ ସାମ୍ବାବ୍ୟ ଗଣ୍ଡଗୋଳ ଆଶଙ୍କାରେ ପୁଲିସ ଫୋର୍ସର ସହାୟତା ନିଆଯାଇଥିଲା।(ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *