ଅନୁଗୁଳ

ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ଏନ୍.ଟି.ପି.ସି କଣିହାଁ ଦ୍ୱାରା ଶୈାଚାଳୟ ଲୋକାର୍ପିତ

ତାଳଚେର, ୧୯/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି କଣିହାଁ ଠାରେ ୧୬ ମଇରୁ ୩୧ ମଇ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଛି। ଏହି ସ୍ୱଚ୍ଛତା ଅଭିଯାନ ଅବସରରେ ପାୱାର ଷ୍ଟେସନର ମୁଖ୍ୟ ପ୍ରବେଶ ପଥ ନିକଟରେ ସର୍ବସାଧାରଣଙ୍କ ନିମନ୍ତେ ଏକ ଶୈାଚାଳୟର ନିର୍ମାଣ କରାଯାଇଛି। ଲୋକଙ୍କ ସୁବିଧା ପାଇଁ ତଥା ସ୍ୱଚ୍ଛତା ସମ୍ପର୍କରେ ସଚେତନତା ବୃଦ୍ଧି ନିମନ୍ତେ ଏନ୍.ଟି.ପି.ସି କଣିହାଁ ତରଫରୁ ଏହାକୁ ନିର୍ମାଣ କରାଯାଇଛି। ଏନ୍.ଟି.ପି.ସି ତାଳଚେର କଣିହାଁର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାମ କୁବେର ଶନିବାର ଦିନ ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଏହି ଶୈାଚାଳୟକୁ ଲୋକାର୍ପିତ କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ କୁବେର ସିଭିଲ ବିଭାଗର ଶୈାଚାଳୟ ନିର୍ମାଣ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଏହା ସ୍ଥାନୀୟ ଲୋକ ଓ ପ୍ଲାଂଟକୁ ଯାଉଥିବା ଲୋକଙ୍କ ନିମନ୍ତେ ଲାଭପ୍ରଦ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଏନ୍.ଟି.ପି.ସି କଣିହାଁର ଜିଏମ୍(ଓ ଆଣ୍ଡ ଏମ୍)ଏ.କେ.ତ୍ରିପାଠୀ, ଜିଏମ୍(ମେଣ୍ଟେନାନ୍ସ)ଏନ୍. ଆଚାର୍ଯ୍ୟ, ଜିଏମ୍(ଅପରେସନସ)ରମେଶ ସିହ୍ନା, ଜିଏମ୍(ଟିଏସ) ଏନ୍.ଏସ.ରାଓ, ଡିଜିଏମ୍(ଏଚ ଆର) ପି.କେ.ସାହୁ, ବିଭିନ୍ନ ପଦାଧିକାରୀ ଓ ଶ୍ରମିକ ସଙ୍ଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ସ୍ୱଚ୍ଛତା ପକ୍ଷ ଅବସରରେ ଶକ୍ତି ପ୍ରକଳ୍ପ ପକ୍ଷରୁ ସ୍ୱଚ୍ଛତା ଶପଥ, ପଦଯାତ୍ରା, ଆଖପାଖ ଗ୍ରାମ ଏବଂ ସର୍ବସାଧାରଣସ୍ଥଳୀରେ ଡଷ୍ଟବିନ୍ ସ୍ଥାପନ.ଚାରାରୋପଣ, ଆହୁରି ଅଧିକ ପରିମାଣରେ ଶୈାଚାଳୟ ନିର୍ମାଣ କରାଯିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top