ସ୍ୱଚ୍ଛ ଭାରତ ପାଇଖାନା ପ୍ରଦାନରେ ପ୍ରିୟାପ୍ରିତି ପୋଷଣ

(ନଈ ଉପରେ ବାଉଁଶରେ ନିର୍ମିତ କୃତ୍ରୀମ ପାଇଖାନା)
ଖଇରା, ୯/୭/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜଳଦା ଗ୍ରାମ ପଞ୍ଚାୟତ ସମ୍ପେଇ ଗ୍ରାମର ୧୧ ଓ ୧୨ ନମ୍ବର ୱାର୍ଡରେ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ପାଇଖାନାକୁ ଓଡିଶା ସରକାରଙ୍କ ଦ୍ୱାରା କୁଠାର ଘାତ କରାଯାଇଛି। ପ୍ରାୟ ୧୨୩ ଟି ପରିବାର ବସବାସ କରି ରହିଆସୁଥିବା ବେଳେ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ପାଇଖାନାରେ ପ୍ରାୟ ବହୁ ପରିବାରକୁ କୋଠାର ଘାତ କରାଯାଇଛି ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ସେହି ଗ୍ରାମର ଧନୀ ଶ୍ରେଣୀର ଲୋକ ଲକ୍ଷ୍ମୀଧର ମାହାନା, ଜୟକୃଷ୍ଣ ମାହାନା, ବ୍ରହ୍ମାନନ୍ଦ ମାହାନା, ଭାଗବତ ମାହାନା ପିତା ସାଗର ମାହାନା ଗୋଟିଏ ପରିବାରର ହୋଇଥିଲେହେଁ ପ୍ରତ୍ୟେକ ଗୋଟିଏ ଲେଖାଏଁ ପାଇଖାନା ପାଇପାରିଛନ୍ତି। ସେହିଭଳି ଗ୍ରାମର ୨ ମହଲା କୋଠାଥିବା ରଜନୀ ଗିରି ଓ ମହିନ୍ଦ୍ର ଗିରିଙ୍କୁ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ପାଇଖାନା ଯୋଗାଇ ଦିଆଯାଇଛି। ଗ୍ରାମର ୪୦ ଘର ପାଇଁ ପାଇଖାନାର ଆସବାବପତ୍ର ପଡି ରହିଥିଲେହେଁ ଏପର୍ଯ୍ୟନ୍ତ କାର୍ଯ୍ୟ ହେବାର ନାମଗନ୍ଧ ନାହିଁ। ସମ୍ପେଇ ଗ୍ରାମର ପ୍ରାୟ ୨୦ / ୩୦ଘର ପାଇଖାନା ନ ଥିବା ଯୋଗୁଁ ଗାଁର ପାଖ ଦେଇ ଯାଇଥିବା ଜଳ ପୂର୍ଣ୍ଣ ଗୌରୀ ନଈ ଉପରେ ବାଉଁଶ ଦ୍ୱାରା ପାଇଖାନା ନିର୍ମାଣ କରି କପଡା ଘୋଡାଇ ମହିଳା, ପୁରୁଷ ଓ ଛୋଟପିଲାମାନେ ମଳତ୍ୟାଗ କରୁଛନ୍ତି। ରାସ୍ତା ଦୁର୍ଗମ ଓ ଭୟଭୀତ ସ୍ଥାନ ହୋଇଥିବାରୁ ରାତ୍ର ସମୟରେ ମଳତ୍ୟାଗ କରିବା ପାଇଁ ସେଠାକୁ ଯାଇ ନ ପାରି ପରିବାରଲୋକମାନେ ଘରେ ପଲିଥିନରେ ମଳତ୍ୟାଗକରି ବାନ୍ଧି ରଖୁଛନ୍ତି ପରଦିନ ସକାଳହେଲେ ସେ ମଳକୁ ନେଇ ନଈରେ ଫିଙ୍ଗୁଛନ୍ତି। ଏହା ଦ୍ୱାରା ପରିବେଶ ଦୁଷିତ ମଧ୍ୟ ହେଉଥିବାର ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ଏବିଷରେ ସମିତିସଭ୍ୟା ସୁଲୋଚନା ଦାସଙ୍କୁ ପଚାରିବାରୁ ମୁଁ କିଛି କହିପାରିବି ନାହିଁ ମୋ ସ୍ୱାମୀ ଯାହା କହିବେ। ସ୍ୱାମୀ ଙ୍କୁ ପଚାରିବାରୁ ମୋଟିଭେଟର ସର୍ଭେକଲେ ବିଭାଗୀୟ କନିଷ୍ଟଯନ୍ତ୍ରୀ ତପସ୍ୱିନୀ ଦାସ ିଆମକୁ ଯାହା ତାଲିକା ଦେଇଛନ୍ତି ସେହି ଅନୁସାରେ ଆମେ ପାଇଖାନା ତିଆରି କରିଛୁ। ଯନ୍ତ୍ରୀଙ୍କର ଏପରି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି। ଏବିଷରେ କନିଷ୍ଟଯନ୍ତ୍ରୀ ଓ ବିଡିଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା। ଭାଗିରଥି ଜେନା, ରାମ ଚନ୍ଦ୍ର ମାହାନା, ଉପେନ୍ଦ୍ର ଜେନା, ଗୋଦାବରୀ ଜେନା, ସାବିତ୍ରୀ ଜେନା, ରୀତା ଜେନା, ଉର୍ବଶୀ ଜେନା, ସବିତା ଜେନା, ଭାବଗ୍ରାହି ଜେନା, ଜୟନ୍ତି ଜେନା, ଲକ୍ଷ୍ମୀପ୍ରିୟା ଜେନା.ନିଳାମ୍ବର ମାହାନା, ନିରଞ୍ଜନ ଜେନା, ମଞ୍ଜୁଲତା ଜେନା, ହେମଲତା ଜେନା, ଦିବାକର ମାହାନା, ମମତା ଜେନା, ଜୟନ୍ତି ଜେନା, ପ୍ରଫୁଲ୍ଲ କୁମାର ଜେନା ଓ ମାଳତୀ ମାହାନା ପ୍ରମୁଖ ଗ୍ରାମବାସୀମାନେ ଗଣମାଧ୍ୟ ପ୍ରତିନିଧିଙ୍କ ଠାରେ ଅଭିଯୋଗ କରିଛନ୍ତି। ଉଚ୍ଛ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *