ଜିଲ୍ଲା ପରିକ୍ରମା

ସ୍ୱରାଜବାର୍ତ୍ତା ପକ୍ଷରୁ କବିତା ପାଠୋତ୍ସବ ଓ ପାଠକ ସମାରୋହ

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକରୁ ପ୍ରକାଶିତ ସମ୍ବାଦପତ୍ର ସ୍ୱରାଜବାର୍ତ୍ତା ପକ୍ଷରୁ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପଠାରେ କବିତା ପାଠୋତ୍ସବ ଓ ପାଠକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସଂପାଦକ ରବିନାରାୟଣ ଖିଲାରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଇଂ ଅଭୟ ସୂତାର ସଭାପତିତ୍ୱ କରିଥିଲେ। ପୌରାଧ୍ୟକ୍ଷ ମାନସ କୁମାର ମହାନ୍ତି ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ଧାମନଗର ତହସିଲଦାର ଚାର୍ଲସ ନାୟକ ଯୋଗଦେଇଥିଲେ। ଦୀର୍ଘ ୯ ବର୍ଷ ଧରି ପ୍ରକାଶ ପାଉଥିବା ସମ୍ବାଦପତ୍ର ସ୍ୱରାଜବାର୍ତ୍ତା ସବୁବେଳେ ସତ୍ୟ ଓ ନିର୍ଭିକ ଭାବରେ ସମ୍ବାଦ ପରିବେଷଣ କରୁଥିବାରୁ ଜନସାଧାରଣଙ୍କର ପ୍ରିୟଭାଜନ ହୋଇପାରିଛି। ବିଶେଷତଃ ବହୁ ଲେଖକ, ଲେଖିକାମାନଙ୍କୁ ସ୍ୱରାଜବାର୍ତ୍ତା ନୂତନ ପରିଚୟ ଦେଇପାରିଛି। ବହୁ କବି ଓ କବୟିତ୍ରୀ ଙ୍କର କବିତା ଏହି ପତ୍ରିକାରେ ସେମାନଙ୍କର ନିୟମିତ କବିତା ପ୍ରକାଶିତ କରିବାରେ ସକ୍ଷମ ହୋଇପାରିଥିବାରୁ ସେମାନେ ପ୍ରଶଂସା କରିଛନ୍ତି। ବିଶିଷ୍ଟ ଅତିଥି ଭାବେ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ କବି ଅଶୋକ ନାୟକ, ସଦାନନ୍ଦ ସାହୁ, ଅବନୀ ପ୍ରଧାନ, ଅଧ୍ୟାପକ ନିହାର ରଞ୍ଜନ କର, ସାମ୍ବାଦିକ ପ୍ରକାଶ ଚନ୍ଦ୍ର ମହାପାତ୍ର, ନାଟ୍ୟଶ୍ରୀ ନିର୍ମଳ ରାଉତ ପ୍ରମୁଖ ଯୋଗ ଦେଇ ସମ୍ବାଦପତ୍ରର ଉପକାରିତା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ କବି ଓ କବୟିତ୍ରୀ ଯୋଗଦେଇ ନିଜର ସ୍ୱରଚିତ କବିତା ପାଠ କରିଥିଲେ। ଉକ୍ତ କବିତାଗୁଡିକୁ କବିୟିତ୍ରୀ ମନୋରମା ରାୟ ଓ ଚିନ୍ମୟୀ ବଳ ସଂଯୋଜନା କରିଥିଲେ। କବି ପ୍ରମୋଦ ରାୟ, ରମେଶ ଚନ୍ଦ୍ର ସ୍ୱାଇଁ, ଅକ୍ଷୟ ଦାସ, ରବି ମହାନ୍ତି, ସାଧନ କୁମାର ଧର, କବୟିତ୍ରୀ ବସନ୍ତ ମିଶ୍ର, ପ୍ରୀତିଲତା ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ। ଏହି ଅବସରରେ ଆଦର୍ଶ ଶିକ୍ଷୟିତ୍ରୀଭାବେ ଜୟନ୍ତୀ କରଶର୍ମା, ସଂଗଠକ ଭାବେ ସୁଜୟ କୁମାର ପାକଳଙ୍କୁ ସ୍ୱରାଜ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକ ପ୍ରଦୀପ ମହାପାତ୍ର, ଅନିଲ ବାରିକ, ଅପୂର୍ବରଂଜନ ବେହେରା, ରମେଶଚନ୍ଦ୍ର ପାଗଳ, ରାଜେନ୍ଦ୍ର ଶତପଥୀ, ସୁଧାକର ଦାସ ପ୍ରମୁଖ ଯୋଗଦେଇଥିଲେ। ସଂଗୀତଜ୍ଞ ରାମନାରାୟଣ ମହାନ୍ତି ପ୍ରାରମ୍ଭିକ ସଂଗୀତ ଗାନ କରିଥିବାବେଳେ ସାମ୍ବାଦିକ ଦୂର୍ଯେ୍ୟାଧନ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top