ଜିଲ୍ଲା ପରିକ୍ରମା

ସ୍ୱପ୍ନରେ ରହିଗଲା ଆଦର୍ଶ ବିଦ୍ୟାଳୟର ଯୋଜନା

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଉନ୍ନତ ଶିକ୍ଷା ଏବଂ ସିବିଏସ୍ଇ ପ୍ରଣାଳୀରେ ଶିକ୍ଷାଦାନ ପାଇଁ ରାଜ୍ୟର ବିଭିନ୍ନ ବ୍ଲକ୍ରେ ଆଦର୍ଶ ବିଦ୍ୟାଳୟ ପାଇଁ ସରକାର ନିର୍ଦ୍ଦେଶ ଜାରୀ କରିଥିବା ବେଳେ ଚାନ୍ଦବାଲି ବ୍ଲକ୍ରେ ଆଦର୍ଶ ବିଦ୍ୟାଳୟ ଯୋଜନା ପ୍ରହସନ। ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମାତ୍ର ଇତିମଧ୍ୟରେ ୩ ବର୍ଷ ପୂରିଯାଇଥିଲେ ବି ସ୍ୱପ୍ନର ଆଦର୍ଶ ବିଦ୍ୟାଳୟର ବାସ୍ତବ ରୂପ ଚାନ୍ଦବାଲି ବାସୀଙ୍କ ପାଇଁ ସାତ ସପନ ପାଲଟିଛି। ଚାନ୍ଦବାଲିର କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ଚକ୍ରାନ୍ତରେ ସରକାରଙ୍କ ଏହି ଯୋଜନା ଏବେ ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ତେବେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚାନ୍ଦବାଲି ବଡଓସ୍ତିଆ ମୌଜା ବନବିଭାଗ ବିଟ୍ ନିକଟରେ ଜମି ଚିହ୍ନଟ ହୋଇଥିବାବେଳେ ଜମି ଚିହ୍ନଟ ବେଳେ ଭଦ୍ରକ ଜିଲାପାଳ, ଚାନ୍ଦବାଲି ବିଧାୟକ, ବିଡିଓ, ଚାନ୍ଦବାଲି ତହସିଲଦାର ପ୍ରମୁଖ ଜମି ଚିହ୍ନଟ ସମୟରେ ଉପସ୍ଥିତ ରହିଥିଲେ। ସମସ୍ତ ପର୍ଯ୍ୟାୟ କାର୍ଯ୍ୟ ସରିଯାଇଥିବା ବେଳେ ଶେଷ ପର୍ଯ୍ୟାୟରେ କୌଣସି କାରଣ ପାଇଁ ଏକ ଜମିକୁ ବନ ବିଭାଗ ହସ୍ତାନ୍ତର କରିବ ନାହିଁ ବୋଲି ମନା କରିଦେବାରୁ ତାହା ପରବର୍ତ୍ତୀ ସମୟରେ ବାତିଲ ହୋଇଥିଲା। ମାତ୍ର ଚାନ୍ଦବାଲି କଲେଜ ନିକଟରେ ଥିବା ପ୍ରଶସ୍ତ ସରକାରୀ ଜମିରେ ବିଦ୍ୟାଳୟ ନିର୍ମାଣ ପାଇଁ ଅଂଚଳବାସୀ ଆଶା ବାନ୍ଧିଥିବା ବେଳେ ଉକ୍ତ ଜମିକୁ ରାଧି ଅଧିଆ ବିନା ନୋଟିସ୍ରେ ଆର.ଡି. ବିଭାଗକୁ ହସ୍ତାନ୍ତର କରିଥିଲେ। ତେବେ ଉକ୍ତ ସ୍ଥାନରେ ଆଦର୍ଶ ବିଦ୍ୟାଳୟ ପାଇଁ ଉପଯୁକ୍ତ ଥିବାବେଳେ ତାହା ମଧ୍ୟ ହୋଇପାରିନଥିଲା। ହେଲେ ବର୍ତ୍ତମାନ ଚିହ୍ନଟ ହୋଇଥିବା ବିଜ୍ଞାପିତ ଅଂଚଳ ନୟାହାଟ ମହାଳିକସାହି ଉତ୍ତର ଦିଗରେ ଜମିକୁ ସରକାରଙ୍କ ପ୍ରଶାସନିକ ସ୍ତରରେ ଚିହ୍ନଟ ପ୍ରକ୍ରିୟା ସରିଥିବାବେଳେ ଏହି ଜମିକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଗାଁଣ ଯୁବକମାନେ ଉକ୍ତ ସରକାରୀ ଜମିକୁ ଖେଳ ପଡିଆ ଭାବରେ ବ୍ୟବହାର କରୁଥିବା ବେଳେ ଗାଁର ବିଭିନ୍ନ ଉତ୍ସବ ପାଳନ କରି ଆସୁଥିଲେ। ମାତ୍ର ଉକ୍ତ ସ୍ଥାନରେ ବିଦ୍ୟାଳୟ ହେଲେ ଗ୍ରାମବାସୀ ଏହି ସୁବିଧାରୁ ବଂଚିତ ରହିବେ ବୋଲି ଯୁକ୍ତି ଦର୍ଶାଇ କାର୍ଯ୍ୟ ବନ୍ଦ କରିଛନ୍ତି। ଅନ୍ୟପଟେ ଉକ୍ତ ସରକାରୀ ଜମି ୧୦ ଏକରରୁ ଉର୍ଦ୍ଧ୍ୱ ଜମି ଥିବାବେଳେ ଗ୍ରାମବାସୀଙ୍କ ପାଇଁ ସରକାର ୩ ଏକର ଜମି ଦେବାକୁ ପ୍ରସ୍ତାବ ଦେଇଥିବାବେଳେ ଏନେଇ ଚାନ୍ଦବାଲି ତହସିଲ ତରଫରୁ ଏକ ମିଶ୍ କେଶ୍ ନମ୍ବର ୩/୧୭ ଏକ ଫାଇଲ୍ ପ୍ରସ୍ତୁତ କରାଯାଇଥିଲା। ମାତ୍ର ଜମି ସଫା କରିବାକୁ ଯାଇଥିବା ଗ୍ରାମବାସୀଙ୍କ ବିରୋଧ କ୍ରମେ କାମ କରିବାକୁ ଯାଇଥିବା ଠିକାଦାର ସମସ୍ତ ମେସିନ୍ ନେଇ ପଳାଇ ଆସିଥିଲେ। ହେଲେ ପ୍ରକୃତ ଜମି ଚିହ୍ନଟ କରାନଯାଇ ସରକାରଙ୍କ ଆଦର୍ଶ ବିଦ୍ୟାଳୟକୁ ନକରାଇ ଦେବା ପାଇଁ କେତେକ ବ୍ୟକ୍ତିଙ୍କ ହାତ ଅଛି ବୋଲି ଆଲୋଚନା ହେଉଛି। ଗ୍ରାମାଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟ ଗୁଡିକ ଠାରୁ ଉନ୍ନତମାନ ତଥା ସି.ବି.ଏସ୍.ଇ ପ୍ରଣାଳୀରେ ଶିକ୍ଷାଦାନ ପ୍ରଦାନ କରିବା ପାଇଁ ସରକାରଙ୍କ ଏହି ଆଦର୍ଶ ବିଦ୍ୟାଳୟ ବହୁ ବ୍ଲକ୍ରେ କାର୍ଯ୍ୟକାରୀ ହୋଇସାରିଛି। ମାତ୍ର ଚାନ୍ଦବାଲିରେ ଜମି ଚିହ୍ନଟ ହୋଇପାରିଲା ନାହିଁ। ଭଦ୍ରକ ଜିଲାର ଛତୁ ଫୁଟିଲା ଭଳି ଘରୋଇ ଶିକ୍ଷାନୁଷ୍ଠାନ ଖୋଲୁôଥବାବେଳେ ଏହି ଶିକ୍ଷାନୁଷ୍ଠାନ ଫାଇଲ୍ ଭିତରେ ଅଟକି ରହିଛି। ତେବେ ସରକାର ତୁରନ୍ତ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ବିହିତ ପଦକ୍ଷେପ ନେବାକୁ ଅଭିଭାବକ ମହଲରେ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top