ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୮୨ ବର୍ଷ ପୂର୍ତ୍ତୀ ବିଜେଡ଼ିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୮୨ବର୍ଷ ପୂର୍ତ୍ତୀ ଉତ୍ସବ ପାଳନ ଅବସରରେ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ସଭାପତିତ୍ୱେ ଓ ଜିଲ୍ଲା ଉପସଭାପତି ଅସିତ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକ ଜିଲ୍ଲା ବିଜେଡ଼ି ସଭାପତି ସାଂସଦ ଅର୍ଜୁନ ଚରଣ ସେଠୀ ଯୋଗଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବିନ୍ଧାଣୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଶ୍ରୀ ସେଠୀ ନିଜ ଅଭିଭାଷଣରେ ଓଡ଼ିଶାର ସାଢ଼େ ଚାରିକୋଟି ଲୋକଙ୍କ ହୃଦୟରେ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ବରିଷ୍ଠ ନେତା ରାଧାକାନ୍ତ ସାମଲ, ପୌରାଧ୍ୟକ୍ଷ ମାନସ ମହାନ୍ତି, ଉପପୌରପାଳ କୌସେରା ବେଗମ, ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁନାଥ ଲେଙ୍କା, ଜ୍ୟୋସ୍ନାମଞ୍ଜରୀ ରାଉତ୍, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଦୁର୍ଗା ଦାସ, ନଗର ସଭାପତି ଶରତ ସ୍ୱାଇଁ, ପଙ୍କଜ ବଳ, ଆଶୁତୋଷ ପଣ୍ଡା, କାଉନସିଲର ସେକ ଜୁଲଫୁକର ଅଲ୍ଲୀଙ୍କ ସମେତ ବହୁ କାଉନସିଲର, ଜିଲ୍ଲା ପରିଷଦ ସଭ୍ୟ ଯୋଗଦେଇ ନବୀନ ବାବୁଙ୍କ ଦକ୍ଷ ନେତୃତ୍ୱ ପାଇଁ ବିଜେଡ଼ି ଆଜି ରାଜ୍ୟରେ ଅପ୍ରତିଦ୍ୱନ୍ଦୀ ରାଜନୈତିକ ଦଳ ଭାବେ ଉଭା ହୋଇଛି। ତେଣୁ ନବୀନ ବାବୁଙ୍କ ସ୍ୱପ୍ନର ଓଡ଼ିଶାଗଠନ ଦିଗରେ ସମସ୍ତ କର୍ମୀ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ। ଏହି ବୈଠକରେ ବହୁ ସଂଖ୍ୟାଲଘୁ ଯୁବକ ଦଳର ଆଦର୍ଶରେ ଅନୁପ୍ରାଣୀତ ହୋଇ ଅନ୍ୟ ଦଳ ତ୍ୟାଗ କରି ବିଜେଡ଼ିରେ ଯୋଗଦେଇଥିଲେ। ବିଧାୟକ ଶ୍ରୀ ପଟ୍ଟନାୟକ, ସାଂସଦ ଶ୍ରୀ ସେଠୀ ସେମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *