ଅନୁଗୁଳ

ସ୍ୱଚ୍ଛତା ପକ୍ଷ ଅବସରରେ ଶୋଭାଯାତ୍ରା ଏବଂ ସଫେଇ କାର୍ଯ୍ୟକ୍ରମ

ତାଳଚେର, ୨୪/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଚଳିତ ମଇ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ଏନ୍.ଟି.ପି.ସି କଣିହାଁ ପକ୍ଷରୁ ସ୍ୱଚ୍ଛତା ସମ୍ପର୍କରେ ଶୋଭାଯାତ୍ରା ଏବଂ ସ୍ଥାନୀୟ ସାପ୍ତାହିକ ବଜାରରେ ସଫାସୁତୁରା କରାଯାଇଥିଲା। ଏନ୍.ଟି.ପି.ସି କଣିହାଁ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାମ କୁବେର ଉକ୍ତ ସ୍ୱଚ୍ଛତା ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ ଶୋଭାଯାତ୍ରା ଏନ୍.ଟି.ପି.ସି ଟାଉନସିପରୁ ବାହାରି ପିଟିଏସ ମାର୍କେଟ୍ ହୋଇ ସାପ୍ତାହିକ ବଜାରରେ ସମାପ୍ତ ହୋଇଥିଲା। ଏଥିରେ କର୍ମଚାରୀ, ସି.ଆଇ.ଏସ୍.ଏଫ୍ ପଦାଧିକାରୀ ଏବଂ ତନଭି ସଙ୍ଗମର କର୍ମକର୍ତା ସାମିଲ ହୋଇଥିଲେ। ଏହାପରେ ସମସ୍ତ ଅଂଶଗ୍ରହଣକାରୀ ସାପ୍ତାହିକ ବଜାରକୁ ପରିଷ୍କାର, ପରିଚ୍ଛନ୍ନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏନ୍.ଟି.ପି.ସି କଣିହାଁ ପ୍ରକଳ୍ପର ମହାପ୍ରବନ୍ଧକ (ମେଂଟେନାନ୍ସ) ଏନ୍.ଆଚାର୍ଯ୍ୟ, ମହାପ୍ରବନ୍ଧକ (ଟିଏସ୍) ଏନ୍.ଏସ୍.ରାଓ, ମହାପ୍ରବନ୍ଧକ (ଏଫ୍.ଏମ୍)ଅନିଲା ଜାନା, ଏଜିଏମ୍ (ଏଚଆର) କେ.ଏସ୍. ସର୍ମା, ଡିସି, ସିଆଇଏସଏଫ୍ ଦେବୀନ୍ଦର ସିଂ, ତନଭି ସଙ୍ଗମ ଅଧ୍ୟକ୍ଷା ଦିପ୍ତୀ କୁବେର, ବରିଷ୍ଠ ପଦାଧିକାରୀ ଏବଂଶ୍ରମିକ ସଙ୍ଗଠନର କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ। ଏହି ସ୍ୱଚ୍ଛତା ପକ୍ଷ ଅବସରରେ ତାପଜ କେନ୍ଦ୍ର ପକ୍ଷରୁ ବିଭିନ୍ନ ସର୍ବସାଧାରଣ ସ୍ଥାନ ଓ ଆଖପାଖ ଗ୍ରାମାଂଚଳରେ ଡଷ୍ଟବିନ୍ ସ୍ଥାପନ, ବୃକ୍ଷରୋପଣ ଏବଂ ସ୍ୱଚ୍ଛତା ସଚେତନତାର ପ୍ରଚାର ଓ ପ୍ରସାର ନିମନ୍ତେ ଶୈାଚାଳୟ ନିର୍ମାଣ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top