ଜିଲ୍ଲା ପରିକ୍ରମା

ସ୍ମୃତି ଚାରଣ ସଭା

ଖଇରା,୧୧/୯/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ଗ୍ରାମପଞ୍ଚାୟତର ସମାଜସେବୀ ରାମଚନ୍ଦ୍ର ମହାନ୍ତିଙ୍କର ଏକାଦଶାହ କର୍ମ ଉପଲକ୍ଷେ ଗତକାଲି ସଂଧ୍ୟାରେ ଚିଞ୍ଚିଡା ସ୍ଥିତ ନିଜ ବାସଭବନରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଶିଶୁ ସାହିତ୍ୟିକ ନିରଞ୍ଜନ ପ୍ରସାଦ ବାରିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ସମାଜସେବୀ ପ୍ରଭାକର ସାହୁ,ନାରୀନେତ୍ରୀ ରେଣୁ ବିଶ୍ୱାଳ,ବିରେନ୍ଦ୍ର ମହାନ୍ତି,ରବିନ୍ଦ୍ର ସେନାପତି,ଗଜେନ୍ଦ୍ର ବାରିକ,ଅଜୟ ପ୍ରଧାନ,ରମେଶ ଦାଶ,ଅକ୍ଷୟ ବାରିକ,କରୁଣାକର ମହାନ୍ତି,ଗୟାଧର ମହାନ୍ତି ପ୍ରମୁଖ ଯୋଗଦେଇ୰ମହାନ୍ତିଙ୍କର ସ୍ମୃତି ଚାରଣ କରିଥିଲେ । ୰ମହାନ୍ତିଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ନାରୀନେତ୍ରୀ ରେଣୁ ବିଶ୍ୱାଳ ରାସ୍ତା ର୍ଦୁଘଟଣାରେ ମୃତ୍ୟୁ ବରଣ କରିଥିବା ୰ରାମଚନ୍ଦ୍ର ମହାନ୍ତି୍ରଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଉକ୍ତ ସ୍ମୃତି ଚାରଣ ସଭାକୁ ନରହରି ନାୟକ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top