ସ୍ୱର୍ଗତ ପଣ୍ଡିତ ନାରାୟଣ ଗୁରୁଙ୍କର ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ

ପୁରୀ ୫/୫ (ଓଡ଼ିଆ ପୁଅ) : ଶ୍ରୀ ଜଗନ୍ନାଥଙ୍କ ବରିଷ୍ଠ ସେବକ, ନାରାୟଣ ଗୁରୁଙ୍କର ଅକାଳ ବିୟୋଗରେ ଶ୍ରୀ ଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ, ଓଡ଼ିଶା, ଭାଷା ସୁରକ୍ଷା ପ୍ରତିଷ୍ଠାନ, ପୁରୀ, ଐତିହ୍ୟ ସୁରକ୍ଷା ପରିଷଦ ଓ ସୁଜନୀ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଶିକ୍ଷାବିତ୍ ଶିବ ସୁନ୍ଦର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ସ୍ୱର୍ଗତ ନାରାୟଣ ଗୁରୁଙ୍କର ଜୀବନଚର୍ଯ୍ୟା ସମ୍ବନ୍ଧରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପୂର୍ବକ ସ୍ମୃତି ଚାରଣ କରିଥିଲେ। ଶ୍ରଦ୍ଧାଞ୍ଜଳୀ ସଭାରେ ଅତିଥି ଭାବେ ଉପସ୍ଥିତ ଥିଲେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ଶ୍ରୀ ମନ୍ଦିର ପୁରୋହିତ ଡ଼ଃ ସିଦ୍ଦେଶ୍ୱର ମହାପାତ୍ର, ଡ଼ଃ ଅଭିମନ୍ୟୁ ଭୁୟାଁ, ଡ଼ଃ ନରେଶ ଚନ୍ଦ୍ର ଦାଶ, ପ୍ରଶାସକ ବିନୋଦ କୁମାର ପଣ୍ଡା, ଉପନଗର ଶ୍ରୀମତୀ ଶାନ୍ତିଲତା ପ୍ରଧାନ, ପ୍ରମୁଖ ଯୋଗ ଦେଇ କହିଲେ ସ୍ୱର୍ଗତ ନାରାୟଣ ଗୁରୁ ଜଣେ ଅମାୟିକ ପରୋପକାରୀ ଛାତ୍ର ବତ୍ସଳ ଶିକ୍ଷକ ଭାବେ ପରିଚିତ ଥିଲେ। ସେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଗରାବଡ଼ୁ ସେବକ ଅଟନ୍ତି। ସେ ମହାପ୍ରଭୁଙ୍କ ସେବା ନିଷ୍ଠାର ସହ ପାଳନ କରୁଥିଲେ। ଶ୍ରୀ ଜଗନ୍ନାଥଯେ ସଂସ୍କୃତି ସମ୍ପର୍କିତ ପ୍ରବନ୍ଧ ଲେଖିବା ଠାରୁ ଆରମ୍ଭ କରି ରଥଯାତ୍ରା ଧାରାବିବରଣୀ ଆକାଶ ବାଣୀ କେନ୍ଦ୍ର କଟକ, ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର, ଓ ହିନ୍ଦି ଟିଭି ଚ୍ୟାନେଲ ସାଧନା ପ୍ରାଞ୍ଜଳ ଭାବେ ହିନ୍ଦିରେ ଧାରା ବିବରଣୀ ପ୍ରଦାନ କରୁଥିଲେ। ସଭାରେ ଜ୍ୟୋତିର୍ବିଦ୍ ଅନାମ ଚନ୍ଦ୍ର ସାହୁ, ଗବେଷକ ନାରାୟଣ ନନ୍ଦ, ପ୍ରଭାତ ଚନ୍ଦ୍ର ରଥ, ଡ଼ଃ ରମାକାନ୍ତ କର, ଆଡ଼ଭୋକେଟ୍ ଅଶୋକ କୁମାର ଆଢ୍ୟ, ଶିବାନୀ ମିଶ୍ର, ଭବାନୀ ପ୍ରସାଦ ବଳିଆର ସିଂ, ପ୍ରକାଶ ମିଶ୍ର, ସାରଙ୍ଗ ଧର ଷଡ଼ଙ୍ଗୀ, ରାଧାକୃଷ୍ଣ ପ୍ରଧାନି, ହେମାଙ୍ଗୀନୀ ମହାନ୍ତି ପ୍ରମୁଖ ସଭାରେ ଯୋଗଦେଇ ସ୍ୱର୍ଗତ ଗୁରୁଙ୍କର ସ୍ମୃତି ଚାରଣ କରିଥଲେ।

Leave a Reply

Your email address will not be published. Required fields are marked *