ସ୍ୱଛ ଭାରତ ଅଭିଯାନ

ପୁରୀ, ୦୫/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ସ୍ୱଛ ଭାରତ ଅଭିଯାନରେ ରାମମନ୍ଦିର ନିକଟସ୍ଥ ତେଲୁଗୁ ସାହିର ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଧନଲକ୍ଷ୍ମୀ ଆରୋଗ୍ୟ ସମିତି ପକ୍ଷରୁ ଏହି ସଫେଇ କାର୍ଯ୍ୟ କରାଯାଇଥିଲା। ପୌରସଦସ୍ୟ ବଳରାମ ରେଡ୍ଡୀ ସଫେଇ କାର୍ଯ୍ୟଶ୍ରମରେ ଯୋଗଦାନ କରି ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। ରାଜଶ୍ୱରୀ ରେଡ୍ଡୀ, କେ ରମା ରେଡ୍ଡୀ, ଏସ୍ ରମେଶ, ମିଟୁ ବାରିକ, ବି କ୍ରିଷ୍ଣା ପାତ୍ର, ସରସ୍ୱତୀ ରେଡ୍ଡୀ, ଆର୍ ତୁଳସୀ ରେଡ୍ଡୀ, ସୁଭଦ୍ରା ରେଡ୍ହୀ, ରାବଣା ରେଡ୍ଡୀଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ମହିଳା ଏହି ସଫେଇ କାର୍ଯ୍ୟଶ୍ରମରେ ଅଂଶଗ୍ରହଣ କରି ଶ୍ରମଦାନ କରିଥିବା ବେଳେ ପୌର ସଫେଇ କର୍ମଚାରୀମାନେ ସହଯୋଗ କରିଥିଲେ। ବସ୍ତିର ଅଳିଆ ଆବର୍ଜନାକୁ ସଫାକରିବା ସହ ମହିଳା ମାନେ ସେଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଥିଲେ।

Leave a Reply

Your email address will not be published. Required fields are marked *