ଜିଲ୍ଲା ପରିକ୍ରମା

ସ୍ୱଚ୍ଛ ରଥଯାତ୍ରା ନିମନ୍ତେ ସ୍ମାରକ ପତ୍ର

ପୁରୀ:୦୧/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଗାମୀ ୧୪ତାରିଖରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଶ୍ରୀକ୍ଷେତ୍ରରେ ସୃଷ୍ଟି ହେବ ଏକ ଆଧ୍ୟାତ୍ମିକ ପରିବେଶ। ଚଳିତବର୍ଷର ରଥଯାତ୍ରାକୁ ସ୍ୱଚ୍ଛ ରଥଯାତ୍ରା ଭାବେ ପ୍ରତିପାଦିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରିଛି ଯୁବ ସେବାୟତ ବର୍ଗ। ଯାତ୍ରା ସମୟରେ ସ୍ୱଚ୍ଛତା ଓ ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେବାକୁ ନିବେଦନ କରି ଯୁବ ସେବାୟତ ବର୍ଗକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଯୁବ ସେବାୟତ ଦୀପକ ପୂଜାପଣ୍ଡା, ବିଶ୍ୱଜିତ୍ ଖୁଣ୍ଟିଆ, କୃଷ୍ଣ ଗୋଚ୍ଛିକାରଙ୍କ ସମେତ ବର୍ଗର ଅନ୍ୟାନ୍ୟ ସଦସ୍ୟମାନେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଯାଇ ଏହି ସ୍ମାରକ ପତ୍ର ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top