ସ୍ୱଚ୍ଛତା ସମିକ୍ଷା ବୈଠକ

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ପରିସରରେ ଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ ସ୍ୱଚ୍ଛତା ସମ୍ବନ୍ଧରେ ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଂଚଳରେ ଯାଥାଶିଘ୍ର ପାଇଖାନା ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ବୈଠକରେ ଅôଧକାରୀ ମାନେ ଗୁରୁତ୍ୱାରୋପ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅôଧକାରୀ ବନମାଳୀ ତରାଇ, କନିଷ୍ଠ ଯନ୍ତ୍ରୀ ଭାଗିରଥିଦାସ, ଦିବାକର ସାହୁ, ଜିଲ୍ଲା ସ୍ୱଚ୍ଛ ଭାରତ ପ୍ରେରକ ପ୍ରମୋଦ ମଲ୍ଲି, ସହକାରୀ ଶୁଭସ୍ମିତା ମଲ୍ଲିକ, ସସ୍ମିତା ନାୟକ ପ୍ରମୁଖ ସମିକ୍ଷା ବୈଠକରେ ଉପସ୍ଥିତ ଥିଲେ । ଚଳିତ ମାସ ବୈତରଣୀରେ ବନ୍ୟା ଆସିବାରୁ ବିଭିନ୍ନ ଗ୍ରାମ ମାନଙ୍କରେ ପାଇଖାନା ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଳିଥିବା ଏବଂ କେତେକ ସ୍ଥାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *