ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ତାଲିମ

ତାଳଚେର,୨୮/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସ୍ୱେଚ୍ଛାସେବୀ ସଙ୍ଗଠନ ସୋସିଆଲ ଡେଭେଲପମେଂଟ ଫାଉଣ୍ଡେସନ, ତାଳଚେର ଏବଂ ନାବାର୍ଡ଼ର ମିଳିତ ଆନୁକୂଲ୍ୟରେ ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ନିମନ୍ତେ ଏକ ତାଲିମ ଶିବିର ପାଲଲହଡ଼ା ସ୍ଥିତ ଓଡ଼ିଶା ଜୀବିକା ମିଶନ ତାଲିମ ଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଙ୍ଗଠନର ସମ୍ପାଦକ ବୁଦ୍ଧଦେବ ଦାସ ଅତିଥିଗଣଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଓ ସ୍ୱଂୟ ସହାୟକ ଗୋଷ୍ଠୀର ବ୍ୟାଙ୍କ ସହ ଯୋଗସୂତ୍ର ସ୍ଥାପନ ସମ୍ପର୍କରେ ବୁଝାଇଥିଲେ । ଅନ୍ୟତମ ଅତିଥିଭାବେ ପାଲଲହଡ଼ା ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏସ୍.ନୈବେଦ୍ୟ ଲଲାଟେନ୍ଦୁ ଯୋଗଦାନ କରି ଦାରିଦ୍ର ଦୂରୀକରଣ କ୍ଷେତ୍ରରେ ଗୋଷ୍ଠୀମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ । ସାଧନ କର୍ମୀଭାବେ ପ୍ରମୋଦ କୁମାର ବେହେରା ଏହି ଶିବିରରେ ଯୋଗ ଦେଇ ଦଶସୂତ୍ର ଉପରେ ସଦସ୍ୟାମାନଙ୍କୁ ବୁଝାଇଥିଲେ । ଶେଷରେ ଆଶିଷ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *