ଜିଲ୍ଲା ପରିକ୍ରମା

ସ୍ମାର୍ଟସିଟି ଓ ସ୍ୱେରେଜ ପ୍ରକଳ୍ପର ସମୀକ୍ଷା କଲେ ଜୁଏଲ

ରାଉରକେଲା ୧୩-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସ୍ମାର୍ଟସିଟି ରାଉରକେଲା ଓ ଏହାର ସ୍ୱେରେଜ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ରାଉରକେଲା ମହାନଗର ନିଗମ କାଉନସିଲ ହଲରେ ଆୟୋଜନ କରାଯାଇଥିଲା। ଏହି ଆଲୋଚନାଚକ୍ରରେ ରାଉରକେଲା ମହାନଗର ନିଗମ ସ୍ମାର୍ଟସିଟି ସିଇଓ ରଶ୍ମିତା ପଣ୍ଡା ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଓରାମଙ୍କୁ ଉପରୋକ୍ତ କାମର ଅଗ୍ରଗତି ନେଇ ଅବଗତ କରାଇଥିଲେ। ଇତି ମଧ୍ୟରେ ସୁରକ୍ଷିତ ରାଉରକେଲା ପ୍ରକଳ୍ପ ମାଧ୍ୟମରେ ୧୨୦୦ ଏଲଇଡ଼ି ଲାଇଟ ଲଗାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବର୍ତମାନ ସୁଦ୍ଧା ୯ ହଜାର ଏଲଇଡ଼ି ଲାଇଟ ଲଗା ସରିଗଲାଣି। ଚଳିତ ମାସ ସୁଦ୍ଧା ଅବଶିଷ୍ଟ ଲାଇଟ ଲଗାଯିବ। ଅନ୍ୟ ଏକ ପ୍ରମୁଖ ପ୍ରକଳ୍ପ ପିଙ୍କ ଅଟୋ ଚଳାଚଳ ନେଇ ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ସହରର ବେକାର ଯୁବତୀ ଓ ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଯାଇପାରିବ। ମହିଳାଙ୍କୁ ସୁରକ୍ଷିତ ଗମନାମଗମନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନେଇ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ପ୍ରକଳ୍ପ ମାଧ୍ୟମରେ ୨୧ ଜଣ ମହିଳା ଅଟୋରିକ୍ସା ଚଳାଇ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି। ସେହିଭଳି ସ୍ୱରେଜ ପ୍ରକଳ୍ପ ଅଧିନରେ ୧୮୬ କିଲୋମିଟର ପାଇପ ଲାଇନ ବିଛାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତମାନ ସୁଦ୍ଧା ୭୪ କିମି କାମ ଶେଷ ହୋଇଛି। ସେହିପରି ବାଲୁଘାଟ ଠାରେ ନିର୍ମାଣଧିନ ସ୍ୱରେଜ ଟ୍ରିଟମେଂଟ ପ୍ଲାଂଟର ୭୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି ବୋଲି ସିିଇଓ ଶ୍ରୀ ପଣ୍ଡା ସୂଚନା ପ୍ରଦାନ କରିଥିଲେ। ଆରଜିଏଚରେ ମଧ୍ୟ ଶ୍ରୀ ଓରାମ ରୋଗୀ କଲ୍ୟାଣ ସମିତିର ଏକ ବୈଠକରେ ଯୋଗ ଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top