ଜିଲ୍ଲା ପରିକ୍ରମା

ଅଟଳଜୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଓ ଶୋକସଭା

ମାଲକାନଗିରି, ୧୭ା୮ (ଓଡିଆ ପୁଅ ) ବରିଷ୍ଠ ରାଷ୍ଟ୍ରନେତା ଭାରତ ରତ୍ନ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ବିୟୋଗରେ ସମଗ୍ର ମାଲାକନଗିରି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଆଜି ସକାଳେ ଜିଲ୍ଲା ସଦର ମହକୁମା ସହିତ କାଲିମେଳା, ପଡିଆ, କୋରକୁଣ୍ଡା, ଖଇରପୁଟ, ମାଥିଲି, ମାଲକାନଗିରି ସାତଟି ଯାକବ୍ଲକରେ ସ୍ୱର୍ଗତ ଅଟଳଜୀଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଭାଜପା ଦଳ ପକ୍ଷରୁ ଶୋକସଭାର ଆୟୋଜନ କରାଯାଇଥିଲା।

ବିଶେଷ କରି ଜିଲ୍ଲାସଦର ମହକୁମା ଠାରେ ଭାଜପ ଦଳ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ଓ ଶୋକ ସଭାରେ ପୂର୍ବତନ ଉପବାଚସ୍ପତି ପ୍ରହଲାଦ ଦୋରା, ମାଲକାନଗିରି ବିଧାୟକ ମାନସ ମାଡକାମି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଏସପି ଜଗମୋହନ ମୀନା, ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ମାନସ କୁମାର ମିଶ୍ର, ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ, ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରୀପାଠୀ, ପୂର୍ବତନ ଉପଜିଲ୍ଲାପାଳ ରଥିକୃଷ୍ଣ ପାତ୍ର, ଶିଶୁମଙ୍ଗଳ କମଟିର ସଭାପତି ଅଶୋକକୁମାର ପଟନାୟକ, ସମାଜ ସେବୀ ତପନ ସାନା, ପୂର୍ବତନ ଭାଜପା ଜିଲ୍ଲା ସଭାପତି ରାଇଚରଣ ମହାନ୍ତି, ଜିଲ୍ଲାଭାଜପା ସଭାପତି ଅଶୋକ କୁମାର ପରିଡା, ଗୁରଚରଣ ମହାନ୍ତି, ସଂଜୟ ସରକାର, ସାମଲ ସୋନାନି, ପୂର୍ଣ୍ଣୀମା ମଜୁମଦାର, ଗୀତାଞ୍ଜଳି ମହାପାତ୍ର ପ୍ରମୁଖ ଭାଜପା ନେତା ଓ କର୍ମୀ, ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ରାମ ପ୍ରସାଦ ପଟନାୟକ, ଜି. ଶ୍ରୀନିବାସ ରାଓ, ପେଣ୍ଡ୍ରାପଣ୍ଡା, ପି.କେଶୁରାଓ, ପ୍ରମୁଖ କଂଗ୍ରେସ ନେତା ଓ କର୍ମୀ, ସାମ୍ବାଦିକ, ବୁଦ୍ଧିଜୀବୀ, ସହରବାସୀ ପ୍ରମୁଖ ଉପସ୍ଥିତ ରହି ଭାରତରତ୍ନ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ପାଜପେୟୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରର୍ଥନା ସହ ତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ବିଶିଷ୍ଠ ବ୍ୟକ୍ତି ମାନେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଙ୍କ ବହୁମୁଖିପ୍ରତିଭା ଓ ତାଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top