ସ୍ୱଚ୍ଛ ଭାରତ ଅଭିଯାନରେ ହରିଜନ ବହୁଳ ଗ୍ରାମରେ ପାଇଖାନା ନାହିଁ,ଦଲାଲଙ୍କ କବଜାରେ ରହିଯାଇଛି ,ବିଡ଼ିଓଙ୍କ ନିଟରେ ଅଭିଯୋଗ, ବିଭାଗୀୟ ଯନ୍ତ୍ରୀ ନିରବ

ବାହାନଗା/ବାଲେଶ୍ୱର-୧୨/୦୯(ଓଡ଼ିଆ ପୁଅ/ ଭାରତୀ ଦାସ)- ସ୍ୱଚ୍ଛଭାରତ ଅଭିଯାନରେ ସମସ୍ତଙ୍କୁ ପାଇଖାନା ମିଳିବ । ବାହାରେ ମଳତ୍ୟାଗ ବନ୍ଦ ହେବ । ପରିବେଶ ପ୍ରଦୁଷଣ ଦୁର ହେବା ସହ ପରିବେଶ ପରିସ୍କାର ପରିଚ୍ଛନ ରହିବ । ଏନେଇ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । ହେଲେ ଯୋଜନା ଆରମ୍ଭ ହେବା ପରେ କେନ୍ଦ୍ର ସରକାରକାରଙ୍କ ଏହି ମହତକାଂକ୍ଷି ଯୋଜନା ଦଲାଲଙ୍କ କବଜାରେ ରହିଗଲା । ଯାହାଦ୍ୱାରା ଥିଲାବାଲା ପାଇଖାନା ହାତେଇଥିବା ବେଳେ ଗରିବ ଗୁରୁବା ଯୋଜନାରୁ ସମ୍ପୂର୍ଣ୍ଣ ବାଦ ପଡ଼ିଥିଲେ । ଏଭଳି ଘଟଣା ବାହାନଗା ବ୍ଲକର ଦାଣ୍ଡହରିପୁର ପଞ୍ଚାୟତ ୧ନଂ ୱାର୍ଡ଼ ମୁଗୁନିପୁର ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମର ୧୫୦ରୁ ଉର୍ଦ୍ଧ ଘର ରହିଥିବା ବେଳେ ସେଥିରୁ ସମସ୍ତେ ପ୍ରାୟ ହରିଜନ ଓ ଆଦିବାସୀ ସମ୍ପ୍ରଦାୟର ଅଟନ୍ତି । ହେଲେ ୨ବର୍ଷରୁ ଉର୍ଦ୍ଧ ସମୟ ଧରି ବ୍ଲକର ଅନ୍ୟ ଗ୍ରାମ ମାନଙ୍କରେ ପାଇଖାନା ମିଳିଥିବା ବେଳେ ମୁଗୁନିପୁର ବାସିନ୍ଦା ଏଥିରୁ ବଞ୍ଚିତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଗ୍ରାମ ବାସୀ ବହୁବାର ୱାଟସନ ଯନ୍ତ୍ରୀଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳି ନାହିଁ । ତେବେ ୨ମାସ ପୂର୍ବରୁ ଦାଣ୍ଡହରିପୁର ପଞ୍ଚାୟତର ସ୍ୱଚ୍ଛଭାରତ ମୋଟିଭେଟର ମନୋରଞ୍ଜନ ମଳିକ ଆଧାରଲିଙ୍କ କଲେ ପାଇଖାନା ମିଳିପାରିବ ବୋଲି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ ମଧ୍ୟ ସେଥିରେ ମଧ୍ୟ ସମସ୍ତ ଗ୍ରାମବାସୀଙ୍କର ଆଧାରଲିଙ୍କ ହୋଇ ନଥିବାର ଜଣାପଡ଼ିଛି । ଏନେଇ ଦୀର୍ଘଦିନ ଧରି ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବିଡ଼ିଓଙ୍କ ନିକଟରେ ଦାବୀ ଜଣାଇବାକୁ ମଞ୍ଜୁଲତା ମଳିକ, ଯମୁନା ମଳିକ, ମୀନାରାଣୀ ମଳିକ, ଆଶା ମଳିକ, ହେମ ମଳିକ, ସରସ୍ୱତୀ ମଳିକ, ପାର୍ବତୀ ମଳିକ, ବାସନ୍ତୀ ମଳିକ, ଜାନକୀ ମଳିକ, ଅନ୍ନପୂର୍ଣ୍ଣା ମଳିକ, ଆରତି ମଳିକ, ଲକ୍ଷ୍ମୀ ମଳିକ, ରଞ୍ଜୁ ମଳିକ, କନକଲତା ମଳିକ, ସସ୍ମିତା ମଳିକ, ସଞ୍ଜୟ ମଳିକ, ସବିତା ମଳିକ, ସଞ୍ଜୁ ମାଝୀ, ସସ୍ମିତା ମଳିକ, ମହନାବତୀ ମଳିକ, ମଞ୍ଜୁ ମାଝୀ, ହେମଲତା ମଳିକ, ଅରୁଣ ମଳିକ, ରମ୍ଭା ମଳିକ, ଅଭୟ ମଳିକ, ସୁମତି ମଳିକ, ମୌନାବତୀ ମଳିକଙ୍କ ସହ ଶତାଧିକ ଗ୍ରାମବାସୀ ବ୍ଲକରେ ପହଞ୍ଚି ବିଡ଼ିଓଙ୍କୁ ନପାଇ ଏବିଡ଼ିଓ ମାନସ କୁମାର ଚୌଧୁରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି ।ତେବେ ଦାବୀ ପୁରଣ ନହେଲେ ଆଗାମୀ ଦିନରେ ପଞ୍ଚାୟତ , ବ୍ଲକ, ଜଳଓ ପରିମଳ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ସମୁହ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏବାବଦରେ ୱାଟସନ ଯନ୍ତ୍ରୀ ରୀତାଲି ବେହେରାଙ୍କୁ ପଚାରି ବାରୁ ପରେ ଯୋଗାଯୋଗ କରିବାକୁ କହିଥିଲେ ।

Leave a Reply

Your email address will not be published. Required fields are marked *