ଅନୁଗୁଳ

ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଜୟନ୍ତୀ ପାଳିତ

ତାଳଚେର,୮/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କଣିହାଁ ବ୍ଲକର ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟଠାରେ ବିଦ୍ୟାଳୟର ପ୍ରତିଷ୍ଠାତା,ମୁକ୍ତିପଥର ସୈନିକ,ଆଜନ୍ମ ବିପ୍ଲବୀ,କବି,ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ଉପ ମୂଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୧୧୧ତମ ଜନ୍ମ ଜୟନ୍ତୀ,ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସର ସ୍ଥିତ ସ୍ୱର୍ଗତ ପ୍ରଧାନଙ୍କ ପ୍ରତିମୂର୍ତୀରେ ପ୍ରତ୍ୟୁଷରେ ଅଂଚଳର ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହାପରେ ଅପରାହ୍ନରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଣିହାଁ ତହସିଲଦାର ଅଂଶୁମାନ ଶତପଥୀ ମୂଖ୍ୟ ଅତିଥି ଭାବେ,ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଅନୁଗୋଳ ଶିକ୍ଷା ଜିଲ୍ଲା ଓଷ୍ଟାର ସଭାପତି ରାଜ କିଶୋର ସାହୁ ମୂଖ୍ୟ ବକ୍ତାଭାବେ,କଣିହାଁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କବିଶ୍ରୀ ରାହାସ ଚନ୍ଦ୍ର ନାୟକ ସମ୍ମାନୀତ ଅତିଥି ଭାବେ ମଂଚାସୀନ ଥିଲେ । କଣିହାଁ ବ୍ଲକ ଶିକ୍ଷାଧିକାରୀ ଖଗେଶ୍ୱର ବେହେରା ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ବକ୍ତାମାନେ ଛାତ୍ରଛାତ୍ରୀଙ୍କର ଶୃଙ୍ଖଳତା,ସମୟାନୁବର୍ତିତା,ଚରିତ୍ରବାନ ତଥା ସ୍ୱର୍ଗତ ପ୍ରଧାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ହେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାଶରଥି ଜେନା ବିବରଣୀ ପାଠ କରିଥିଲେ । ଶିକ୍ଷକ ସିଦ୍ଧି ପ୍ରସାଦ ସଭା କାର୍ଯ୍ୟକୁ ସଂଯୋଜନା କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ଉପଭୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top