ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପୂଣ୍ୟ ତିଥି ପାଳିତ

ତାଳଚେର, ୧୩/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଓଡ଼ିଶାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ, ତାଳଚେର ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ପୂରୋଧା ତଥା ମହାନ ବିପ୍ଲବୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୩୧ତମ ପୂଣ୍ୟ ତିଥି ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବୁଧବାର ସକାଳେ ତାଳଚେର ବାଇପାସସ୍ଥିତ ପବିତ୍ର ମୋହନଙ୍କ ପ୍ରତିମୂର୍ତ୍ତୀରେ ପାଲଲହଡ଼ା ବିଧାୟକ ତଥା ଅନୁଗୋଳ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ମହେଶ ସାହୁ ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ଭାଗ୍ୟରଥି ମହାପାତ୍ର, ପ୍ରଦୀପ ମହାରଣା, ସିତୀକାନ୍ତ ବାରିକ, ତପନ ମହାରଣା, ପ୍ରକାଶ ସାହୁ, ରବିନ୍ଦ୍ର ମହାରଣା, ଗବେଷକ ଡ.ମହେଶ୍ୱର ପ୍ରଧାନ, ଆଇନଜୀବୀ ନିର୍ମଳ ତ୍ରିପାଠୀ, ଜିତେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇ ପବିତ୍ର ବାବୁଙ୍କ ସ୍ମୃତିଚାରଣ କରିଥିଲେ। ସେହିପରି କଣିହାଁସ୍ଥିତ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ପବିତ୍ର ବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *